Advertisment

କଟକରେ ରିଆକ୍ସନ୍, ଦିଲ୍ଲୀରେ ଆକ୍ସନ୍: ସୋନାଙ୍କ ଅଭିଯୋଗରେ ଅନୁ ମଲ୍ଲିକ ଆଉଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ରବିବାର କଟକ ବାଲିଯାତ୍ରା ପଡ଼ିଆରୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେବା ପରେ ଆଜି ତା’ର ପ୍ରଭାବ ଦେଖିବାକୁ ମିଳିଛି। ଇଣ୍ଡିଆନ୍ ଆଇଡଲର ବିଚାରକ ଭୂମିକା ନିଭାଉଥିବା ଅନୁ ମଲ୍ଲିକଙ୍କ ନାମରେ ପୂର୍ବରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ସେ ଏହି ଶୋ’ରୁ ବିଦା ହୋଇଛନ୍ତି। ଏନେଇ ସୋନା ପୂର୍ବରୁ ମଧ୍ୟ ଅଭିଯୋଗ ଆଣିଥିବାବେଳେ ଏବେ ବାଲିଯାତ୍ରା ମଞ୍ଚରେ ତା’କୁ […]

ଅଦ୍ୟତନ ହୋଇଛି
କଟକରେ ରିଆକ୍ସନ୍, ଦିଲ୍ଲୀରେ ଆକ୍ସନ୍: ସୋନାଙ୍କ ଅଭିଯୋଗରେ ଅନୁ ମଲ୍ଲିକ ଆଉଟ୍

anu-sona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ରବିବାର କଟକ ବାଲିଯାତ୍ରା ପଡ଼ିଆରୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେବା ପରେ ଆଜି ତା’ର ପ୍ରଭାବ ଦେଖିବାକୁ ମିଳିଛି। ଇଣ୍ଡିଆନ୍ ଆଇଡଲର ବିଚାରକ ଭୂମିକା ନିଭାଉଥିବା ଅନୁ ମଲ୍ଲିକଙ୍କ ନାମରେ ପୂର୍ବରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ସେ ଏହି ଶୋ’ରୁ ବିଦା ହୋଇଛନ୍ତି। ଏନେଇ ସୋନା ପୂର୍ବରୁ ମଧ୍ୟ ଅଭିଯୋଗ ଆଣିଥିବାବେଳେ ଏବେ ବାଲିଯାତ୍ରା ମଞ୍ଚରେ ତା’କୁ ଦୋହରାଇଥିଲେ। ଏହାପରେ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଖୋଲା ଚିଠି ମଧ୍ୟ ଲେଖିଥିଲେ, ଯାହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଛି।
publive-image
ସେ ରବିବାର ବାଲିଯାତ୍ରା ପଡ଼ିଆର ବୈଷ୍ଣବ ପାଣି ମଞ୍ଚରେ ସଙ୍ଗୀତ ପରିବେଷଣ କରିବା ଅବସରରେ କହିଥିଲେ, ସେ ଚାହାନ୍ତିନି ଅନୁ ମଲ୍ଲିକ ଭାରତୀୟ କଣ୍ଠଶିଳ୍ପୀଙ୍କ ଆଦର୍ଶ ହୁଅନ୍ତୁ। ସେ ଏହାପରେ ସ୍ମୃତି ଇରାନୀଙ୍କୁ ଟ୍ୱିଟ୍‌ ଜରିଆରେ ଖୋଲା ଚିଠିରେ ଲେଖିଥିଲେ, “ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ୟକ୍ତିଙ୍କୁ କୌଣସି ସଂସ୍ଥା ନିଯୁକ୍ତି ଦେବା ଆଗରୁ ଯାଞ୍ଚ କରିବା ନେଇ ଆପଣଙ୍କ ପଦକ୍ଷେପ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି। ଏଭଳି କିଛି ଅଭିଯୋଗ ଅନୁ ମଲ୍ଲିକଙ୍କ ନାମରେ ଆସିବା ପରେ ମଧ୍ୟ ତାଙ୍କୁ ସୋନି ଟିଭି ଯୁବ କଣ୍ଠଶିଳ୍ପୀଙ୍କ ବିଚାରକ ଭାବେ ନେଉଛି। ଏହାର ଅର୍ଥ କ’ଣ ଯୌନ ନିର୍ଯାତନା ଅଭିଯୋଗର କିଛି ପ୍ରଭାବ ନାହିଁ?”
https://twitter.com/sonamohapatra/status/1197410264158621696

Advertisment

publive-image

ସେ ଏହି ଟ୍ୱିଟ୍‌ ମାଧ୍ୟମରେ ଆହୁରି କହିଥିଲେ, “ଆମ ସଂସ୍କୃତି ଖରାପ ଉପରେ ଭଲର ବିଜୟକୁ ନେଇ ଉତ୍ସବ ମନାଇଆସୁଥିବାବେଳେ ଏହା ସକାରାତ୍ମକ ବାର୍ତ୍ତା ଦେଇଥାଏ। କିନ୍ତୁ ଅନୁ ମଲ୍ଲିକଙ୍କ ପରି ଜଣେ ଲଗାତାର ଯୌନ ନିର୍ଯାତନା କାର୍ଯ୍ୟ କରିଆସୁଥିବା ବ୍ୟକ୍ତିଙ୍କୁ ନେଇ ଉତ୍ସବ ମନାଇବା ପରି ନର୍ମାଲାଇଜେସନ୍‌ କାର୍ଯ୍ୟ ବିପଜ୍ଜନକ। ଶିଶୁ ଏବଂ ମହିଳାଙ୍କ ସ୍ୱର ଏବଂ ମର୍ଯ୍ୟାଦାର ଉଲ୍ଲଂଘନ ନେଇ ଦୃଷ୍ଟି ଦେବାକୁ ଅନୁରୋଧ କରୁଛି।”

ଏହାପରେ ଏହି ଟ୍ୱିଟର ପୋଷ୍ଟ ଆଧାରରେ ନିଜଆଡ଼ୁ ପଦକ୍ଷେପ ନେଇ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ସୋନି ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନ୍‌ର ସଭାପତିଙ୍କୁ ନୋଟିସ୍‌ କରିଥିଲେ। ସେ କହିଥିଲେ, “ସୋନା ମହାପାତ୍ର ଅଭିଯୋଗ କରିଛନ୍ତି ଅନୁ ମଲ୍ଲିକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ରହିଥିବା ସତ୍ତ୍ୱେ ‘ସୋନି’ ତାଙ୍କୁ ଯୁବ କଣ୍ଠଶିଳ୍ପୀଙ୍କ କାର୍ଯ୍ୟକ୍ରମର ବିଚାରକ କରିଆସୁଛି। କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଆଇନ (ନିବାରଣ, ନିରୋଧ, ପ୍ରତିକାର) ୨୦୧୩ ଅନୁଯାୟୀ କିଛି ପଦକ୍ଷେପ ନିଆଯାଇଛି କି ନା କମିଶନ୍‌ଙ୍କୁ ଜଣାଇବାକୁ ଅନୁରୋଧ କରୁଛି।”
https://twitter.com/NCWIndia/status/1197453707769597952
ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଣାପଡ଼ିଛି ଅନୁ ମଲ୍ଲିକଙ୍କୁ ‘ସୋନି’ ବିଚାରକ ପଦରୁ ହଟାଇ ଦେଇଛି। ସୂଚନାଯୋଗ୍ୟ ଯେ #METOO ଅଭିଯାନ ଚର୍ଚ୍ଚାରେ ଥିବାବେଳେ ଅନୁଙ୍କ ନାମରେ ଅଭିଯୋଗ ଆସିଥିଲା ଏବଂ ସେ ପୂର୍ବରୁ ମଧ୍ୟ ଏହି ବହୁ ଲୋକପ୍ରିୟ ଶୋ’ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
https://twitter.com/sonamohapatra/status/1197525606050750465

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe