Advertisment

ଏକାଠି ଫିଲ୍ମରେ ନଜର ଆସିବେ ଅନୁପ ଜଲୋଟା ଓ ଜସଲିନ୍‌ ମାଥରୁ

ମୁମ୍ବାଇ: ରିୟାଲିଟି ଶୋ’ ‘ବିଗ୍‌ ବସ୍‌-୧୨’ ପରେ ପୁଣି ଥରେ ଧମାକା କରିବାକୁ ଏକାଠି ଆସୁଛନ୍ତି ବିବାଦୀୟ ଯୋଡ଼ି ଭଜନ ସମ୍ରାଟ ଅନୁପ ଜଲୋଟା ଓ ଜସଲିନ୍‌ ମାଥରୁ। ଦୁହେଁ ଏକ ଧମାକେଦାର ଫିଲ୍ମ ସହ ରୂପେଲି ପରଦାକୁ ଆସୁଛନ୍ତି। ଯାହାର ନାଁ ରହିଛି ‘ୱୋ ମେରି ଷ୍ଟୁଡେଣ୍ଟ ହେ’। ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଯାଇଛି। ଫିଲ୍ମର ଫାଷ୍ଟ ଲୁକ୍‌ ଜସଲିନ୍ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥରେ ଭଜନ ସମ୍ରାଟଙ୍କୁ ଏକଦମ୍‌ ହଟକେ […]

author-image
Chinmayee Roy
ଏକାଠି ଫିଲ୍ମରେ ନଜର ଆସିବେ ଅନୁପ ଜଲୋଟା ଓ ଜସଲିନ୍‌ ମାଥରୁ

anoop-jalota

ମୁମ୍ବାଇ: ରିୟାଲିଟି ଶୋ’ ‘ବିଗ୍‌ ବସ୍‌-୧୨’ ପରେ ପୁଣି ଥରେ ଧମାକା କରିବାକୁ ଏକାଠି ଆସୁଛନ୍ତି ବିବାଦୀୟ ଯୋଡ଼ି ଭଜନ ସମ୍ରାଟ ଅନୁପ ଜଲୋଟା ଓ ଜସଲିନ୍‌ ମାଥରୁ। ଦୁହେଁ ଏକ ଧମାକେଦାର ଫିଲ୍ମ ସହ ରୂପେଲି ପରଦାକୁ ଆସୁଛନ୍ତି। ଯାହାର ନାଁ ରହିଛି ‘ୱୋ ମେରି ଷ୍ଟୁଡେଣ୍ଟ ହେ’। ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଯାଇଛି।

Advertisment

publive-imageଫିଲ୍ମର ଫାଷ୍ଟ ଲୁକ୍‌ ଜସଲିନ୍ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥରେ ଭଜନ ସମ୍ରାଟଙ୍କୁ ଏକଦମ୍‌ ହଟକେ ଅବତାରରେ ଦେଖିବାକୁ ମିଳିଛି। ହାଟରେ ବନ୍ଧୁକ, ଚିକ୍‌ ମିକ୍‌ ଟି-ସର୍ଟ ଓ କଳା ଚଷମାରେ ସେ ସେ ପୂରା ହିପ୍‌ହପ ଷ୍ଟାର୍‌ ଭଳି ଲାଗୁଛନ୍ତି ଓ ତାଙ୍କ ପାର୍ଟନର ଜସଲିନ୍‌ ମଧ୍ୟ ବୋଲ୍ଡ ଷ୍ଟୁଡେଣ୍ଟ ୟୁନିଫର୍ମରେ ବେଶ୍ ହଟ୍‌ ଲାଗୁଛନ୍ତି।

publive-imageଫିଲ୍ମକୁ ନେଇ ଅନୁପ କହିଛନ୍ତି ଯେ ଜସଲିନ୍‌, ତାଙ୍କ ସମ୍ପର୍କକୁ ନେଇ ଲୋକଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ଅଛି ତାକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ଫିଲ୍ମ ତିଆରି କରାଯାଉଛି। ଫିଲ୍ମରେ ଅନୁପ ତାଙ୍କ ବାସ୍ତବ ଜୀବନ ପରି ଜଣେ ମ୍ୟୁଜିକ୍‌ ଟିଚର ଓ ଜସଲିନ୍‌ ତାଙ୍କ ଷ୍ଟୁଡେଣ୍ଟ ଭାବେ ନଜର ଆସିବେ। ସବୁଠୁ ରୋଚକ କଥା ହେଉଛି, ଫିଲ୍ମଟିର କାହାଣୀ ଜସଲିନ୍‌ଙ୍କ ବାପା ଲେଖିଛନ୍ତି । ଏଥିସହ ସେ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ତୁଲାଇବେ। ଫିଲ୍ମର ସୁଟିଂ ଗତ ୧୬ ତାରିଖରୁ ଆରମ୍ଭ ହୋଇଛି। ଯାହାର ଏକ ଭିଡିଓ ଜସଲିନ୍‌ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଫିଲ୍ମର ଏକ ପୋଷ୍ଟର୍ ମଧ୍ୟ ରିଲିଜ୍‌ କରାଯାଇଛି। ଯେଉଁଥିରେ ଅନୁପ ଓ ଜସଲିନ୍‌ଙ୍କ ବ୍ୟତୀତ ଆଉଜଣେ ଅଭିନେତା ମଧ୍ୟ ନଜର ଆସିଛନ୍ତି।

Advertisment

https://www.instagram.com/p/B3r2Bykgzhh/?utm_source=ig_web_copy_link