Advertisment

ଅନୁଙ୍କ ଘରେ ଏସି ଲାଗିନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ ଘରେ ଏସି ଲଗାଇ ନାହାନ୍ତି। କାରଣ ଏହା ନୁହେଁ ଯେ ଏସି ପ୍ରତି ତାଙ୍କର ଆଲର୍ଜି ରହିଛି। ଏହା ପଛରେ ଏକ ଭଲ କାରଣ ରହିଛି, ଯାହାକୁ ଅନ୍ୟମାନେ ମଧ୍ୟ ଅନୁସରଣ କରିବା କଥା। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ରେଡିଓ ଟାଇମ୍‌ ୱିଥ୍ ଅନନ୍ୟା’ରେ ଯୋଗଦେଇ ଥରେ ଅନୁ କହିଥିଲେ ଯେ, ଏସିରେ ରହିବା ଦ୍ୱାରା ମଣିଷ ଅଧିକ ତାପମାତ୍ରା ସହି ପାରେନି। […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅନୁଙ୍କ ଘରେ ଏସି ଲାଗିନି

anu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ ଘରେ ଏସି ଲଗାଇ ନାହାନ୍ତି। କାରଣ ଏହା ନୁହେଁ ଯେ ଏସି ପ୍ରତି ତାଙ୍କର ଆଲର୍ଜି ରହିଛି। ଏହା ପଛରେ ଏକ ଭଲ କାରଣ ରହିଛି, ଯାହାକୁ ଅନ୍ୟମାନେ ମଧ୍ୟ ଅନୁସରଣ କରିବା କଥା।

Advertisment

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ରେଡିଓ ଟାଇମ୍‌ ୱିଥ୍ ଅନନ୍ୟା’ରେ ଯୋଗଦେଇ ଥରେ ଅନୁ କହିଥିଲେ ଯେ, ଏସିରେ ରହିବା ଦ୍ୱାରା ମଣିଷ ଅଧିକ ତାପମାତ୍ରା ସହି ପାରେନି। ଆମକୁ ପ୍ରକୃତି ସହ ଆହୁରି ମିଶିବାକୁ ହେବ। ପ୍ରାକୃତିକ ପବନର ମଜା ନେବାକୁ ହେବ। ମୁଁ ଘରେ ଏସି ଲଗାଇନି। ତା’ଛଡ଼ା ଏସିରେ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।  ଅଧିକ ଗରମ ହେଲେ ଏସି ଟିକେ ବ୍ୟବହାର କରନ୍ତୁ, କିନ୍ତୁ ଅଧିକ ସମୟ ଏସିରେ ଶୁଅନ୍ତୁ ନାହିଁ।

ସେ ଆହୁରି କହିଥିଲେ, ଆମେ ଏସି ଲଗାଇ ତାପମାତ୍ରା ବଢ଼ାଇବା ଉଚିତ୍‌ ନୁହେଁ।

ସୂଚନାଯୋଗ୍ୟ, ଅନୁ ‘ଗୋଜବାୟାଣୀ’ ଫିଲ୍ମ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ୫୦ରୁ ଅଧିକ ଫିଲ୍ମରେ ସେ କାମ କରିଛନ୍ତି।

Advertisment