Advertisment

'ହମ୍ କଲାକାର ହୈ' ଜରିଆରେ ସବୁ କଳାକାରଙ୍କୁ ଅନୁପମଙ୍କ ସଲାମ୍

ମୁମ୍ବାଇ: ମହାମାରୀ କରୋନା ଭାଇରସ୍ ବିରୁଦ୍ଧରେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁକିଛି ବନ୍ଦ ଥିବାବେଳେ  ଦେଶର ଆର୍ଥିକ ଅବସ୍ଥା ମଧ୍ୟ ଦୋହଲି ଯାଇଛି। ବହୁତ ଲୋକ ନିଜ ଜୀବିକା ହାରାଇ ବସିଛନ୍ତି। ସବୁ ଇଣ୍ଡଷ୍ଟ୍ରି ପରି ଫିଲ୍ମ ଇଣ୍ଟଷ୍ଟ୍ରି ମଧ୍ୟ ସମାନ ଅବସ୍ଥା। ଏଠି କାମ କରୁଥିବା ହଜାର ହଜାର ଶ୍ରମିକ ମଧ୍ୟ ଏବେ ଅଭାବ ଅନଟନର ସମ୍ମୁଖୀନ ହେଉଛନ୍ତି। ତେବେ ଏମାନଙ୍କ ଧର୍ଯ୍ୟକୁ ବଢ଼ାଇବା ପାଇଁ ଅଭିନେତା ଅନୁପମ ଖେର୍ […]

'ହମ୍ କଲାକାର ହୈ' ଜରିଆରେ ସବୁ କଳାକାରଙ୍କୁ ଅନୁପମଙ୍କ ସଲାମ୍

anupam

Advertisment

ମୁମ୍ବାଇ: ମହାମାରୀ କରୋନା ଭାଇରସ୍ ବିରୁଦ୍ଧରେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁକିଛି ବନ୍ଦ ଥିବାବେଳେ  ଦେଶର ଆର୍ଥିକ ଅବସ୍ଥା ମଧ୍ୟ ଦୋହଲି ଯାଇଛି। ବହୁତ ଲୋକ ନିଜ ଜୀବିକା ହାରାଇ ବସିଛନ୍ତି। ସବୁ ଇଣ୍ଡଷ୍ଟ୍ରି ପରି ଫିଲ୍ମ ଇଣ୍ଟଷ୍ଟ୍ରି ମଧ୍ୟ ସମାନ ଅବସ୍ଥା। ଏଠି କାମ କରୁଥିବା ହଜାର ହଜାର ଶ୍ରମିକ ମଧ୍ୟ ଏବେ ଅଭାବ ଅନଟନର ସମ୍ମୁଖୀନ ହେଉଛନ୍ତି। ତେବେ ଏମାନଙ୍କ ଧର୍ଯ୍ୟକୁ ବଢ଼ାଇବା ପାଇଁ ଅଭିନେତା ଅନୁପମ ଖେର୍ ଏକ ନିଆରା ଉପାୟ ଆପଣାଇଛନ୍ତି।

Advertisment

ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ବଡ଼ ବଡ଼ ସେଲେବ୍ରିଟିମାନେ ହିଁ ଲୋକ ଲୋଚନକୁ ଆସନ୍ତି ଓ ସେମାନଙ୍କର ହିଁ ଦବଦବା ରହିଥାଏ। ହେଲେ ଗୋଟିଏ ଫିଲ୍ମକୁ ସଫଳ କରିବା ପଛରେ ବହୁ ଜୁନିୟର ଆର୍ଟିଷ୍ଟ ଓ ଅନ୍ୟ କିଛି ଲୋକଙ୍କର ବହୁତ ବଡ଼ ଅବଦାନ ରହିଥାଏ। ଏମାନେ ବି ଜଣେ ଜଣେ କଳାକାର। କିଏ ମେକ୍‌ଅପ ଦିଏ, କିଏ କ୍ୟାମେରା ସମ୍ଭାଳେ ତ କିଏ  ଲାଇଟ୍‌ର କାମ ଦେଖେ, କିଏ ପୁଣି ଶୁଟିଂ ସେଟ୍ ସଫା କରେ।  ଏହି ସମସ୍ତେ ଏବେ କରୋନା କାରଣରୁ ନିଜ ଜୀବିକା ହରାଇ ବସିଛନ୍ତି। ବର୍ତ୍ତମାନ ଏମାନଙ୍କ ମଧ୍ୟରେ ଆଶାର କିରଣ ଜାଗ୍ରତ କରିବାକୁ ଅନୁପମ ଖେର୍ ଏକ ନୂଆ ଗୀତ ଆଣିଛନ୍ତି ଯାହାର ନାଁ ‘ହମ୍ କଲାକାର୍ ହୈ’

https://twitter.com/AnupamPKher/status/1281558334152163328?s=20

ଅନୁପମ ଖେର ଏହି ଗୀତଟିକୁ ସୋଶାଲ୍ ମିଡିଆରେ ଶେଆର୍ କରି ସମସ୍ତ କଳାକାରଙ୍କୁ ଅଭିବାଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ‘IFTDA ତରଫରୁ ‘ହମ୍ କଲାକାର୍ ହୈ’ ଟିଭି ଏବଂ ଚଳଚ୍ଚିତ୍ରରେ କାମ କରୁଥିବା ସମସ୍ତ କଳାକାର ଏବଂ ଟେକ୍ନିସିଆନଙ୍କୁ ସମ୍ମାନରେ ଉତ୍ସଗ’ ଏହି ଗୀତଟିକୁ ସଲିମ୍ ସୁଲେମାନ୍ କମ୍ପୋଜ କରିଥିବାବେଳେ ସୁଖବିନ୍ଦର ସିଂ ଗାଇଛନ୍ତି। ଏହି ଗୀତ ମାଧ୍ୟମରେ, ମାୟାନାଗରୀ ମୁମ୍ବାଇର ସେହି ମୁହୂର୍ତ୍ତଗୁଡ଼ିକ ସତେଜ କରାଯାଇଛି ଯେତେବେଳେ କରୋନା ସଂକଟ ପଡ଼ିନଥିଲା ଯେତେବେଳେ ଫିଲ୍ମ ସେଟ୍‌ରେ ସବୁକିଛି ସ୍ୱଭାବିକ ଥିଲା। ଏହି ଗୀତଟି ଏବେ ସୋଶାଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି।

Advertisment

କରୋନା ମହାମାରୀକୁ ନେଇ ଗୀତ ବାହାରିବା ଏହା ପ୍ରଥମ ନୁହେଁ ଏହାପୂର୍ବରୁ ମଧ୍ୟ କରୋନାକୁ ନେଇ ଓ କରୋନା ୱାରିୟର୍ସଙ୍କ ସମ୍ମାନରେ ବହୁ ଗୀତ ରଚନା କରାଯାଇଛି। ଅକ୍ଷୟ କୁମାରଙ୍କ ଠାରୁ ସଲମାନ୍ ଖାନ୍ ପର୍ଯ୍ୟନ୍ତ ପ୍ରା ଫିଲ୍ମ ଷ୍ଟାର୍ ଗୀତ ମାଧ୍ୟମରେ ଲୋକଙ୍କୁ ଆଶାର କିରଣ ଦେଖାଇବା ସହ ସେମାନଙ୍କ ସାହାସ ଓ ଧର୍ଯ୍ୟ ବଢ଼ାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe