Advertisment

କରୋନା ମୁକାବିଲା ପାଇଁ ୩ କୋଟି ଦେଲେ ବିରୁଷ୍କା

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ଏନେଇ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ସହାୟତା କରୁଛନ୍ତି। ଏହିକ୍ରମରେ ବଲିଉଡ୍ ତଥା କ୍ରିକେଟ୍ ଜଗତର ଲୋକପ୍ରିୟ ଦମ୍ପତି ବିରୁଷ୍କା ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ୱାମୀ ତଥା ଲୋକପ୍ରିୟ କ୍ରିକେଟର୍ ବିରାଟ କୋହଲିଙ୍କ କରୋନା ମୁକାବିଲା ପାଇଁ ସାହାଯ୍ୟ କରିବାକୁ ଆଗେଇ […]

ଅଦ୍ୟତନ ହୋଇଛି
କରୋନା ମୁକାବିଲା ପାଇଁ ୩ କୋଟି ଦେଲେ ବିରୁଷ୍କା

virushka

Advertisment

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ଏନେଇ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ସହାୟତା କରୁଛନ୍ତି। ଏହିକ୍ରମରେ ବଲିଉଡ୍ ତଥା କ୍ରିକେଟ୍ ଜଗତର ଲୋକପ୍ରିୟ ଦମ୍ପତି ବିରୁଷ୍କା ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି।

Advertisment

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ୱାମୀ ତଥା ଲୋକପ୍ରିୟ କ୍ରିକେଟର୍ ବିରାଟ କୋହଲିଙ୍କ କରୋନା ମୁକାବିଲା ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଅନୁଷ୍କା ଘୋଷଣା କରିଛନ୍ତି ଯେ, କରୋନାଭାଇରସ ସହ ଚାଲିଥିବା ଏ ଯୁଦ୍ଧରେ ସେ ଦେଶ ସହ ଅଛନ୍ତି। ଅନୁଷ୍କା ଓ ବିରାଟ କୋହଲି ‘ପିଏମ୍‌-କେୟାରସ୍‌ ଫଣ୍ଡ’ରେ ଅର୍ଥ ଦାନ କରିଛନ୍ତି। ତେବେ ବିରୁଷ୍କା କେତେ ଦାନ କରିଛନ୍ତି, ସେ ନେଇ ସେମାନେ ଘୋଷଣା କରିନାହାଁନ୍ତି। ଏହାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଛନ୍ତି। ତେବେ ସେମାନେ କରୋନା ମୁକାବିଲା ଲାଗି ତିନି କୋଟି ଟଙ୍କା ଦେଇଥିବା ବିଶେଷ ସୂତ୍ରରୁୁ ଜଣାପଡ଼ିଛି।

https://www.instagram.com/p/B-WJqLvJW9x/?utm_source=ig_web_copy_link

ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଲେଖିଛନ୍ତି, 'ବିରାଟ ଏବଂ ମୁଁ ଆମର ପିଏମ-କେୟାର ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛୁ। ଏହି ସମୟରେ ଆମେ ବହୁ ଲୋକଙ୍କ ଦୁଃଖ ଦେଖି ଅତ୍ୟନ୍ତ ଦୁଃଖିତ ଏବଂ ଆମେ ଆଶା କରୁ ଯେ, ଆମର ଦାନ ଲୋକମାନଙ୍କୁ, ଆମ ଦେଶବାସୀଙ୍କୁ କିଛି ମାତ୍ରାରେ ସାହାଯ୍ୟ କରିପାରିବ।’

Advertisment

ସେହିପରି କାର୍ତ୍ତିକ ଆର୍ଯ୍ୟନ୍ ଏହି ପାଣ୍ଠିରେ ୧ କୋଟି ଟଙ୍କା ଦାନ କରିଛନ୍ତି। ନିକଟରେ ଅକ୍ଷୟ କୁମାର, କପିଲ ଶର୍ମା, ଫିଲ୍ମ ନିର୍ମାତା ଭୂଷଣ କୁମାର, ଭୂମି ପାଡନେକର, ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରାଙ୍କ ପରି ଅନେକ ତାରକା ଏହି ପାଣ୍ଠିକୁ ଦାନ କରିଛନ୍ତି। ତେବେ ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ ଦେଇ ସମସ୍ତଙ୍କ ମନ ଜିଣି ନେଇଥିବା ବେଳେ ସଲମାନ୍ ଖାନ୍ ୨୫ ହଜାର ଦିନ ମଜୁରିଆଙ୍କୁ ସାହାଯ୍ୟ କରୁଛନ୍ତି।

https://www.instagram.com/p/B-JKXK0Jtt6/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe