Advertisment

‘ମୁଁ ଅସହାୟ ଅନୁଭବ କରୁଛି’

ମୁମ୍ୱାଇ : ମି ଟୁ ଅଭିଯାନରେ ଫସି ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ‘ଇଣ୍ଡିଆନ୍‌ ଆଇଡଲ୍ ୧୦’ର ଶୋ ଛାଡ଼ିବାକୁ ପଡ଼ିଥିଲା। ସିଙ୍ଗର୍‌ ସୋନା ମହାପାତ୍ର ଅନୁଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା। ଏବର୍ଷ ଇଣ୍ଡିଆନ୍‌ ଆଇଡଲର ନୂଆ ସିଜନ୍‌ରେ ସୋନା ପୁଣିଥରେ ଅନୁଙ୍କ ଉପରେ ଅସଦାଚରଣ ଅଭିଯୋଗକୁ ଦୋହରାଇଛନ୍ତି। ଏଥର ସୋନାଙ୍କ ସହିତ ସ୍ୱର ମିଳାଇଛନ୍ତି ସିଙ୍ଗର୍‌ ନେହା ଭାସୀନ୍‌ ଓ ଅନ୍ୟ କିଛି ମହିଳା। ତେଣୁ ନିୟମିତ […]

‘ମୁଁ ଅସହାୟ ଅନୁଭବ କରୁଛି’

anu

Advertisment

ମୁମ୍ୱାଇ : ମି ଟୁ ଅଭିଯାନରେ ଫସି ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ‘ଇଣ୍ଡିଆନ୍‌ ଆଇଡଲ୍ ୧୦’ର ଶୋ ଛାଡ଼ିବାକୁ ପଡ଼ିଥିଲା। ସିଙ୍ଗର୍‌ ସୋନା ମହାପାତ୍ର ଅନୁଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା। ଏବର୍ଷ ଇଣ୍ଡିଆନ୍‌ ଆଇଡଲର ନୂଆ ସିଜନ୍‌ରେ ସୋନା ପୁଣିଥରେ ଅନୁଙ୍କ ଉପରେ ଅସଦାଚରଣ ଅଭିଯୋଗକୁ ଦୋହରାଇଛନ୍ତି। ଏଥର ସୋନାଙ୍କ ସହିତ ସ୍ୱର ମିଳାଇଛନ୍ତି ସିଙ୍ଗର୍‌ ନେହା ଭାସୀନ୍‌ ଓ ଅନ୍ୟ କିଛି ମହିଳା। ତେଣୁ ନିୟମିତ ବ୍ୟବଧାନରେ ହେଉଥିବା ଏହି ଅଭିଯୋଗକୁ ନେଇ ଅନୁ ମୁହଁ ଖୋଲିଛନ୍ତି।

Advertisment

ସୋଶାଲ ମିଡିଆରେ ଏକ ଅଫିସିଆଲ୍‌ ଷ୍ଟେଟମେଣ୍ଟ୍‌ ଜାରି କରି ଏପରି ଅଭିଯୋଗ ବନ୍ଦ ନହେଲେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

https://www.instagram.com/p/B42Q57Hl7ye/?utm_source=ig_web_copy_link

ସେ ଆହୁରି ଲେଖିଛନ୍ତି, 'ମୁଁ ଯେଉଁ କାମ କରିନାହିଁ, ତାହାକୁ ନେଇ ୧ ବର୍ଷରୁ ଅଧିକ ଦିନ ଧରି ମୋ ଉପରେ ଅଭିଯୋଗ ଲଗାଯାଉଛି। କେବେ ନା କେବେ ସତ ସାମ୍ନାକୁ ଆସିବ ବୋଲି ଚିନ୍ତା କରି ମୁଁ ଚୁପ ରହୁଥିଲି। କିନ୍ତୁ ଏବେ ଲାଗୁଛି, କିଛି ଲୋକ ମୋର ଚୁପ ରହିବାରକୁ ଦୁର୍ବଳତା ବୋଲି ଭାବି ନେଇଛନ୍ତି। ଯେବେଠାରୁ ମୋ ବିରୁଦ୍ଧରେ ଏହିସବୁ ମିଛ ଅଭିଯୋଗ ଲାଗିଛି, ଏଥିପାଇଁ କେବେଳ ମୋ ଭାବମୂର୍ତ୍ତି ଖରାପ ହୋଇନାହିଁ, ମୋର ଏବଂ ମୋ ପରିବାରର ମାନସିକ ଶାନ୍ତି ଭଙ୍ଗ ହୋଇଛି।’
‘ଏସବୁ ପାଇଁ ମୋ କ୍ୟାରିୟର୍‌ ନଷ୍ଟ ହେବାକୁ ବସିଛି। ମୁଁ ଏବେ ଅସହାୟ ଅନୁଭବ କରୁଛି। ଲାଗୁଛି, ମୋତେ କୂଳରେ ଲଗାଇ ଦିଆଯାଇଛି ଏବଂ ଭିତରେ ଭିତରେ ମୁଁ କଷ୍ଟ ପାଉଛି। ସୋଶାଲ ମିଡିଆରେ ଲଢ଼େଇ କରିବା ଏକ ଶେଷ ନହେଉଥିବା ପ୍ରକ୍ରିୟା, ଯେଉଁଥିରେ କେହି ବି ବିଜେତା ହୋଇପାରନ୍ତି ନାହିଁ। ଯଦି ଏହିପରି ଅଭିଯୋଗ ଚାଲୁ ରହିବ, ତେବେ ଏଥିରୁ ରକ୍ଷା ପାଇବା ପାଇଁ ମୋତେ ବାଧ୍ୟ ହୋଇ ଆଇନ୍‌ର ସାହାଯ୍ୟ ନେବାକୁ ପଡ଼ିବ। ଏହା ବ୍ୟତୀତ ମୋ ପାଖରେ ଅନ୍ୟ କୌଣସି ରାସ୍ତା ନାହିଁ।’

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe