Advertisment

ହସ୍ପିଟାଲରୁ ଫେରିବା ପରେ ବାପାଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ଅଙ୍କିତା

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବାପା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ନିକଟରେ ଅଙ୍କିତାଙ୍କ ପିତାଙ୍କ ଏକ ସର୍ଜରୀ ହୋଇଛି, ଯେଉଁ କାରଣରୁ ସେ କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଙ୍କିତା ନିଜେ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି। ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ପିତାଙ୍କ ସହ ଏକ ଫଟୋ ଶେୟାର କରି ଏକ ଇମୋଶନାଲ ନୋଟ୍ ଲେଖିଛନ୍ତି। ସେ ଲେଖିଛନ୍ତି, ବାପା ଆପଣ ହସ୍ପିଟାଲରୁ ଘରକୁ ଆସିଗଲେ। ମୋ ପାଇଁ ଏହାଠାରୁ ବଡ଼ […]

ହସ୍ପିଟାଲରୁ ଫେରିବା ପରେ ବାପାଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ଅଙ୍କିତା

ankita

Advertisment

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବାପା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ନିକଟରେ ଅଙ୍କିତାଙ୍କ ପିତାଙ୍କ ଏକ ସର୍ଜରୀ ହୋଇଛି, ଯେଉଁ କାରଣରୁ ସେ କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଙ୍କିତା ନିଜେ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି।

Advertisment

ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ପିତାଙ୍କ ସହ ଏକ ଫଟୋ ଶେୟାର କରି ଏକ ଇମୋଶନାଲ ନୋଟ୍ ଲେଖିଛନ୍ତି। ସେ ଲେଖିଛନ୍ତି, ବାପା ଆପଣ ହସ୍ପିଟାଲରୁ ଘରକୁ ଆସିଗଲେ। ମୋ ପାଇଁ ଏହାଠାରୁ ବଡ଼ ଖୁସି ଆଉ କିଛି ନାହିଁ। ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ ଏବଂ ଖୁସି ରୁହନ୍ତୁ। ମୁଁ ଆପଣଙ୍କୁ କଥା ଦେଉଛି ମୁଁ ସବୁବେଳେ ଆପଣଙ୍କ ଦେଖାଶୁଣା କରିବି। ଯେପରି ଆପଣ ମୋ ପାଇଁ ଏବଂ ପରିବାର ପାଇଁ ଠିଆ ହୋଇଥିଲେ। ସେମିତି ବିନା ସର୍ତ୍ତରେ ମୁଁ ଆପଣଙ୍କର ସବୁବେଳେ ଦାୟିତ୍ୱ ନେବି ବୋଲି ଅଙ୍କିତା ଭାବ ବିହ୍ୱଳ ହୋଇ ଲେଖିଛନ୍ତି।

https://www.instagram.com/p/CGEfW_ph_iJ/?utm_source=ig_web_copy_link

ଅଙ୍କିତାଙ୍କ ଏହି ପୋଷ୍ଟ ଟି ସୋଶାଲ ମିଡିଆରେ ଭାଇରାଲ ହୋଇଯାଇଛି। ଏପରି କି ପୋଷ୍ଟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ମଧ୍ୟ କମେଣ୍ଟ କରିଛନ୍ତି।

Advertisment

https://www.instagram.com/p/CFpLjpyhRE8/?utm_source=ig_web_copy_link

ସୋଶାଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି ଅଙ୍କିତା। ଆଉ ପରିବାର ସହ ଫଟୋ, ଭିଡିଓ ଶେୟାର କରିବାକୁ ସେ କେବେ ଭୁଲନ୍ତି ନାହିଁ। ବହୁ ଲୋକପ୍ରିୟ ଟିଭି ଧାରାବାହିକ ପବିତ୍ର ରିସ୍ତା ଜରିଆରେ ଦର୍ଶକଙ୍କ ହୃଦୟରେ ଅଙ୍କିତା ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି।

Ankita Lokhande
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe