Advertisment

ଡିଜିଟାଲ୍‌ରେ ରିଲିଜ୍‌ ହେଲା ଅ‌ନୁପମ୍‌ ଖେର୍‌ଙ୍କ ଅଟୋ ବାୟୋଗ୍ରାଫି

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅନୁପମ୍ ଖେର୍‌ ଡିଜିଟାଲ୍‌ ଫ୍ଲାଟ୍‌ଫର୍ମରେ ଡେବ୍ୟୁ କରିଛନ୍ତି। ଏବେ ଦର୍ଶକ ତାଙ୍କ ଜୀବନ ଉପରେ ଆଧାରିତ କାହାଣୀକୁ ୱେବ୍‌ ଶୋ’ ଜରିଆରେ ଦେଖିପାରିବେ। ଏହାକୁ ନେଇ ଅନୁପମ କହିଛନ୍ତି, ‘ମୋ ଜୀବନ ସହିତ ଜଡ଼ିତ ଥିବା କାହାଣୀକୁ ଡିଜିଟାଲ୍‌ ଫ୍ଲାଟଫର୍ମରେ ଛାଡ଼ିବାକୁ ଯାଉଛି। ଦୁଇ ବର୍ଷ ପୂର୍ବରୁ ମୋ ମନକୁ ଏକ ବିଚାର ଆସିଥିଲା ଯେ ମୋ ଜୀବନ ନାଟକକୁ ରେକର୍ଡ କରିବା ଆବଶ୍ୟକ। ତେଣୁ ମୋ ଟିମ୍‌ ୧୦ରୁ ୧୨ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଡିଜିଟାଲ୍‌ରେ ରିଲିଜ୍‌ ହେଲା ଅ‌ନୁପମ୍‌ ଖେର୍‌ଙ୍କ ଅଟୋ ବାୟୋଗ୍ରାଫି

n22

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅନୁପମ୍ ଖେର୍‌ ଡିଜିଟାଲ୍‌ ଫ୍ଲାଟ୍‌ଫର୍ମରେ ଡେବ୍ୟୁ କରିଛନ୍ତି। ଏବେ ଦର୍ଶକ ତାଙ୍କ ଜୀବନ ଉପରେ ଆଧାରିତ କାହାଣୀକୁ ୱେବ୍‌ ଶୋ’ ଜରିଆରେ ଦେଖିପାରିବେ।
ଏହାକୁ ନେଇ ଅନୁପମ କହିଛନ୍ତି, ‘ମୋ ଜୀବନ ସହିତ ଜଡ଼ିତ ଥିବା କାହାଣୀକୁ ଡିଜିଟାଲ୍‌ ଫ୍ଲାଟଫର୍ମରେ ଛାଡ଼ିବାକୁ ଯାଉଛି। ଦୁଇ ବର୍ଷ ପୂର୍ବରୁ ମୋ ମନକୁ ଏକ ବିଚାର ଆସିଥିଲା ଯେ ମୋ ଜୀବନ ନାଟକକୁ ରେକର୍ଡ କରିବା ଆବଶ୍ୟକ। ତେଣୁ ମୋ ଟିମ୍‌ ୧୦ରୁ ୧୨ କ୍ୟାମେରା ଧରି ଏହି ନାଟକକୁ ଶୁଟ୍‌ କରିଛନ୍ତି। ଗତ ୧୫ ବର୍ଷ ଧରି ମୁଁ ମୋ ଜୀବନ ଉପରେ ଆଧାରିତ ଅଜଣା ଘଟଣାକୁ କାହାଣୀର ରୂପ ଦେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ୪୫୦ରୁ ଅଧିକ ଶୋ କରିସାରିଛି।’

Advertisment

publive-image

ନ୍ୟୁୟର୍କରୁ ଭାରତ ଫେରିବା ପରେ ଭାରତରେ କରୋନା ଲକଡାଉନ ଜାରି ରହିଥିଲା। ତେଣୁ ଏହି ସମୟରେ ମୁଁ ଅନୁଭବ କଲି ଯେ ଏପରି ପରିସ୍ଥିତିରେ ମୋ କାହାଣୀ ଲୋକଙ୍କୁ ଉତ୍ସାହିତ କରିବ। ଏହି କାହାଣୀରେ ମୋ ସଫଳତା ବିଷୟରେ କମ୍ ଏବଂ ବିଫଳତା ବିଷୟରେ ଅଧିକ ଦେଖାଯାଇଛି। ତେଣୁ ଦର୍ଶକଙ୍କର ଏହା ମନୋରଞ୍ଜନ କରିବା ସହିତ ତାଙ୍କ ମନରେ ଏକ ଆଶାର ସଞ୍ଚାର କରିବ।

ଅନୁପମ୍‌ ଖେର୍‌ ଆହୁରି ମଧ୍ୟ କହିଛନ୍ତି, ‘୪୦୦ରୁ ୫୦୦ ଫିଲ୍ମ କରିଥିବାରୁ ଲୋକଙ୍କୁ ଲାଗୁଛି ଯେ ମୁଁ ଜଣେ ସଫଳ ମଣିଷ। କିନ୍ତୁ ଲୋକ ଜାଣିବାକୁ ଚେଷ୍ଟା କରୁନାହାନ୍ତି, ଏହି ସଫଳତା ପଛରେ ଅନେକ ବିଫଳତାର କାହାଣୀ ଲୁଚିରହିଛି। ମୁଁ ଏଠାରେ ଗୋଟିଏ ଜିନିଷ ସ୍ପଷ୍ଟ କରିରଖୁଛି ଯେ ମୁଁ ଏହି କାହାଣୀକୁ ଓଟିଟି ଫ୍ଲାଟଫର୍ମରେ ଛାଡୁନାହିଁ। ମୋ ଚ୍ୟାନେଲ୍‌ ଓ theanupamkher.com ୱେବସାଇଟରେ‌ ଦର୍ଶକ ଏହାକୁ ଦେଖିପାରିବେ। ଜୁନ୍‌ ୩ ତାରିଖରେ ମୋ ୱେବସାଇଟ୍‌ ଲଞ୍ଚ ହୋଇଛି ଏବଂ ୭ ତାରିଖରେ ଏହା ଦର୍ଶକଙ୍କ ପାଇଁ ଲାଇଭ୍‌ ହେବ।’

Advertisment

ଶେଷରେ ଅନୁପମ କହିଛନ୍ତି, ‘ମୁଁ ପ୍ରଥମ କଳାକାର ଯିଏ ନିଜର ଅଟୋ ବାୟୋଗ୍ରାଫି ଲେଖିଛି ଏବଂ ନାଟକ ରୂପରେ ଷ୍ଟେଜ ଶୋ’ କରିବାକୁ ଯାଉଛି। ଏହା ବ୍ୟତୀତ ଏହି କାହାଣୀକୁ ମୁଁ ଅଲଗା ଅଲଗା ୯ଟି ଭାଷାରେ ଅନୁବାଦ କରିଛି। ମୁଁ ଆଶା କରୁଛି ଯେ ମୋ ଏକ୍ସପେରିମେଣ୍ଟ ସଫଳ ହେବ।’