Advertisment

ନାଗିନ୍ ସିରିଜ୍‌କୁ ଫେରିଲେ ଅନିତା

ମୁମ୍ୱାଇ: ଟେଲି ଅଭିନେତ୍ରୀ ଅନିତା ହସନନ୍ଦାନୀଙ୍କୁ ଧାରାବାହିକ ‘ନାଗିନ୍‌ ୪’ରେ ଦେଖିବାକୁ ମିଳିବ। ଏକତା କପୁର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ‘ନାଗିନ୍ ୩’ରେ ଅନିତା ‘ଭିସ୍‌’ ଚରିତ୍ରରେ ଅଭିନୟ କରିଥିଲେ। ‘ନାଗିନ୍ ୪’ରେ ସାମିଲ ହେବା ନେଇ ଅନିତା କହିଛନ୍ତି, “ଅଲୌକିକ ଶକ୍ତି ମୋତେ ସର୍ବଦା ଉତ୍ସାହିତ କରିଥାଏ। କିଛି ଲୋକ ଅଲୌକିକ ଶକ୍ତିରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ମୋ ପରିବାରରେ ସମସ୍ତେ ‘ନାଗିନ୍‌’ ଶୋ’ ଦେଖନ୍ତି। ମୁଁ ଏପରି […]

ଅଦ୍ୟତନ ହୋଇଛି
ନାଗିନ୍ ସିରିଜ୍‌କୁ ଫେରିଲେ ଅନିତା

a222

Advertisment

ମୁମ୍ୱାଇ: ଟେଲି ଅଭିନେତ୍ରୀ ଅନିତା ହସନନ୍ଦାନୀଙ୍କୁ ଧାରାବାହିକ ‘ନାଗିନ୍‌ ୪’ରେ ଦେଖିବାକୁ ମିଳିବ। ଏକତା କପୁର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ‘ନାଗିନ୍ ୩’ରେ ଅନିତା ‘ଭିସ୍‌’ ଚରିତ୍ରରେ ଅଭିନୟ କରିଥିଲେ।

Advertisment

‘ନାଗିନ୍ ୪’ରେ ସାମିଲ ହେବା ନେଇ ଅନିତା କହିଛନ୍ତି, “ଅଲୌକିକ ଶକ୍ତି ମୋତେ ସର୍ବଦା ଉତ୍ସାହିତ କରିଥାଏ। କିଛି ଲୋକ ଅଲୌକିକ ଶକ୍ତିରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ମୋ ପରିବାରରେ ସମସ୍ତେ ‘ନାଗିନ୍‌’ ଶୋ’ ଦେଖନ୍ତି। ମୁଁ ଏପରି ଅନେକ ଲୋକଙ୍କ ସହିତ ମିଶିଛି, ଯେଉଁମାନେ ଏହି ସିରିଏଲ ଦେଖନ୍ତି। ବିଶେଷ କରି ଛୋଟପିଲା ମୋ ଶୋ’ ଦେଖିବା ପାଇଁ ପସନ୍ଦ କରନ୍ତି। କାହିଁକିନା ଅଲୌକିକ ଶକ୍ତି ବିଷୟରେ ସେମାନେ ଜାଣିବା ପାଇଁ ବେଶ୍‌ ଆଗ୍ରହୀ। ମୋତେ ଲାଗୁନାହିଁ ଯେ ଏହି ଚରିତ୍ରରେ ଅଭିନୟ କରି ମୁଁ କେବେ ଥକି ପଡ଼ିବି।”

https://www.instagram.com/p/B7qpSoQgcfk/?utm_source=ig_web_copy_link

‘ନାଗିନ୍‌ ୪’ରେ ଅନିତାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଏହାକୁ ନେଇ ସେ କହିଛନ୍ତି, “ନାଗିନ୍‌ ରୂପରେ ସଜେଇ ହେବା ପାଇଁ ପୋଷାକ ସହିତ ମୋତେ ଚମଡ଼ା ବ୍ଲାଉଜ୍‌ ପିନ୍ଧିବାକୁ ପଡ଼େ। ଏଥିପାଇଁ ମୋତେ ୨ ଘଣ୍ଟା ସମୟ ଲାଗିଥାଏ।” ସେହିଭଳି ନେଗେଟିଭ୍ ଚରିତ୍ରରେ ଅଭିନୟ କରିବା ପାଇଁ ସେ ପସନ୍ଦ କରନ୍ତି ବୋଲି କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଏକତା କପୁରଙ୍କ ଟିଭି ଶୋ ନାଗିନ୍‌କୁ ଦର୍ଶକେ ବେଶ୍ ପସନ୍ଦ କରିଥା’ନ୍ତି। ନାଗିନ୍‌ର ତିନୋଟି ସିଜନ୍‌କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଟିଆର୍‌ପି ଲିଷ୍ଟରେ ବି ଶୋ’ ଆଗରେ ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe