Advertisment

ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ

ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।

ଅଦ୍ୟତନ ହୋଇଛି
Anubhav Mohanty & Barsha

Anubhav Mohanty & Barsha

Advertisment

ଓଡ଼ିଶାର ସିନେମା ହଲ୍‌ରେ ଏବେ ପ୍ରଦର୍ଶୀତ ହେଉଥିବା ଫିଲ୍ମ ‘ୱାଇଫ୍‌’ ସତ ଘଟଣା ଉପରେ ଆଧାରିତ ନା କାଳ୍ପନିକ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି। ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି। ଏଥିପାଇଁ ତୁମେ ଚ୍ୟାନେଲ ଓ ଫର୍ମାଟ ବାଛ, ମୁଁ ସେଠାରେ ପହଞ୍ଚି ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି ନିଜ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି ଚିରିଙ୍ଗ ଚିରିଙ୍ଗ ବୟ ଅନୁଭବ ମହାନ୍ତି।

Advertisment

ବର୍ଷାଙ୍କ ଅଭିନୀତି ଫିଲ୍ମ ‘ୱାଇଫ୍‌’ କିଛି ଦିନ ତଳେ ମୁକ୍ତିଲାଭ କରିଥିବା ବେଳେ ଏବେ ତାହା ସିନେମା ହଲ୍‌ରେ ପ୍ରଦର୍ଶୀତ ହେଉଛି। ବର୍ଷା ଏହି ଫିଲ୍ମର ସହ-ପ୍ରଯୋଜିକା ଅଛନ୍ତି। ଅନୁଭବ- ବର୍ଷାଙ୍କ ବୈବାହିକ ଜୀବନକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଥିବା ଆଲୋଚିତ ହେଉଥିବା ବେଳେ ଏହାକୁ ନେଇ ଫାୟାର ହୋଇଛନ୍ତି ଅନୁଭବ।

ଫେସବୁକ୍‌ରେ ନିଜ ପୋଷ୍ଟରେ ଅନୁଭବ ଉଲ୍ଲେଖ କରିଛନ୍ତି, ବର୍ଷାଙ୍କ ସହ ଚାଲିଥିବା ବିଚ୍ଛେଦ ମାମଲାକୁ ପ୍ରାୟ ବର୍ଷେ ପୂର୍ବେ ମୁଁ ଜିତି ସାରିଛି। ବର୍ଷା କେବେ ବି ବିବାହ ପରି ପବିତ୍ର ଅନୁଷ୍ଠାନକୁ ସମ୍ମାନ ଦେଇ ନ ଥିବା ବେଳେ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦେଇ ନ ଥିଲେ। ତାଙ୍କର ଏପରି କ୍ରୂର ଆଚରଣ ତଥ୍ୟ, ପ୍ରମାଣ ସହ କୋର୍ଟରେ ପ୍ରମାଣିତ ହେବା ପରେ ମୁଁ ଆଇନଗତ ଲଢ଼େଇ ଜିତି ସାରିଛି।

Advertisment

ମାତ୍ର ଏହାର ମିଥ୍ୟା ଅପପ୍ରଚାର କରାଯାଇ ବଡ଼ ପରଦାରେ ପରିବେଷଣ କରାଯାଉଛି। ଫଳରେ ଲୋକଙ୍କ ମନରେ ଆମ ବୈବାହିକ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଆମେ ଉଭୟ ଜଣାଶୁଣା ଚେହେରା ହୋଇଥିବାରୁ ତଥା ଫ୍ୟାନ୍‌ ଫଲୋଇଙ୍ଗ ଥିବାରୁ ଆମେ ସେମାନଙ୍କ ନିକଟରେ ଉତ୍ତରଦାୟୀ।

ତେଣୁ ଲୋକଙ୍କ ମନରେ ଥିବା ସମସ୍ତ ଭ୍ରାନ୍ତି ଧାରଣା ଓ ପ୍ରଶ୍ନକୁ ଦୂର କରିବାକୁ ଏବଂ ନିଜ ପକ୍ଷ ରଖିବାକୁ ମୁଁ ବର୍ଷାଙ୍କ ସହ ଖୋଲା ମଞ୍ଚରେ ଆଲୋଚନା କରିବାକୁ ପ୍ରସ୍ତୁତ। ଫଳରେ ଆମେ ଉଭୟ ନିଜ ନିଜ ପକ୍ଷ ରଖିବାକୁ ସୁଯୋଗ ପାଇବୁ। ଏଥିପାଇଁ ଜାଗା, ଚ୍ୟାନେଲ, ଫର୍ମାଟ ବାଛିବାକୁ ମୁଁ ତାଙ୍କୁ ଅନୁରୋଧ କରୁଥିବା ବେଳେ ଠିକ୍‌ ସମୟରେ ମୁଁ ଉପସ୍ଥିତ ରହିବି ବୋଲି ପ୍ରତିଶ୍ରୁତି ଦେଉଛି। କାରଣ ଏହି ଅଧ୍ୟାୟକୁ ମୁଁ ସବୁଦିନ ପାଇଁ ବନ୍ଦ କରିଦେବାକୁ ଚାହେଁ।

ଯେହେତୁ ସବୁକିଛି ଲୋକଙ୍କ ସମ୍ମୁଖରେ ଘଟୁଛି, ବର୍ଷା ଏହି ପ୍ରଶ୍ନର ଉତ୍ତର ଖୁବ୍‌ ଶୀଘ୍ର ଦେବା ସହ ଆଲୋଚନା ପାଇଁ ଚ୍ୟାନେଲ ବାଛିବେ ବୋଲି ମୁଁ ଆଶା କରୁଛି। ମୁଁ ଉତ୍ତର ଅପେକ୍ଷାରେ ରହିଲି ବୋଲି ନିଜ ସୋଶାଲ ମିଡିଆ ପୋଷ୍ଟରେ ଉଲ୍ଳେଖ କରିଛନ୍ତି ଅନୁଭବ।

Anubhav Mohanty Barsha Priyadarshini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe