Advertisment

ଧୋନିଙ୍କ ବାପା ଭୂମିକାରେ ‘ଅନୁପମ ଖେର୍’

ମୁମ୍ବାଇ: ଭେଟେରାନ୍ ଅଭିନେତା ‘ଅନୁପମ ଖେର’ ଭାରତୀୟ ଦିନିକିଆ ଦଳର କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବାପା ଭୂମିକାରେ ଅଭିନୟ କରିବେ। ‘ଏମଏସ୍ ଧୋନୀ: ଦି ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମରେ ଧୋନିଙ୍କ ବାପା ପାନ୍ ସିଂହଙ୍କ ଭୂମିକା ନିଭାଇବେ ଅନୁପମ୍। ନିଜେ ଅନୁପମ ଦେଇଛନ୍ତି ଏହି ସୂଚନା। ସେ ନିଜ ଟ୍ୱିଟର ପେଜ ମାଧ୍ୟମରେ ଦେଇଛନ୍ତି ଏହି ସୂଚନା। ଧୋନିଙ୍କ ଉପରେ ଆଧାରିତ ଏହି ବାଓପିକ୍ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଛନ୍ତି ସୁଶାନ୍ତ ରାଜପୁତ। ଧୋନିଙ୍କ ପତ୍ନୀ […]

author-image
Rakesh Mallick
ଧୋନିଙ୍କ ବାପା ଭୂମିକାରେ ‘ଅନୁପମ ଖେର୍’

Anupam Kher starts shooting for Dhoni biopic

ମୁମ୍ବାଇ: ଭେଟେରାନ୍ ଅଭିନେତା ‘ଅନୁପମ ଖେର’ ଭାରତୀୟ ଦିନିକିଆ ଦଳର କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବାପା ଭୂମିକାରେ ଅଭିନୟ କରିବେ। ‘ଏମଏସ୍ ଧୋନୀ: ଦି ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମରେ ଧୋନିଙ୍କ ବାପା ପାନ୍ ସିଂହଙ୍କ ଭୂମିକା ନିଭାଇବେ ଅନୁପମ୍। ନିଜେ ଅନୁପମ ଦେଇଛନ୍ତି ଏହି ସୂଚନା। ସେ ନିଜ ଟ୍ୱିଟର ପେଜ ମାଧ୍ୟମରେ ଦେଇଛନ୍ତି ଏହି ସୂଚନା।

Advertisment

ଧୋନିଙ୍କ ଉପରେ ଆଧାରିତ ଏହି ବାଓପିକ୍ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଛନ୍ତି ସୁଶାନ୍ତ ରାଜପୁତ। ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଭୂମିକାର ନଜର ଆସିବେ ‘ଫୁଗଲୀ’ର ନାୟିକା କାଇରା ଆଡଭାନୀ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ‘ଏ ୱେଡନେସ୍ ଡେ’ର ନିର୍ଦ୍ଦେଶକ ନୀରଜ ପାଣ୍ଡେ।