Advertisment

ଅନୁଙ୍କ ପ୍ରଥମ ରୋଜଗାର ଥିଲା ମାତ୍ର ୧୦୦ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁ ଚୌଧୁରୀଙ୍କୁ କୁହାଯାଏ ଓଲିଉଡ୍‌ର ଷ୍ଟାଇଲିଶ୍‌ ଅଭିନେତ୍ରୀ। ସେ ଦେଖିବାକୁ ଯେତିକି ସୁନ୍ଦର, ତା’ଠାରୁ ଆହୁରି ସୁନ୍ଦର ତାଙ୍କର ଅଭିନୟ। ତାଙ୍କ ଅଭିନୟକୁ କେହି ବାହୁନି ପାରିବେନି! ୧୯୯୮ ମସିହାରେ ‘ମା ଗୋଜ ବାୟାଣୀ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ନାୟିକା ଭାବେ ପାଦ ଥାପି ଥିଲେ। ଏହା ପୂର୍ବରୁ ସେ କିଛି ଫିଲ୍ମରେ ଶିଶୁ କଳାକାର ଭାବେ ମଧ୍ୟ ଅଭିନୟ କରିଥିଲେ। ତେବେ ୬୦ରୁ ଅଧିକ ଫିଲ୍ମରେ କାମ କରି ସାରିଥିବା […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅନୁଙ୍କ ପ୍ରଥମ ରୋଜଗାର ଥିଲା ମାତ୍ର ୧୦୦ ଟଙ୍କା

lll

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁ ଚୌଧୁରୀଙ୍କୁ କୁହାଯାଏ ଓଲିଉଡ୍‌ର ଷ୍ଟାଇଲିଶ୍‌ ଅଭିନେତ୍ରୀ। ସେ ଦେଖିବାକୁ ଯେତିକି ସୁନ୍ଦର, ତା’ଠାରୁ ଆହୁରି ସୁନ୍ଦର ତାଙ୍କର ଅଭିନୟ। ତାଙ୍କ ଅଭିନୟକୁ କେହି ବାହୁନି ପାରିବେନି!

Advertisment

୧୯୯୮ ମସିହାରେ ‘ମା ଗୋଜ ବାୟାଣୀ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ନାୟିକା ଭାବେ ପାଦ ଥାପି ଥିଲେ। ଏହା ପୂର୍ବରୁ ସେ କିଛି ଫିଲ୍ମରେ ଶିଶୁ କଳାକାର ଭାବେ ମଧ୍ୟ ଅଭିନୟ କରିଥିଲେ। ତେବେ ୬୦ରୁ ଅଧିକ ଫିଲ୍ମରେ କାମ କରି ସାରିଥିବା ଅନୁଙ୍କର ପ୍ରଥମ ରୋଜଗାର କେତେ ଥିଲା ଜାଣନ୍ତି?

ତାଙ୍କର ପ୍ରଥମ ରୋଜଗାର ଥିଲା ମାତ୍ର ୧୦୦ଟଙ୍କା। ଏକ କାର୍ଯ୍ୟକ୍ରମ ପାଇଁ ଡବିଂ କରି ସେ ଏହି ପାରିଶ୍ରମିକ ପାଇଥିଲେ। ଏହି ୧୦୦ଟଙ୍କାରେ ଅନୁ ଗୋଟେ ସେକେଣ୍ଡ୍ ହ୍ୟାଣ୍ଡ୍‌ ସାଇକେଲ୍‌ କିଣିଥିଲେ। ଓଟିଭିରେ ପ୍ରସାରିତ ହେଉଥିବା ଚାଟ୍‌ ଶୋ ‘ଗପସପ’ରେ ଥରେ ଯୋଗଦେଇ ଅନୁ ଏ କଥା କହିଥିଲେ।

Advertisment

publive-image ସେ କହିଥିଲେ ଯେ ସେତେବେଳେ ତାଙ୍କ ପରିବାରରେ ଆର୍ଥିକ ସ୍ଥିତି ଏତେ ଭଲ ନଥିଲା। ବାପା ରବି ଚୌଧୁରୀ ଓଲିଉଡ୍‌ରେ ଜଣେ ଫିଲ୍ମ ଏଡିଟର୍‌ ଏବଂ ମେକ୍‌ଅପ୍‌ ମ୍ୟାନ୍‌ ଭାବେ କାମ କରୁଥିଲେ। ସେ ଯେତିକି ରୋଜଗାର କରୁଥିଲେ ସେତିକି ଯଥେଷ୍ଟ ନଥିଲା। ତେଣୁ ସେ ପିଲାଦିନୁ ହିଁ କିଛି ରୋଜଗାର କରିବାକୁ ଚାହୁଁଥିଲେ ଓ ପରିବାରର ଆର୍ଥିକ ସମସ୍ୟାକୁ କମ୍‌ କରିବାକୁ ଚାହୁଁଥିଲେ। ତାଙ୍କ ବାପା ଫିଲ୍ମ ଜଗତ ସହ ଜଡ଼ିତ ଥିବାରୁ ତାଙ୍କୁ ବିଭିନ୍ନ ଟିଭି ପ୍ରୋଗ୍ରାମ୍‌ରେ କାମ କରିବା ପାଇଁ କହୁଥିଲେ। ଦୂରଦର୍ଶନରେ ଏସ୍‌ଆଇଟିଇ କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ ଓ ବିଭିନ୍ନ ଡବିଂ କାମ କରୁଥିଲେ। ସେଥିରୁ ତାଙ୍କୁ କିଛି ଟଙ୍କା ମିଳିଯାଉଥିଲା।

ସୂଚନାଯୋଗ୍ୟ, ଅନୁ ଚୌଧୁରୀ ଚାରି ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଚ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ‘ଗାରେ ସିନ୍ଦୁର ଧାରେ ଲୁହ’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଓମ୍ ଶାନ୍ତି ଓମ୍’ ଓ ‘ଶାଶୂ ଘର ଚାଲିଯିବି’ ପାଇଁ ସେ ଏ ପୁରସ୍କାର ପାଇଥିଲେ।