Advertisment

ବିରାଟଙ୍କ ଡ୍ରେସ୍‌ ପିନ୍ଧନ୍ତି ଅନୁଷ୍କା

ମୁମ୍ବାଇ: ଦେଶର ଅନ୍ୟତମ ପାୱାର୍‌ କପଲ୍‌ ହେଉଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା। ଏ ଯୋଡ଼ିକୁ ସମସ୍ତେ ପସନ୍ଦ ବି କରନ୍ତି। ପ୍ରାୟ ସମୟରେ ଏ ଦୁହେଁ ସୋଶାଲ୍‌ ମିଡ଼ିଆରେ ସେମାନଙ୍କ ଫଟୋ ଶେଆର କରନ୍ତି ଓ ସେସବୁ ଭାଇରାଲ୍‌ ମଧ୍ୟ ହୁଏ। ଆପଣମାନେ ବିରାଟ ଓ ଅନୁଷ୍କାଙ୍କୁ ନେଇ ଆଉ ଗୋଟିଏ କଥା ବି ଲକ୍ଷ୍ୟ କରିଥିବେ। ଅନେକ ସମୟରେ ଦୁହେଁ ମ୍ୟାଚିଂ ଡ୍ରେସ୍‌ ପିନ୍ଧି […]

ବିରାଟଙ୍କ ଡ୍ରେସ୍‌ ପିନ୍ଧନ୍ତି ଅନୁଷ୍କା

anushka

Advertisment

ମୁମ୍ବାଇ: ଦେଶର ଅନ୍ୟତମ ପାୱାର୍‌ କପଲ୍‌ ହେଉଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା। ଏ ଯୋଡ଼ିକୁ ସମସ୍ତେ ପସନ୍ଦ ବି କରନ୍ତି। ପ୍ରାୟ ସମୟରେ ଏ ଦୁହେଁ ସୋଶାଲ୍‌ ମିଡ଼ିଆରେ ସେମାନଙ୍କ ଫଟୋ ଶେଆର କରନ୍ତି ଓ ସେସବୁ ଭାଇରାଲ୍‌ ମଧ୍ୟ ହୁଏ।

Advertisment

ଆପଣମାନେ ବିରାଟ ଓ ଅନୁଷ୍କାଙ୍କୁ ନେଇ ଆଉ ଗୋଟିଏ କଥା ବି ଲକ୍ଷ୍ୟ କରିଥିବେ। ଅନେକ ସମୟରେ ଦୁହେଁ ମ୍ୟାଚିଂ ଡ୍ରେସ୍‌ ପିନ୍ଧି ବୁଲନ୍ତି। ଆଉ ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା ବିରାଟଙ୍କ ଡ୍ରେସ୍‌କୁ ନେଇ କିଛି ସିକ୍ରେଟ୍‌ ବି ଶେଆର କରିଥିଲେ।

ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ ଯେ ସେ ବାରିଟଙ୍କ ଡ୍ରେସ୍‌ ପିନ୍ଧନ୍ତି। ବିରାଟଙ୍କ ଟି-ଶାର୍ଟ ଓ ଜ୍ୟାକେଟ୍‌ ସେ ପିନ୍ଧନ୍ତି। ଏଥିରେ ବିରାଟ ଖୁସି ମଧ୍ୟ ହୁଅନ୍ତି। ତା’ଛଡ଼ା ବିରାଟଙ୍କ ପୋଷାକ ପିନ୍ଧିଲେ ତାଙ୍କୁ ଭଲ ଲାଗେ ବୋଲି ଅନୁଷ୍କା କହିଥିଲେ।

Advertisment

ସୂଚନାଯୋଗ୍ୟ, ବିରାଟ ଓ ଅନୁଷ୍କା ୨୦୧୭ ଡିସେମ୍ବର ୧୧ତାରିଖରେ ବାହା ହୋଇଥିଲେ। ନିକଟରେ ଭୁଟାନରେ ବିରାଟ ତାଙ୍କ ଜନ୍ମଦିନ ପାଳିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe