ରିଅଲ୍ ସାବିତ୍ରୀ V/S ଫେକ୍‌ ସାବିତ୍ରୀ; କାହାକୁ ଇସାରା କଲେ ଅନୁଭବ?

‘ରିଅଲ୍ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ। ହେଲେ ଫେକ୍‌ ସାବିତ୍ରୀ ବର୍ଷ ସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା କରୁଛନ୍ତି।’

Anubhav Mohanty

Anubhav Mohanty

Manoranjan Sial
  • Published: Saturday, 20 May 2023
  • Updated: 20 May 2023, 04:41 PM IST

ସୋଶାଲ୍‌ ମିଡ଼ିଆରେ ଲମ୍ୱାଚଉଡ଼ା ପୋଷ୍ଟ ଲେଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ ମହାନ୍ତି। ଏଥିରେ ସେ ନିଜ ପୋଷ୍ଟର ହେଡିଂ ରଖିଛନ୍ତି ‘ରିଅଲ୍‌ ସାବିତ୍ରୀ V/S ଫେକ୍‌ ସାବିତ୍ରୀ’। ରିଅଲ୍‌ ସାବିତ୍ରୀ ନେଇ ଅନେକ ପୌରାଣିକ କଥା ଲେଖିଛନ୍ତି। ଆଉ ଫେକ୍‌ ସାବିତ୍ରୀଙ୍କ ପାଇଁ ଅନୁଭବ ଛାଡ଼ି ଯାଇଛନ୍ତି ଅନେକ ପ୍ରଶ୍ନ। ଯେଉଁଥିରେ ସେ ଲେଖିଛନ୍ତି, ରିଅଲ୍ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ। ହେଲେ ଫେକ୍‌ ସାବିତ୍ରୀ ବର୍ଷ ସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା କରୁଛନ୍ତି। ଅନୁଭବ ଏହି ପୋଷ୍ଟ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ଉଲ୍ଲେଖ କରି ନଥିବା ବେଳେ ଏହା ତାଙ୍କ ପତ୍ନୀ ବର୍ଷାଙ୍କ ଉଦ୍ଦେଶ୍ୟରେ ନୁହେଁ ତ ବୋଲି ପ୍ରଶ୍ନ ଉଠିଛି। 

ସାବିତ୍ରୀ ଅବସରରେ ଶୁକ୍ରବାର ଦିନ ବର୍ଷା ସୋଶାଲ୍‌ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, “ପବିତ୍ର ସାବିତ୍ରୀ ବ୍ରତ ଅବସରରେ, ଶୁଭେଚ୍ଛା ଓ ଶୁଭକାମନା। ଆଜିର ଏଇ ଶୁଭ ଅବସରରେ ମା' ସାବିତ୍ରୀଙ୍କ ଆଶୀର୍ବାଦରୁ ସବୁ ସଧବାଙ୍କ ମଥାରେ ସିନ୍ଦୂର ଶୋଭା ପାଉ ବୋଲି ପ୍ରାର୍ଥନା କରୁଛି।”

Also Read

ବର୍ଷାଙ୍କ ପୋଷ୍ଟ ପରେ ଅନୁଭବ ସୋଶାଲ୍‌ ମିଡ଼ିଆରେ ଛାଡ଼ିଥିଲେ ଲମ୍ୱାଚଉଡ଼ା ପୋଷ୍ଟ। ଏଥିରେ ସେ ଲେଖିଛନ୍ତି, ପବିତ୍ର ସାବିତ୍ରୀ ଓଷା ଅବସରରେ ସମସ୍ତ ନାରୀ ଜାତିକୁ ମୋର ହୃଦୟ ଭିତରୁ କୋଟି କୋଟି ପ୍ରଣାମ। ଭଗବାନଙ୍କ ସୃଷ୍ଟିରେ ନାରୀ ହେଉଛି ଏକ ଅନନ୍ୟ ସୃଷ୍ଟି। ସେ ମା’ ରୂପରେ, ଭଉଣୀ ରୂପରେ, ସ୍ତ୍ରୀ ରୂପରେ, ଝିଅ ରୂପରେ ସବୁବେଳେ ପୁରୁଷର ସେବା କରି ଆସିଛି। ଆଜି ଏଇ ବାର୍ତ୍ତାଟି ସେଇ ନାରୀମାନଙ୍କ ପାଇଁ ଯେଉଁମାନେ ନାରୀ ହୋଇ ନାରୀ ଜାତିକୁ ଆଉ ସାବିତ୍ରୀ ପୂଜାକୁ ବଦନାମ କରୁଛନ୍ତି। ତାଙ୍କ ବିଷୟରେ ଦୁଇ ପଦ କହୁଥିବାରୁ କ୍ଷମା ମାଗୁଛି ବୋଲି ଅନୁଭବ ଲେଖିଛନ୍ତି।

ପୌରାଣିକ ଉପାଖ୍ୟାନ ଦେଇ ଅନୁଭବ ଲେଖିଛନ୍ତି, ଆମ ସନାତନ ଧର୍ମରେ ସଧବା ନାରୀର ପ୍ରତୀକ ହେଉଛି ସିନ୍ଦୂର। ସେହି ସିନ୍ଦୂର ଗୋଟେ ରଙ୍ଗ ନୁହେଁ କି କସ୍‌ମେଟିକ ନୁହେଁ। ତାହା ହେଉଛି ନାରୀର ଅଳଙ୍କାର। ସେଥିପାଇଁ ସିନ୍ଦୂରକୁ ଲଗା ଯାଏନି, ପିନ୍ଧା ଯାଏ। ଖଣ୍ଡେ ପଥରରେ ଟୋପେ ସିନ୍ଦୂର ଲାଗିଲେ ସିଏ ଦେବୀଟିଏ ହେଇଯାଏ। ଆଉ ନାରୀ ତ ରକ୍ତ ମାଂସ ଧାରୀ ମଣିଷ। ସେ ଟୋପେ ସିନ୍ଦୂର ପିନ୍ଧିଲେ ଦେବୀଠୁ ଆହୁରି ଉଚ୍ଚ ଆସନରେ ବସେ। ସିନ୍ଦୂର ହେଉଛି ତା’ ପାଇଁ ଭଗବାନ। ସେଇଥିପାଇଁ ସିନ୍ଦୂର କିଣିଲା ବେଳେ ମୂଲ୍‌ଚାଲ୍‌ କରା ଯାଏନି। ଯେମିତି କି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ କିଣିଲା ବେଳେ ମୂଲଚାଲ୍‌ କରାଯାଏନି। ହେଲେ ଏଇ ସିନ୍ଦୂର ଆଜି କେତେ ଜଣ ନାରୀଙ୍କ ପାଇଁ ମୂଲ୍ୟ ହୀନ ହୋଇଛି। ଆମେ ଶୁଣିଥିଲୁ ସିନ୍ଦୂର ନୁହେଁ ଖେଳ ଘର ବୋଲି। ହେଲେ ଏବେ ଦେଖିଲୁ ସିନ୍ଦୂର ତାଙ୍କ ପାଇଁ ପୂରା ଖେଳ ଘର ବୋଲି ଅନୁଭବନ ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି, କଥାରେ କହନ୍ତି 'ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ'। ବର୍ଷ ସାରା ତାଙ୍କ ସିନ୍ଥି ବିନା ସିନ୍ଦୂରରେ ଛିନ୍ନ ମସ୍ତା। ହେଲେ ଆଜି ସାବିତ୍ରୀ ଓଷା ଦିନ ଦେଖେଇ ହେବା ପାଇଁ ସିନ୍ଦୂର ପିନ୍ଧି ଏକ୍‌ଦମ୍‌ ସତୀ ସାବିତ୍ରୀ ପତିବ୍ରତା। ଧନ୍ୟ କହିବ ସେ ନାରୀ ଓ ମ୍ୟାଡାମ୍‌ଙ୍କୁ। ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ, ତା’ହେଲେ ଥରେ ସାବିତ୍ରୀ ଓଷାର ବହିଟା ପଢ଼? ତା’ପରେ ସିନ୍ଦୂର ଆଉ ସ୍ୱାମୀର ମାନେ କ’ଣ ବୁଝିବ? ମୁଁ ସାବିତ୍ରୀ ଓଷା କରୁଥିବା ସବୁ ସ୍ତ୍ରୀ ଲୋକଙ୍କ ଉଦ୍ଦେଶ୍ୟରେ ଏ କଥା କହୁନି। କାହିଁକି ନା ଯେମିତି ଆଜିକାଲି ସୋଶାଲ୍‌ ମେଡିଆରେ ଫେକ୍‌ ଆଇଡି ଆଉ ରିଅଲ୍‌ ଆଇଡି ଦୁଇ ପ୍ରକାର, ସେମିତି ଆଜିକାଲି ସମାଜରେ ଦୁଇ ପ୍ରକାର ସାବିତ୍ରୀ ବାହାରିଛନ୍ତି। ଗୋଟେ ରିଅଲ୍‌ ସାବିତ୍ରୀ ଆଉ ଗୋଟେ ଫେକ୍‌ ସାବିତ୍ରୀ। ରିଅଲ୍ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ। ହେଲେ ଏଇ ଫେକ୍‌ ସାବିତ୍ରୀ ବର୍ଷ ସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା ଦିନ ମୁଣ୍ଡରେ ମେଞ୍ଚେ ସିନ୍ଦୂର ଲଗାଉଛନ୍ତି। ସେମାନେ ବୁଝିବା କଥା ଯେ ଟୋପାଏ ସିନ୍ଦୂରରେ ଖାଲି ସମ୍ପର୍କ ଯୋଡି ହୁଏନି, ସମ୍ପର୍କ ଯୋଡି ହବା ପାଇଁ ଦୁଇଟା ହୃଦୟ ଦରକାର। ସିନ୍ଥିରେ ସିନ୍ଦୂର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ ଆଉ ସିନ୍ଦୂର କିମ୍ବା ସାବିତ୍ରୀ ଓଷାର ବଦନାମ୍‌ କରନ୍ତୁ ନାହିଁ ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି। ସବା ଶେଷରେ ଦେହକୁ ନେବେନି ବୋଲି ଅନୁଭବ ଲେଖିଛନ୍ତି।

ତେବେ ଏନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story