ankita
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଚାରି ମାସ ବିତିଯାଇଥିଲେ ମଧ୍ୟ ସୋଶାଲ ମିଡିଆରେ ଫ୍ୟାନମାନେ ତାଙ୍କୁ ଏବେ ବି ଝୁରୁଛନ୍ତି। ଲଗାତର ପୋଷ୍ଟ ଶେୟାର କରି ସୁଶାନ୍ତଙ୍କୁ ସବୁବେଳେ ମନେପକାଉଛନ୍ତି। ଏହାରି ଭିତରେ ଜଣେ ଫ୍ୟାନ ସୋଶାଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ, ଯାହାକୁ ଦେଖି ଅଙ୍କିତା ଲୋଖଣ୍ଡେ ଆପତ୍ତି ଉଠାଇଛନ୍ତି।
ପ୍ରକୃତରେ ଚଳିତବର୍ଷ ଜୁନ 14ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ ସୋଶାଲ ମିଡିଆରେ ପ୍ରଶଂସକ, ସମର୍ଥକମାନେ ଏକାଠି ହୋଇ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦାବି ଉଠାଇ ଅଭିଯାନ ଆରମ୍ଭ କରିଥିଲେ। ଏହାରି ଭିତରେ ଜଣେ ଫ୍ୟାନ୍ ଏକ ଭିଡିଓଟି ଶେୟାର କରିଥିଲେ। ଏହା ଥିଲା ସୁଶାନ୍ତଙ୍କ ଅନ୍ତିମ ସଂସ୍କାରର ଏକ ଭିଡିଓ, ଯେଉଁଥିରେ ଅନେକ ଲୋକଙ୍କୁ ଟ୍ୟାଗ୍ ମଧ୍ୟ କରାଯାଇଥିଲା।
ଭିଡିଓଟି ଶେୟାର କରି ସେ ଲେଖିଥିଲେ, ମୁଁ ଏହି ଭିଡିଓ ଶେୟାର କରିବାକୁ ଚାହୁଁ ନ ଥିଲି। ହେଲେ ଭିଡିଓଟି ଏଥିପାଇଁ ଶେୟାର କରୁଛି ଯେ, ଯେତେବେଳେ କାହାକୁ ବଲିଉଡ୍ ଫିଲ୍ମ ଦେଖିବାକୁ ଇଚ୍ଛା ହେବ, ସେତେବେଳେ ସେ ଏହି ଭିଡିଓ ଥରେ ନିଶ୍ଚୟ ଦେଖିନେବେ। ଏଭଳି କ୍ୟାପସନ ଲେଖି ଫ୍ୟାନ୍ ଜଣକ ହ୍ୟାଶ୍ ଟ୍ୟାଗ୍ ଦେଇ ଜଷ୍ଟିସ୍ ଫର୍ ସୁଶାନ୍ତ ବୋଲି ମଧ୍ୟ ଲେଖିଛନ୍ତି।
ଅନ୍ୟପଟେ ଏହି ଭିଡିଓ ଦେଖି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଆପତ୍ତି ଉଠାଇଛନ୍ତି। ସେ ଲେଖିଛନ୍ତି, ଆପଣଙ୍କ ଅସୁବିଧା କଣ। ଏଭଳି ଭିଡିଓ ଶେୟାର କରିବା ବନ୍ଦ କରନ୍ତୁ। ଏହା ଅତ୍ୟନ୍ତ କଷ୍ଟଦାୟକ। ଆପଣଙ୍କୁ ଅନୁରୋଧ କରୁଛି ବର୍ତ୍ତମାନ ଏହି ଭିଡିଓ ଡିଲ୍ଟ କରିଦିଅନ୍ତୁ। ଆମେ ଜାଣିଛୁ ଯେ ଆପଣମାନେ ସୁଶାନ୍ତଙ୍କୁ ବହୁତ ଭଲପାଆନ୍ତି। ହେଲେ ସମର୍ଥନ କରିବାର ଏଭଳି ତରିକା ଠିକ୍ ନୁହେଁ। ଦୟାକରି ଭିଡିଓଟିକୁ ରିଲୁଭ୍ କରିଦିଅନ୍ତୁ ବୋଲି ଅଙ୍କିତା ସୋଶାଲ ମିଡିଆରେ ଅପିଲ୍ କରିଛନ୍ତି।
ଅଙ୍କିତାଙ୍କ ଏଭଳି ପ୍ରତିକ୍ରିୟା ପରେ ଫ୍ୟାନ ଜଣକ ସୋଶାଲ ମିଡିଆରୁ ଭିଡିଓଟିକୁ ହଟାଇ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/SA-story.jpg)