Advertisment

ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ

ଅନୁଭବଙ୍କ ଆବେଦନର ଅନ୍ତ ଘଟାଇ ଏହି ରାୟ ଦେଇଛନ୍ତି ହାଇକୋର୍ଟ। ମାମଲାର ଶୁଣାଣିରେ ଅହେତୁକ ବିଳମ୍ବକୁ ଦାୟୀ କରି ଭୁବନେଶ୍ୱର ଫାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ଅନୁଭବ କରିଥିଲେ ଆବେଦନ।

Varsha Priyadarshini

Varsha Priyadarshini

Advertisment

ଜୁଲାଇ ୩୧ ତାରିଖରେ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚୂଡାନ୍ତ ସାକ୍ଷ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସାକ୍ଷ୍ୟ ଗ୍ରହଣର ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ କଟକ ଫାମିଲି କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଅନୁଭବଙ୍କ ଆବେଦନର ଅନ୍ତ ଘଟାଇ ଏହି ରାୟ ଦେଇଛନ୍ତି ହାଇକୋର୍ଟ। ମାମଲାର ଶୁଣାଣିରେ ଅହେତୁକ ବିଳମ୍ବକୁ ଦାୟୀ କରି ଭୁବନେଶ୍ୱର ଫାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ଅନୁଭବ କରିଥିଲେ ଆବେଦନ।

Advertisment

ଅନୁଭବଙ୍କ ଆଇନ୍‌ଜୀବୀ ଲଳିତେନ୍ଦୁ ମିଶ୍ର କହିଛନ୍ତି, ବର୍ଷାଙ୍କୁ ଦୁଇ ଘଣ୍ଟା ଧରି ଜେରା କରାଯିବ। ତା’ର ୪ ସପ୍ତାହ ଭିତରେ ଉଭୟ ପକ୍ଷଙ୍କ ଜବାଲ ସବାଲ କରାଯିବ। ଉଭୟ ପକ୍ଷ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିସାରିବା ପରେ ୩ ମାସ ଭିତରେ ମାମଲାର ଅନ୍ତ ଘଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ଦୁଇ ପକ୍ଷ ସହଯୋଗ କଲେ ୩ ମାସରେ ଭିତରେ ମାମଲା ଶେଷ ହୋଇଯିବ ବୋଲି ଶ୍ରୀ ମିଶ୍ର ଆଶା କରିଛନ୍ତି।

ଭରଣ ପୋଷଣ ନେଇ ସେ କହିଛନ୍ତି, ପରିବାର ଅଦାଲତରେ ଭରଣପୋଷଣ ନେଇ ବର୍ଷା କୌଣସି ଅଭିଯୋଗ କରିନାହାନ୍ତି। ତେବେ ସେ କରିଥିବା ଘରୋଇ ହିଂସା ମାମଲାରେ ଅନୁଭବ ମାସିକ ୩୦ ହଜାର ଦେଉଛନ୍ତି। ସେହି ଅର୍ଥ ବର୍ଷାଙ୍କ ଆକାଉଣ୍ଟକୁ ଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Advertisment
Entertainment Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe