ସୁଶାନ୍ତ କାହିଁକି ଛାଡ଼ିଥିଲେ 'ପବିତ୍ର ରିସ୍ତା'? ଏକ୍‌ତାଙ୍କୁ ନେଇ ବି ମୁହଁ ଖୋଲିଲେ ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦେଢ଼ ମାସ ହୋଇଗଲାଣି। ଏବେ ବି ରହସ୍ୟ ଘେରରେ ରହିଛି ତାଙ୍କ ମୃତ୍ୟୁ। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ଦେଢ଼ମାସ ପରେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରଠୁ ବଲିଉଡରେ ନେପୋଟିଜମ୍‌କୁ ନେଇ ବିବାଦ ଚାଲିଥିବା ବେଳେ କିଛି ଲୋକ ଟେଲିକ୍ୱିନ୍ ‌ଏକ୍‌ତା କପୁରଙ୍କୁ ଟାର୍ଗେଟ୍ […]

sush

Chinmayee Roy
  • Published: Saturday, 01 August 2020
  • , Updated: 01 August 2020, 12:10 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦେଢ଼ ମାସ ହୋଇଗଲାଣି। ଏବେ ବି ରହସ୍ୟ ଘେରରେ ରହିଛି ତାଙ୍କ ମୃତ୍ୟୁ। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ଦେଢ଼ମାସ ପରେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରଠୁ ବଲିଉଡରେ ନେପୋଟିଜମ୍‌କୁ ନେଇ ବିବାଦ ଚାଲିଥିବା ବେଳେ କିଛି ଲୋକ ଟେଲିକ୍ୱିନ୍ ‌ଏକ୍‌ତା କପୁରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଏନେଇ ଅଙ୍କିତା ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଅଙ୍କିତା କହିଛନ୍ତି ଯେ ସୁଶାନ୍ତଙ୍କ ନିଷ୍ପତ୍ତିକୁ ଏକ୍‌ତା ସର୍ବଦା ସମର୍ଥନ କରୁଥିଲେ। ଯେତେବେଳେ ସୁଶାନ୍ତ 'ପବିତ୍ର ରିସ୍ତା' ଛାଡ଼ିଲେ, ସେତେବେଳେ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଥିଲା ଯେ ସେ ଫିଲ୍ମରେ ହିଁ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଏକ୍‌ତା ମଧ୍ୟ ଏନେଇ ତାଙ୍କର ସହମତି ଦେଇଥିଲେ।

ଅଙ୍କିତା କହିଛନ୍ତି ଯେ ଯଦି ସୁଶାନ୍ତଙ୍କୁ ଏକତା ନୀଚ ଦେଖାଇବାର ଥା’ନ୍ତା, ତା’ହେଲେ ସେ ତାଙ୍କୁ ସୁଯୋଗ ନଦେବାକୁ ଗଟୁ ସାର୍ (ଅଭିଷେକ କପୁର)ଙ୍କୁ କହିଥା’ନ୍ତେ। ହେଲେ ସେ ଏଭଳି କରି ନଥିଲେ। ବରଂ ତାଙ୍କୁ ସମର୍ଥନ କରିଥିଲେ।

ସୂଚନାଯୋଗ୍ୟ, ଅଭିଷେକ କପୁର ହେଉଛନ୍ତି ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ର ନିର୍ଦ୍ଦେଶକ।

ସୁଶାନ୍ତ ଏବଂ ଏକତାଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି ଅଙ୍କିତା। ସେ କହିଛନ୍ତ, ‘ସୁଶାନ୍ତ ଏବଂ ଏକତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ମୁଁ କେବଳ ଏତିକି କହୁଛି ଯେ ଯେତେବେଳେ ଏକ୍‌ତା କପୁରଙ୍କ ନାମ ନେପୋଟିଜିମ୍ ବିତର୍କରେ ଆସିଲା, ସେତେବେଳେ ମୋତେ ଭଲ ଲାଗିଲା ନାହିଁ। କାରଣ ମୁଁ ଉଭୟଙ୍କ ମଧ୍ୟରେ ଥିବା ବଣ୍ଡିଂ ଦେଖିଛି। ଏକ୍‌ତା ମ୍ୟାମ୍ ସୁଶାନ୍ତଙ୍କୁ ବହୁତ ଫିଲ୍ମର ଅଫର୍ ମଧ୍ୟ ଦେଇଛନ୍ତି। ହେଲେ କୌଣସି କାରଣ ବଶତଃ ସେଗୁଡ଼ିକ ହୋଇପାରିନାହିଁ।'

ଜଣାଇଦେବାକୁ ଚାହୁଁ ଯେ ଅଙ୍କିତା ଓ ସୁଶାନ୍ତ ବ୍ରେକ୍‌ଅପ୍‌ ପରେ ମଧ୍ୟ ପରସ୍ପରର ବଲ ବନ୍ଧୁ ଥିଲେ। ଅଙ୍କିତାଙ୍କର ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଭଲ ସମ୍ପର୍କ ଥିଲା। ଏବେ ମଧ୍ୟ ସେ ତାଙ୍କ ପରିବାର ସହ ଛିଡ଼ା ହୋଇଛନ୍ତି।  ନିକଟରେ ସୁଶାନ୍ତଙ୍କ ପିତା ରିୟାଙ୍କ ବିରୁଦ୍ଧରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଅଭିଯୋଗ କରିଛନ୍ତି। ଏଥିରେ ମଧ୍ୟ ଅଙ୍କିତା ତାଙ୍କୁ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପାପା ଏମିତି ଅଭିଯୋଗ ଆଣିଛନ୍ତି, ତା’ହେଲେ ତାଙ୍କ ପାଖରେ ଏହାର ପ୍ରମାଣ ନିଶ୍ଚିତ ଥିବ। ଅଙ୍କିତାଙ୍କ କହିବା କଥା ଯେ ସୁଶାନ୍ତ କେବେ ହେଲେ ନିଜ କ୍ୟାରିୟର ପାଇଁ ଆତ୍ମହତ୍ୟା କରିପାରନ୍ତି ନାହିଁ। କାରଣ ସେ ଆରମ୍ଭରୁ ହିଁ ଜାଣିଥିଲେ ଯେ ଫିଲ୍ମ କ୍ୟାରିୟରରେ ବହୁତ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। ତେଣୁ ତାଙ୍କର ବିଶ୍ୱାସ ଯେ ଆତ୍ମହତ୍ୟାର ନିଶ୍ଚିତ ଭାବେ କିଛି ଅଲଗା କାରଣ ରହିଛି।

Related story