/odisha-reporter/media/post_attachments/uploads/2020/06/k222-1.jpg)
k222
ମୁମ୍ୱାଇ : ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍ର କିରଣ ଖେର୍। ସବୁ ଚରିତ୍ରର ଅଭିନୟକୁ ସେ ନିଖୁଣ ଭାବରେ କରିପାରନ୍ତି। ବିଜେପି ସାଂସଦ ତଥା ଅଭିନେତ୍ରୀଙ୍କ କିରଣ ଖେର୍ଙ୍କର ଆଜି ହେଉଛି ଜନ୍ମଦିନ। ୧୯୫୫ ମସିହା ଜୁନ୍ ୧୪ ତାରିଖରେ ପଞ୍ଜାବରେ ସେ ଜନ୍ମ ନେଇଥିଲେ।
କରୋନା ଲକଡାଉନ ପାଇଁ ସ୍ୱାମୀ ଅନୁପମ୍ ଖେର୍ କିରଣଙ୍କଠାରୁ ଦୂରରେ ରହିଛନ୍ତି। ତେଣୁ ସୋଶାଲ ମିଡିଆରେ ଜରିଆରେ ଅନୁପମ୍ କିରଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କିରଣଙ୍କର କିଛି ପୁରୁଣା ଫଟୋ ଶେଆର୍ କରି ଅନୁପମ୍ ଲେଖିଛନ୍ତି, ‘ମୋ ସବୁଠାରୁ ପ୍ରିୟ କିରଣଙ୍କୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ ତୁମକୁ ଦୁନିଆର ସବୁ ଖୁସି ଦିଅନ୍ତୁ। ଆଶା କରୁଛି ତୁମେ ସବୁବେଳେ ସୁସ୍ଥ ରୁହ। ତୁମେ ଏବେ ସିକନ୍ଦର ଖେର୍ ସହିତ ଚଣ୍ଡିଗଡ଼ରେ ଅଛ। ମୁଁ ତୁମ ସାଙ୍ଗରେ ନାହିଁ। କ୍ଷମା କରିବ ତୁମ ଜନ୍ମଦିନରେ ଉପସ୍ଥିତ ରହିପାରିଲି ନାହିଁ। କିନ୍ତୁ ତୁମ କଥା ବହୁତ ମନେପଡୁଛି। ଆମେ ଖୁବ୍ଶୀଘ୍ର ଭେଟ ହେବା। ତୁମର ସୁସ୍ଥ ଜୀବନ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। ’
/odisha-reporter/media/post_attachments/wp-content/uploads/2020/06/k333.jpg)
ସୂଚନାଯୋଗ୍ୟ, ଚଣ୍ଡିଗଡ଼ର ଏକ ଥିଏଟର ଗ୍ରୁପରେ କିରଣ ଓ ଅନୁପମଙ୍କର ଭେଟ ହୋଇଥିଲା। ଦୁହିଁଙ୍କର ବନ୍ଧୁତା ପରେ ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ପଞ୍ଜାବ ୟୁନିଭରସିଟିରେ ଇଂରାଜୀରେ ପୋଷ୍ଟ ଗ୍ରାଜୁଏଟ୍ କରିବା ସମୟରେ କିରଣ ଥିଏଟର୍ ଓ ଟିଭି ଶୋ’ରେ ହୋଷ୍ଟ ଭାବରେ କାର୍ଯ୍ୟ କରୁଥିଲେ। ପରେ ୧୯୮୩ରେ ତାଙ୍କର ପ୍ରଥମ ଫିଲ୍ମ ‘ଆସରା ପ୍ୟାର୍ ଦା’ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପରେ କିରଣ ‘ସରଦାରୀ ବେଗମ୍’ ଓ ‘ବାଡ଼ିବାଲି’ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବଲିଉଡ୍ରେ ଲୋକପ୍ରିୟ ହୋଇଯାଇଥିଲେ।
ଅନୁପମଙ୍କୁ ବିବାହ କରିବା ପରେ କିରଣ ଜ୍ୟୋତିଷଶାସ୍ତ୍ର ଉପରେ ବହୁତ ବିଶ୍ୱାସ ରଖୁଥିଲେ। ତେଣୁ ୨୦୦୩ରେ ସେ ତାଙ୍କ ନାମର ବନାନ ପରିବର୍ତ୍ତନ କରି କିରଣରୁ କିରୋନ୍ ରଖିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
