Advertisment

ଗୀତ ପାଇଁ ଲବି କରନ୍ତି କି ଅନ୍ତରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୀତିକାର ମୋହିତ ଚକ୍ରବର୍ତ୍ତୀଙ୍କ ଝିଅ ଅନ୍ତରା ଚକ୍ରବର୍ତ୍ତୀ। ଓଲିଉଡ୍‌ର ସେ ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ଫିଲ୍ମ ‘ଜଗୁ ଅଟୋବାଲା’ର ‘ଭିଜା ଭିଜା କୁହୁଡି ତଳେ’ ଗୀତରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ ଅନ୍ତରା। ନିକଟରେ ତାଙ୍କ ଗୀତ ‘ତୁ ଚଞ୍ଚଳ ନଇ ଟେ’ ହିଟ୍‌ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଓଲିଉଡ୍‌ରେ ଅନେକ ହିଟ୍‌ ଟ୍ରାକ୍‌ ଦେଇଥିବା ଅନ୍ତରା କେବେ ଗୀତ ପାଇବା ପାଇଁ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଖରେ ଲବି କରିଛନ୍ତି କି? ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ […]

ଗୀତ ପାଇଁ ଲବି କରନ୍ତି କି ଅନ୍ତରା

antara

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୀତିକାର ମୋହିତ ଚକ୍ରବର୍ତ୍ତୀଙ୍କ ଝିଅ ଅନ୍ତରା ଚକ୍ରବର୍ତ୍ତୀ। ଓଲିଉଡ୍‌ର ସେ ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ଫିଲ୍ମ ‘ଜଗୁ ଅଟୋବାଲା’ର ‘ଭିଜା ଭିଜା କୁହୁଡି ତଳେ’ ଗୀତରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ ଅନ୍ତରା। ନିକଟରେ ତାଙ୍କ ଗୀତ ‘ତୁ ଚଞ୍ଚଳ ନଇ ଟେ’ ହିଟ୍‌ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଓଲିଉଡ୍‌ରେ ଅନେକ ହିଟ୍‌ ଟ୍ରାକ୍‌ ଦେଇଥିବା ଅନ୍ତରା କେବେ ଗୀତ ପାଇବା ପାଇଁ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଖରେ ଲବି କରିଛନ୍ତି କି?

Advertisment

ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ସିକ୍ରେଟ୍‌ ଷ୍ଟୋରୀଜ୍‌ ଅଫ୍‌ ସେଲେବ୍ରେଟି’ରେ ଯୋଗଦେଇଥିବା ବେଳେ ଏମିତି ଏକ ପ୍ରଶ୍ନର ସାମ୍ନା କରିଥିଲେ ଅନ୍ତରା। ଏହାର ଉତ୍ତରରେ ସେ କହିଥିଲେ, “ଇଣ୍ଡଷ୍ଟ୍ରିରେ କିଛି କଳାକାର ଅଛନ୍ତି, ଯେଉଁମାନେ ଏମିତି କରନ୍ତି। ଓଡ଼ିଆରେ ଜଣାଶୁଣା ୪-୫ଜଣ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି। ଆଉ କଣ୍ଠଶିଳ୍ପୀ ପାଖାପାଖି ୫୦ ଥିବେ। ସଙ୍ଗୀତ ନିର୍ଦ୍ଦେଶକମାନେ ସମସ୍ତଙ୍କୁ ମନେ ରଖି ନଥା’ନ୍ତି। ତେଣୁ ସେମାନଙ୍କ ସହ ଯୋଗାଯୋଗରେ ଥିଲେ ସେ ଗୀତ ଗାଇବାର ସୁଯୋଗ ଦିଅନ୍ତି। ଏଥିରେ କିଛି ଭୁଲ୍‌ ନାହିଁ। କିନ୍ତୁ ମୁଁ ଏମିତି କରେନି। ତେଣୁ ମୋ ହାତରୁ କେବେ ଗୀତ ଚାଲିଗଲେ ମୋତେ ବହୁତ କଷ୍ଟ ହୁଏନି। ମୋ ଦକ୍ଷତା ଦେଖି ଯେଉଁ ସଙ୍ଗୀତ ନିର୍ଦ୍ଦେଶକ ଯେତିକି ଯାହା କାମ ଦିଅନ୍ତି ସେଥିରେ ମୁଁ ଖୁସି।”

ସୂଚନାଯୋଗ୍ୟ, ‘ଖୁଦା କସମ୍‌’, ‘ଆଖି ସାଥେ ଆଖି’, ‘ଡିଜେ ବାଲା ଡ୍ୟାନ୍ସ’, ‘ତୁ ଚଞ୍ଜଳ ନଇ’, ‘ଯେଇଁ ଦିନ ତୁମକୁ ମୁଁ’ ଆଦି ଗୀତ ଗାଇଥିବା ଅନ୍ତରା ବର୍ଷ ୨୦୧୮ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ’ସାଥି ତୁ ଫେରି ଆ’ ଗୀତ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe