Advertisment

ଆଲିଆ ବି ହୋଇସାରିଲେଣି ରଣବୀରଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ୍ !

ମୁମ୍ବାଇ: ମାର୍ଚ୍ଚ ୧୫ ତାରିଖ ହେଉଛି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜନ୍ମଦିନ, ଯାହା ତିନି ଦିନ ତଳେ ଗଲା। ତେବେ ଜନ୍ମଦିନରେ ତାଙ୍କୁ ରଣବୀର କପୁରଙ୍କ ସହିତ ଦେଖିବାକୁ ମିଳି ନଥିଲା। ସେହିପରି ରଣବୀର ତାଙ୍କୁ ସୋଶାଲ୍ ମିଡିଆରେ ଶୁଭେଚ୍ଛା ମଧ୍ୟ ଜଣାଇ ନଥିଲେ। ଫଳରେ ଏହାକୁ ନେଇ ଅନେକ କଥା ଉଠୁଛି। ଅନେକ କହୁଛନ୍ତି, ଏବେ ସେମାନଙ୍କ ମଧ୍ୟରେ ଆଉ ଭଲ ସଂପର୍କ ନାହିଁ। ଆଉ କେହି କେହି କହୁଛନ୍ତି ସେମାନଙ୍କ ମଧ୍ୟରେ ବ୍ରେକ୍‌ […]

ଆଲିଆ ବି ହୋଇସାରିଲେଣି ରଣବୀରଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ୍ !

Aliakapoor

Advertisment

ମୁମ୍ବାଇ: ମାର୍ଚ୍ଚ ୧୫ ତାରିଖ ହେଉଛି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜନ୍ମଦିନ, ଯାହା ତିନି ଦିନ ତଳେ ଗଲା। ତେବେ ଜନ୍ମଦିନରେ ତାଙ୍କୁ ରଣବୀର କପୁରଙ୍କ ସହିତ ଦେଖିବାକୁ ମିଳି ନଥିଲା। ସେହିପରି ରଣବୀର ତାଙ୍କୁ ସୋଶାଲ୍ ମିଡିଆରେ ଶୁଭେଚ୍ଛା ମଧ୍ୟ ଜଣାଇ ନଥିଲେ। ଫଳରେ ଏହାକୁ ନେଇ ଅନେକ କଥା ଉଠୁଛି। ଅନେକ କହୁଛନ୍ତି, ଏବେ ସେମାନଙ୍କ ମଧ୍ୟରେ ଆଉ ଭଲ ସଂପର୍କ ନାହିଁ। ଆଉ କେହି କେହି କହୁଛନ୍ତି ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍ ହୋଇଯାଇଛି। ତେବେ ରଣବୀର ଓ ଆଲିଆ ଏ ନେଇ ମୁହଁ ଖୋଲି ନାହାନ୍ତି।

Advertisment

ଜନ୍ମଦିନକୁ ଆଲିଆ ତାଙ୍କ ବଡ଼ ଭଉଣୀ ଶାହୀନ ଓ ସାଙ୍ଗ ଆକାଂକ୍ଷା ରଂଜନ କପୁରଙ୍କ ଗହଣରେ ବିତାଇଥିଲେ। ଆଲିଆ କେକ୍‌ କାଟିବାର ଭିଡିଓ ବି ଭାଇରାଲ୍ ହୋଇଥିଲା। ସେଦିନ ରଣବୀର ମୁମ୍ବାଇରେ ଥିଲେ ମଧ୍ୟ କାହିଁକି ଆଲିଆଙ୍କ ସହିତ ଉପସ୍ଥିତ ରହି ନଥିଲେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେହି କେହି କହୁଛନ୍ତି, ଆଲିଆ ବି ସୋନମ କପୁର, ଦୀପିକା ପାଦୁକୋନ୍ ଓ କ୍ୟାଟ୍ରିନା କୈଫ୍‌ଙ୍କ ତାଲିକାରେ ସାମିଲ ହୋଇସାରିଛନ୍ତି। ଅର୍ଥାତ୍ ସେ ବି ରଣବୀରଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ହୋଇସାରିଛନ୍ତି।

କ୍ୟାଟ୍ରିନାଙ୍କ ସହିତ ବ୍ରେକ୍ ଅପ୍ ପରେ ଆଲିଆଙ୍କ ସହିତ ରିଲେସନ୍‌ଶିପ୍‌ରେ ଥିଲେ ରଣବୀର। ଦୁହେଁ ବିବାହ କରିବେ ବୋଲି ଗତ ବର୍ଷ ସାରା ଆଲୋଚନା ହୋଇଥିଲା। ୨୦୧୯ ଶେଷ ଆଡ଼କୁ କିମ୍ବା ୨୦୨୦ ଆରମ୍ଭରେ ସେମାନେ ବାହା ହେବେ ବୋଲି କୁହାଯାଉଥିଲେ। ଏଭଳି ଆଲୋଚନା ପଛରେ ଅନେକ କାରଣ ରହିଥିଲା। ଦୁହିଁଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଥିଲା। ରଣବୀରଙ୍କ ବାପା ତଥା ବଲିଉଡ୍ ଅଭିନେତା ଋଷି କପୁର କ୍ୟାନସରରେ ପୀଡ଼ିତ ହୋଇ ଆମେରିକାରେ ଚିକିତ୍ସିତ ହେଉଥିବା ବେଳେ ଆଲିଆ ତାଙ୍କୁ ଦେଖିବାକୁ ସେଠାକୁ ଯାଇଥିଲେ। ସେହିପରି ତାଙ୍କୁ ଅନେକ ଥର କପୁର ପରିବାର ସହିତ ଦେଖିବାକୁ ମିଳିଥିଲା। ରଣବୀରଙ୍କ ମା’ ନୀତୁ ସିଂହ ମଧ୍ୟ ତାଙ୍କ ବୋହୂ କରି ନେବାକୁ ରାଜି ଥିବା ପରୋକ୍ଷରେ ଅନେକ ଥର କହି ସାରିଥିଲେ। ଆଲିଆଙ୍କ ବାପା ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ରଣବୀର ଭେଟି ସେମାନଙ୍କ ସଂପର୍କ ବିଷୟରେ କହିଥିଲେ। ମହେଶ ବି ସେମାନଙ୍କ ବାହାଘର ନେଇ କିଛି ଇସାରା ଦେଇ ସାରିଥିଲେ। ତେବେ ରଣବୀର ଓ ଆଲିଆ ଏନେଇ କେବେ କିଛି କହି ନଥିଲେ।

Advertisment

ସୂଚନଯୋଗ୍ୟ, ଚଳିତ ବର୍ଷ ରଣବୀର ଓ ଆଲିଆଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆସୁଛି। ଏହା ଡିସେମ୍ବର ମାସରେ ରିଲିଜ୍ ହେବ। ଏଥିରେ ସେମାନଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଓ ଦକ୍ଷିଣୀ ସୁପରଷ୍ଟାର ନାଗାର୍ଜୁନ୍ ମଧ୍ୟ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe