Advertisment

କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକୁ ନେଇ ରାଗିଗଲେ ଅନୁପମ୍‌ ଖେର୍‌

ମୁମ୍ୱାଇ: ଜଣେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକୁ ନେଇ ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍ ରାଗିଯାଇଛନ୍ତି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଟ୍ୱିଟରରେ ଏକ ଭିଡିଓ ଜାରି କରି ଅନୁପମ କହିଛନ୍ତି, ଦିନ ଦ୍ୱିପହରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଅନନ୍ତନାଗର ରସ୍ତା ଉପରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ୮୦ ଦଶକରେ ହୋଇଥିବା କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକୁ ପୁଣିଥରେ ପୁନରାବୃତ୍ତି କରାଯାଉଛି। ବାରମ୍ୱାର କଶ୍ମୀରୀ ପଣ୍ଡିତଙ୍କ ଉପରେ ଅତ୍ୟାଚାର ହୋଇଆସୁଛି। ସେଠାରେ ଲୋକଙ୍କୁ […]

ଅଦ୍ୟତନ ହୋଇଛି
କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକୁ ନେଇ ରାଗିଗଲେ ଅନୁପମ୍‌ ଖେର୍‌

anupam

Advertisment

ମୁମ୍ୱାଇ: ଜଣେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକୁ ନେଇ ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍ ରାଗିଯାଇଛନ୍ତି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଟ୍ୱିଟରରେ ଏକ ଭିଡିଓ ଜାରି କରି ଅନୁପମ କହିଛନ୍ତି, ଦିନ ଦ୍ୱିପହରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଅନନ୍ତନାଗର ରସ୍ତା ଉପରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ୮୦ ଦଶକରେ ହୋଇଥିବା କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକୁ ପୁଣିଥରେ ପୁନରାବୃତ୍ତି କରାଯାଉଛି। ବାରମ୍ୱାର କଶ୍ମୀରୀ ପଣ୍ଡିତଙ୍କ ଉପରେ ଅତ୍ୟାଚାର ହୋଇଆସୁଛି। ସେଠାରେ ଲୋକଙ୍କୁ ଡରାଇ ଏବଂ ମହିଳାଙ୍କୁ ବଳାତ୍କାର କରି ୫ ଲକ୍ଷ କଶ୍ମୀରୀ ପଣ୍ଡିତଙ୍କୁ ବାହାର କରାଯାଇଛି। ଏହି ଘଟଣା ଏପର୍ଯ୍ୟନ୍ତ ମଧ୍ୟ ଜାରିରହିଛି। ଯାହାକୁ ନେଇ କେହି ଜଣେ ହେଲେ ବି ସ୍ୱର ଉତ୍ତୋଳନ କରୁନାହାନ୍ତି। ଏପରିକି ଏହି ଘଟଣାକୁ ନେଇ ସୋଶାଲ ମିଡିଆରେ କୌଣସି ଟ୍ୱିଟ୍‌ ବି ଦେଖିବାକୁ ମିଳୁନାହିଁ।

Advertisment

ଏହି ଭିଡିଓଟିକୁ ଟ୍ୱିଟ୍‌ କରି ଅନୁପମ ଲେଖିଛନ୍ତି, ମୁଁ ରାଗିବା ସହିତ ଦୁଃଖରେ ଅଛି। କଶ୍ମୀର ପଣ୍ଡିତ ସରପଞ୍ଚଙ୍କ ମୃତ୍ୟୁ ପରେ ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ସୂଚନାଯୋଗ୍ୟ, ବର୍ଷ ବର୍ଷ କଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଅନୁପମ୍‌ ଖେର୍‌ ସର୍ବଦା ସ୍ୱର ଉଠାଇ ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe