NCBକୁ ବଡ ସଫଳତା, ଗିରଫ ହେଲେ ଆଉ ଜଣେ ବଲିଉଡ ସଦସ୍ୟ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମିଳିଲା ଆଉ ଏକ ବଡ ସଫଳତା । ଧରାପଡିଲେ ବଲିଉଡର ଆଉ ଜଣେ ସଦସ୍ୟ। ବି-ଟାଉନର ଚର୍ଚ୍ଚିତ ମେକଅପ୍ ଆର୍ଟିଷ୍ଟ ସୁରଜ ଗୋନ୍ଦାବେଙ୍କୁ ଏନସିବି ଗିରଫ କରିଛି। ପଚରାଉଚରା ପରେ ତାଙ୍କ ନିକଟରୁ ୧୧ ଗ୍ରାମ କୋକିନ ଜବତ ହୋଇଛି । ତଦନ୍ତ ପରେ ତାଙ୍କ ଠାରୁ ଆହୁରି ଅନେକ ଖୁଲାସା ହୋଇପାରେ ବୋଲି ଏନସିବି ଆଶା କରୁଛି । ସୁରଜ ଗୋନ୍ଦାବେ ବଲିଉଡ ଚର୍ଚ୍ଚିତ ପ୍ରଡକ୍ସନ […]

ncb-arrested

Madhupriya Mistry
  • Published: Thursday, 10 December 2020
  • , Updated: 10 December 2020, 01:26 PM IST

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମିଳିଲା ଆଉ ଏକ ବଡ ସଫଳତା । ଧରାପଡିଲେ ବଲିଉଡର ଆଉ ଜଣେ ସଦସ୍ୟ। ବି-ଟାଉନର ଚର୍ଚ୍ଚିତ ମେକଅପ୍ ଆର୍ଟିଷ୍ଟ ସୁରଜ ଗୋନ୍ଦାବେଙ୍କୁ ଏନସିବି ଗିରଫ କରିଛି। ପଚରାଉଚରା ପରେ ତାଙ୍କ ନିକଟରୁ ୧୧ ଗ୍ରାମ କୋକିନ ଜବତ ହୋଇଛି । ତଦନ୍ତ ପରେ ତାଙ୍କ ଠାରୁ ଆହୁରି ଅନେକ ଖୁଲାସା ହୋଇପାରେ ବୋଲି ଏନସିବି ଆଶା କରୁଛି ।

ସୁରଜ ଗୋନ୍ଦାବେ ବଲିଉଡ ଚର୍ଚ୍ଚିତ ପ୍ରଡକ୍ସନ ହାଉସର ମେକଅପ୍ ଡିପାର୍ଟମେଣ୍ଟ ହେଡ ରୂପେ କାମ କରନ୍ତି । ବି-ଟାଉନର ବଡ ବଡ ସେଲିବ୍ରିଟିଙ୍କ ସହ ସୁରଜଙ୍କ ଭଲ ସମ୍ପର୍କ ରହିଥିବା କୁହାଯାଉଛି ।

ମଲାନା କ୍ରିମ କ’ଣ?

ମଲାନା କ୍ରିମ ଏକ ପ୍ରକାରର ଗଞ୍ଜେଇ। ଅର୍ନ୍ତଜାତୀୟ ବଜାରରେ ୧ କେଜି ମଲାନା କ୍ରିମର ଦାମ ୫୦ ଲକ୍ଷ ଟଙ୍କା । ଏହି ନିଶା ଦ୍ରବ୍ୟର ସବୁଠୁ ଅଧିକା ଡିମାଣ୍ଡ ରହିଛି । ବିଶେଷ କରି ହିମାଚଳ ପ୍ରଦେଶରେ ଏହାକୁ ଚାଷ କରାଯାଏ ।

ସେପଟେ ଡ୍ରଗ୍ସ ଲିଙ୍କରେ ବୁଧାବର ଏନସିବି ଆଉ ୨ ଜଣଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଅଭିଯୁକ୍ତ ହେଲେ ଡିଜେ ରିଗଲ ମହାକାଳ ଓରଫ ଜିତେନ୍ଦ୍ର ଜୈନ ଏବଂ ତାଙ୍କ ସହଯୋଗୀ ମହମ୍ମଦ ଆଜମ ଜୁମ୍ମନ ଶେଖ। ଉଭୟଙ୍କ ନିକଟରୁ ଏନସିବି ୫ କିଲୋଗ୍ରାମ ମଲାନା କ୍ରିମ ଜବତ କରିଥିଲା, ଯାହାର ମୂଲ୍ୟ ୨.୫ କୋଟି ଟଙ୍କା ହେବ । ଏଥିସହ କିଛି ନିଶା ଔଷଧ, ଅଫିମ ଏବଂ ୧୩.୫ ଲକ୍ଷ ନଗଦ ଟଙ୍କା ମଧ୍ୟ ମିଳିଥିଲା ।

ଡିଜେ ରିଗଲକୁ ଆସନ୍ତାକାଲି ଯାଏଁ ଏନିସିବି ରିମାଣ୍ଡରେ ନେଇଛି । ସେପଟେ ଜୁମ୍ମନ ଶେଖକୁ ଆଜି କୋର୍ଟରେ ହାଜର କରାଯାଇଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏହି ଦୁଇ ଜଣଙ୍କ ଲିଙ୍କ ଥିବା ନେଇ ଏନସିବି ଦାବି କରୁଛି ।

ସୁଶାନ୍ତ ସିଂହ ମାମଲାରେ ଏଯାଏଁ ଏନସିବି ୨୭ରୁ ୨୮ ଜଣଙ୍କୁ ଗିରଫ କରିସାରିଲାଣି । ଏହାପୂର୍ବରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ଅବଦୁଲ ବସିତ, ଦୀପେଶ ସାୱନ୍ତ, ସାମୁଏଲ ମିରାଣ୍ଡା ମଧ୍ୟ ଗିରଫ ହୋଇସାରିଛନ୍ତି ।

Related story