Advertisment

ରାଗି ଗଲେ ଅନୁଷ୍କା, ଫାରୁକ୍‌ଙ୍କୁ ଦେଲେ କଡ଼ା ଜବାବ

ମୁମ୍ୱାଇ: “ଚୁପ ରହିବାକୁ ମୋର ଦୁର୍ବଳତା ବୋଲି ଭାବନ୍ତୁ ନାହିଁ।” ପୂର୍ବତନ କ୍ରିକେଟର୍‌ ଫାରୁକ୍ ଇଞ୍ଜିନିୟରଙ୍କ ଉପରେ ରାଗି ଯାଇ ଏମିତି କଡ଼ା ଜବାବ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା। ଗତକାଲି ଫାରୁକ୍ ବିସିସିଆଇର ଚୟନକର୍ତ୍ତାଙ୍କୁ ନେଇ ଯେଉଁ କଥା କହିଥିଲେ, ତା’ରି ଜବାବରେ ଅନୁଷ୍କା ଏଭଳି କଥା କହିଛନ୍ତି। ଗତକାଲି ଟିମ୍ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟ୍‌ର କହିଥିଲେ ଯେ  ଟିମ୍ ଚୟନରେ କୋହଲିଙ୍କ […]

ଅଦ୍ୟତନ ହୋଇଛି
ରାଗି ଗଲେ ଅନୁଷ୍କା, ଫାରୁକ୍‌ଙ୍କୁ ଦେଲେ କଡ଼ା ଜବାବ

anuska

Advertisment

ମୁମ୍ୱାଇ: “ଚୁପ ରହିବାକୁ ମୋର ଦୁର୍ବଳତା ବୋଲି ଭାବନ୍ତୁ ନାହିଁ।” ପୂର୍ବତନ କ୍ରିକେଟର୍‌ ଫାରୁକ୍ ଇଞ୍ଜିନିୟରଙ୍କ ଉପରେ ରାଗି ଯାଇ ଏମିତି କଡ଼ା ଜବାବ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା।

Advertisment

ଗତକାଲି ଫାରୁକ୍ ବିସିସିଆଇର ଚୟନକର୍ତ୍ତାଙ୍କୁ ନେଇ ଯେଉଁ କଥା କହିଥିଲେ, ତା’ରି ଜବାବରେ ଅନୁଷ୍କା ଏଭଳି କଥା କହିଛନ୍ତି। ଗତକାଲି ଟିମ୍ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟ୍‌ର କହିଥିଲେ ଯେ  ଟିମ୍ ଚୟନରେ କୋହଲିଙ୍କ ଭୂମିକା ଅଧିକ, ଯାହା ବହୁତ ଭଲ କଥା । କିନ୍ତୁ ଚୟନକର୍ତ୍ତାଙ୍କ ଭୂମିକା କ’ଣ? ସବୁ ଚୟନକର୍ତ୍ତା ମିଶିକି ମୋଟ ୧୦-୧୨ ମ୍ୟାଚ୍ ଖେଳିଥିବେ। ବିଶ୍ୱକପ୍ ବେଳେ ଚୟନକର୍ତ୍ତାଙ୍କ ମଧ୍ୟରୁ ଜଣଙ୍କୁ ଜାଣି ନଥିଲି। ମୁଁ ଜଣଙ୍କୁ ପଚାରିଲି ଯେ ବ୍ଲେଜର ପିନ୍ଧିଥିବା ବ୍ୟକ୍ତି ଜଣକ କିଏ। ସେହି ବ୍ୟକ୍ତି ଜଣକ କହିଥିଲେ ଇଏ ହେଉଛନ୍ତି ଜଣେ ଚୟନକର୍ତ୍ତା। ଚୟନକର୍ତ୍ତା ଅନୁଷ୍କା ଶର୍ମା (ବିରାଟଙ୍କ ପତ୍ନୀ)ଙ୍କୁ ଚା’ ଦେବାରେ ବ୍ୟସ୍ତ ଥିଲେ।

ବାସ୍ ଫାରୁକଙ୍କ ସେହି ଶେଷ ଧାଡ଼ିକ କଥା ଅନୁଷ୍କାଙ୍କୁ ଖୁବ୍ ବାଧିଛି। ସେଥିପାଇଁ ସେ ଫାରୁକ୍‌ଙ୍କ ଉଦ୍ଦେଶ୍ୟରେ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଏକ ଲମ୍ବା ଲେଖା ପୋଷ୍ଟ୍ କରିଛନ୍ତି।

Advertisment

https://twitter.com/AnushkaSharma/status/1189878105541754880

ଏଥିରେ ଅନୁଷ୍କା ଲେଖିଛନ୍ତି, “ସବୁବେଳେ ମୁଁ ଚୁପ୍ ରହୁଥିବା ଯୋଗୁ ମନଗଢ଼ା କାହାଣୀଗୁଡ଼ିକୁ ସତ ହେବାକୁ ଲାଗୁଛି। ଆଜି ଏହାର ଅନ୍ତ ଘଟିବ। ମୁଁ ସବୁବେଳେ ଚୁପ୍ ରହିବାକୁ ପସନ୍ଦ କରେ। ମୁଁ ସେତେବେଳେ ବି ଚୁପ୍ ରହିଥିଲି ଯେତେବେଳେ ମୋ ସ୍ୱାମୀ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ପାଇଁ ମୋତେ ଦାୟୀ କରାଗଲା। ତା’ସହିତ କ୍ରିକେଟ୍ ସହିତ ଜଡ଼ିତ ଅନେକ ପ୍ରସଙ୍ଗରେ ମୋ ନାଁକୁ ସାମିଲ କରାଗଲା। ଏମିତି ବି କୁହାଗଲା ଯେ କ୍ରିକେଟ୍ ଟିମ୍ ବୈଠକରେ ମୁଁ ଉପସ୍ଥିତ ରହେ ଓ ଟିମ୍ ଚୟନ ମୋ ଦ୍ୱାରା ପ୍ରଭାବିତ ହୋଇଥାଏ। ଯେତେବେଳେ ମୁଁ ମୋ ସ୍ୱାମୀଙ୍କ ସହ ବିଦେଶ ଗସ୍ତରେ ଯାଏ, ସେତେବେଳେ ବି ମୋ ବିଷୟରେ ମିଛ କୁହାଯାଏ। ବୋର୍ଡ ମୋ ପାଇଁ ବିମାନ ଟିକେଟ୍ କିଣିବା ସହିତ ସୁରକ୍ଷା ବ୍ୟବସ୍ଥା କରେ ବୋଲି ବି କୁହାଯାଏ। କିନ୍ତୁ ସତ କଥା ହେଉଛି, ମ୍ୟାଚ୍ ଓ ବିମାନ ଟିକେଟ୍ ମୁଁ ନିଜେ କିଣେ।”

ସେ ଆହୁରି ଲେଖିଛନ୍ତି, ‘ଏବେ ଏଥିରେ ଆଉ ଗୋଟିଏ ଅଧ୍ୟାୟ ଯୋଡ଼ି ହୋଇଯାଇଛି। କୁହାଯାଇଛି, ୨୦୧୯ ବିଶ୍ୱକପ୍ ବେଳେ ଚୟନକର୍ତ୍ତା ମୋତେ ଚା’ ପରଷି ଥିଲେ। ମୁଁ ବିଶ୍ୱକପ୍ ବେଳେ ଗୋଟିଏ ମ୍ୟାଚ୍ ଦେଖିବାକୁ ଯାଇଥିଲି ଓ ସେତେବେଳେ ଫ୍ୟାମିଲି ବକ୍ସରେ ବସିଥିଲି। ମୁଁ ଚୟନକର୍ତ୍ତାଙ୍କ ସହିତ ନଥିଲି। ଯଦି ଆପଣଙ୍କୁ ଚୟନକର୍ତ୍ତା ଓ ସେମାନଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବାର ଅଛି, ତା’ହେଲେ ନିଶ୍ଚିତ ଉଠାନ୍ତୁ। କିନ୍ତୁ ମୋତେ ଏହା ଭିତରକୁ ଟାଣନ୍ତୁ ନାହିଁ। ମୁଁ ଏସବୁ କ୍ଷେତ୍ରରେ କାହାକୁ ବି ମୋ ନାଁ ଟାଣିବାକୁ ଦେବି ନାହିଁ।”

ଅନ୍ୟପକ୍ଷରେ ଅନୁଷ୍କାଙ୍କ ନାଁ ନେଇଥିବାରୁ ଫାରୁକ୍ କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ଭାରତୀୟ ଚୟନକର୍ତ୍ତାଙ୍କୁ ମୁଁ କେବଳ ବ୍ୟଙ୍ଗ କରି ଏପରି କହିଥିଲି। ଏହି ଖବରକୁ ନେଇ ତିଳକୁ ତାଳ କରାଯାଇଛି। ଏଥିପାଇଁ ଅନୁଷ୍କାଙ୍କୁ ମୁଁ କ୍ଷମା ମାଗୁଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe