Advertisment

ଅଙ୍ଗଦାନ କରିବେ ଅନୁଭା ଓ ପୁଷ୍ପା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀର ଓ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ ଅନୁଭା। ତାଙ୍କର ମୃତ୍ୟୁ ପରେ ଆଉ କାହାର ଜୀବନ ବଞ୍ଚାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଭାରତର ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ଼. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଏଥିପାଇଁ ଆବଶ୍ୟକ ଫର୍ମ ପୂରଣ କରିଥିଲେ। ତେବେ ସେ ଏକା ନୁହନ୍ତି, ତାଙ୍କ ମା’ ବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅଙ୍ଗଦାନ କରିବେ ଅନୁଭା ଓ ପୁଷ୍ପା

anubha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀର ଓ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ ଅନୁଭା। ତାଙ୍କର ମୃତ୍ୟୁ ପରେ ଆଉ କାହାର ଜୀବନ ବଞ୍ଚାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଭାରତର ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ଼. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଏଥିପାଇଁ ଆବଶ୍ୟକ ଫର୍ମ ପୂରଣ କରିଥିଲେ। ତେବେ ସେ ଏକା ନୁହନ୍ତି, ତାଙ୍କ ମା’ ବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଏ ନେଇ ଅନୁଭା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିରେ ସେ ଓ ତାଙ୍କ ମା’ ଅଙ୍ଗଦାନ ନେଇ କରିଥିବା ଚୁକ୍ତିପତ୍ରକୁ ଦେଖାଛନ୍ତି। ସେମାନଙ୍କ ସହିତ ଡ଼. ପ୍ରଭାସ ଆଚାର୍ଯ୍ୟ ମଧ୍ୟ ଅଛନ୍ତି।

publive-imageଫଟୋ ଶେଆର କରି ସେ ଲେଖିଛନ୍ତି ଯେ ଏହି କାର୍ଯ୍ୟ ପାଇଁ ସେ ଗର୍ବିତ। ଏହା ସହିତ ଆଉ କାହାକୁ ଜୀବନ ଦେବାକୁ ଅନ୍ୟମାନେ ବି ଏଥିରେ ସାମିଲ ହେବେ ବୋଲି ସେ ଆଶା ରଖିଛନ୍ତି।

Advertisment

ଅନୁଭାଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି ଓ ପ୍ରତିକ୍ରିୟା ଦେଇଛନ୍ତି। ସେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବି ଲୋକେ ଲେଖିଛନ୍ତି।

ସୂଚନାଯୋଗ୍ୟ, ‘ସ୍ୱିଟ୍‌ ହାର୍ଟ’, ‘ବଜରଙ୍ଗି’, ‘ସାତୀ ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମୀ ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି।