ପ୍ରେଗନେନ୍ସିରେ ଅନୁଷ୍କାଙ୍କ ଶୀର୍ଷାସନ!

ମୁମ୍ବାଇ: ସମସ୍ତ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ନିଜକୁ ଫିଟ ରଖିବା ପାଇଁ ସର୍ବଦା ତତ୍ପର । ଜିମ୍ ଏବଂ ଯୋଗ ତାଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ । ନିଜକୁ କିଭଳି ଫିଟ ରଖିବେ ସେ ନେଇ ଅଭିନେତା ଏବଂ ଅଭିନେତ୍ରୀମାନେ ଫିଟ୍‌ନେସ୍ ଟ୍ରେନରର ସହାୟତା ମଧ୍ୟ ନେଇଥାନ୍ତି । ଏପରିକି କିଛି ଅଭିନେତ୍ରୀ ପ୍ରେଗନାଣ୍ଟ ସମୟରେ ମଧ୍ୟ ଯୋଗ ବା ବ୍ୟାୟମ କରିବାକୁ ଭୁଲନ୍ତି ନାହିଁ । ସେହିଭଳି ଏକ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା […]

anushka

anushka

Madhupriya Mistry
  • Published: Tuesday, 01 December 2020
  • Updated: 01 December 2020, 12:57 PM IST

Sports

Latest News

ମୁମ୍ବାଇ: ସମସ୍ତ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ନିଜକୁ ଫିଟ ରଖିବା ପାଇଁ ସର୍ବଦା ତତ୍ପର । ଜିମ୍ ଏବଂ ଯୋଗ ତାଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ । ନିଜକୁ କିଭଳି ଫିଟ ରଖିବେ ସେ ନେଇ ଅଭିନେତା ଏବଂ ଅଭିନେତ୍ରୀମାନେ ଫିଟ୍‌ନେସ୍ ଟ୍ରେନରର ସହାୟତା ମଧ୍ୟ ନେଇଥାନ୍ତି । ଏପରିକି କିଛି ଅଭିନେତ୍ରୀ ପ୍ରେଗନାଣ୍ଟ ସମୟରେ ମଧ୍ୟ ଯୋଗ ବା ବ୍ୟାୟମ କରିବାକୁ ଭୁଲନ୍ତି ନାହିଁ । ସେହିଭଳି ଏକ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା ।

ଅନୁଷ୍କା ଏବେ ଗର୍ଭବତୀ ଅଛନ୍ତି । ଗର୍ଭାବସ୍ଥାରେ ମଧ୍ୟ ସେ ନିଜକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ବ୍ୟାୟମ କରୁଛନ୍ତି । ନିକଟରେ ପ୍ରେଗନାଣ୍ଟ ଥାଇ ମଧ୍ୟ ସେ ଶୀର୍ଷାସନ କରିଛନ୍ତି । ଅନୁଷ୍କା ନିଜେ ତାଙ୍କ ଇଂନଷ୍ଟାଗ୍ରାମ ଆକାଉଂଟରେ ଏହି ଫଟୋକୁ ସେଆର କରିଛନ୍ତି । ଏହି ଫଟୋରେ ଅନୁଷ୍କା ଶୀର୍ଷାସନ କରୁଥିବା ବେଳେ ବିରାଟ କୋହଲି ତାଙ୍କ ଗୋଡକୁ ଧରି ଠିଆ ହୋଇଛନ୍ତି । ଏଥିସହ ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ ପୂରା ଦେଖାଯାଉଛି ।  ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି ।


ଅନୁଷ୍କା କହିଛନ୍ତି, ଡାକ୍ତରଙ୍କ ପରାମର୍ଶ ଏବଂ ମୋ ଯୋଗ ଗୁରୁଙ୍କ ସଂରକ୍ଷଣରେ ରହି ଏହି ଆସନ କରିଛି । ମୁଁ ପ୍ରେଗନେନ୍ସି ସମୟରେ ମଧ୍ୟ ମୋର ବ୍ୟାୟମ ଜାରି ରଖିଥିବାରୁ ବେଶ୍ ଖୁସି ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ନିଜ ପ୍ରେଗନେନ୍ସି ପରିଅଡରେ ଅନୁଷ୍କା ବେଶ୍ ଆକ୍ଟିଭ ଅଛନ୍ତି । ଏହି ସମୟରେ ନିଜ କାମ ସହ ଫିଜିକାଲି ନିଜକୁ ଫିଟ୍ ରଖିବାକୁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି। ଅନୁଷ୍କା ଗର୍ଭବତୀ ହେବା ଦିନଠାରୁ ତାଙ୍କର ପ୍ରତିଦିନ କିଛି ନା କିଛି ଫଟୋ ସୋଶାଲ ମିଡିଆରେ ସାମ୍ନାକୁ ଆସୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos