Advertisment

ସଫେଇ କର୍ମୀଙ୍କ ପାଇଁ 'ଶସ୍ତା' ଶବ୍ଦ ବ୍ୟବହାର କଲେ, ଟ୍ରୋଲ ହେଲେ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଅନୁପମ ଖେର। ସୋଶାଲ ମିଡିଆରେ ଏକ ଭିଡିଓକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ସରକାର ସ୍ବଚ୍ଛ ଭାରତ ଅଭିଯାନର ନାରା ଦେଉଥିବା ବେଳେ ଏହି ଅଭିନେତା ଜଣକ ସଫେଇ କର୍ମୀଙ୍କୁ ପରିହାସ କରିଛନ୍ତି। ଯାହାକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି। ଏଥିସହ ତାଙ୍କୁ ଅନେକ ଲୋକେ ନିନ୍ଦା ମଧ୍ୟ କରିଛନ୍ତି। ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ସୋଶାଲ ମିଡିଆରେ ଏକ ଭିଡିଓ […]

ଅଦ୍ୟତନ ହୋଇଛି
ସଫେଇ କର୍ମୀଙ୍କ ପାଇଁ 'ଶସ୍ତା' ଶବ୍ଦ ବ୍ୟବହାର କଲେ, ଟ୍ରୋଲ ହେଲେ

Anupam kher

Advertisment

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଅନୁପମ ଖେର। ସୋଶାଲ ମିଡିଆରେ ଏକ ଭିଡିଓକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ସରକାର ସ୍ବଚ୍ଛ ଭାରତ ଅଭିଯାନର ନାରା ଦେଉଥିବା ବେଳେ ଏହି ଅଭିନେତା ଜଣକ ସଫେଇ କର୍ମୀଙ୍କୁ ପରିହାସ କରିଛନ୍ତି। ଯାହାକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି। ଏଥିସହ ତାଙ୍କୁ ଅନେକ ଲୋକେ ନିନ୍ଦା ମଧ୍ୟ କରିଛନ୍ତି।

Advertisment

ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ସୋଶାଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ଜଣେ ସଫେଇ କର୍ମୀ ନିଜ ସ୍କୁଟି ପଛପଟେ ଛାଡୁ ବାନ୍ଦି ଗାଡି ଚଳାଉଛନ୍ତି। ଏହା ଏକ ଶ୍ଲୋ-ମୋସନ ଭିଡିଓ। ଅନୁପମ ଏହି ଭିଡିଓ ଶେଆର କରି କ୍ୟାପଶନରେ ଲେଖିଛନ୍ତି 'ଭାରତର ଶସ୍ତା ହ୍ୟାରି ପୋଟର'। ସେ ସଫେଇ କର୍ମୀଙ୍କୁ ଶସ୍ତା କହି ସମାଲୋଚନା କରିଛନ୍ତି। ତେବେ ଏହି ଭିଡିଓଟି କେଉଁଠୁ ଆସିଲା ସେ ନେଇ କୌଣସି ସୂଚନା ନାହିଁ।


ଅନୁପମଙ୍କ ଏହି ଭିଡିଓକୁ କେହି କେହି ସମର୍ଥନ କରିଥିବା ବେଳେ ଆଉ କେତେଜଣ ତାଙ୍କୁ ସଫେଇକର୍ମୀଙ୍କୁ ଅପମାନ କରିଥିବା ନେଇ ଟ୍ରୋଲ କରିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ସ୍ବଚ୍ଛ ଭାରତ ଅଭିଯାନ ପାଇଁ ଏହି ବ୍ୟକ୍ତି ହିଁ ହେଉଛନ୍ତି ରିଅଲ ବ୍ରାଣ୍ଡ ଆମ୍ବାସଡର। ଏମାନଙ୍କୁ ପରିହାସ କରିବା ଆଦୌ ଉଚିତ ନୁହେଁ।

Advertisment

ଆଉ ଜଣେ କହିଛନ୍ତି, ଯେ ଆପଣ ସଫେଇ କର୍ମୀଙ୍କୁ ଫେମସ କରିଦେଲେ। ବିନା ହେଲମେଟ ଏବଂ ମାସ୍କ ପିନ୍ଧି ଗାଡି ଚଳାଉଥିବା ଏହି ବ୍ୟକ୍ତିଙ୍କ ଯଦି ଚାଲାଣ କଟେ, ତେବେ ଆପଣ ତା'ପାଇଁ ଦାୟୀ ହେବେ।

Bollywood Anupam Kher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe