Advertisment

'ପାତାଲ୍ ଲୋକ୍' ପାଇଁ ବିବାଦ ଘେରରେ ଅନୁଷ୍କା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ଆମାଜନ ପ୍ରାଇମରେ ଆସୁଥିବା ନିଜ ୱେବ୍ ସିରିଜ୍ ‘ପାତାଲ୍ ଲୋକ୍’ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି। ଏହି ସିରିଜ୍ ଦର୍ଶକଙ୍କ ଜିତିବାରେ ସଫଳ ହୋଇଛି। ତେବେ ଗୋଟେପଟେ ସିରିଜ୍ କୁ ଭଲ ପ୍ରତିକ୍ରିୟା ମିଳୁଥିବାବେଳେ ଅନ୍ୟପଟେ ଏହାର ନିର୍ମାତା ଅନୁଷ୍କା ଶର୍ମା ବିବାଦରେ ଫସିଯାଇଛନ୍ତି। ତାଙ୍କ ବିରୁଦ୍ଧରେ ଏହି ସିରିଜରେ ଜାତିଭିତ୍ତିକ ଗାଳି କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଏକ […]

author-image
Chinmayee Roy
'ପାତାଲ୍ ଲୋକ୍' ପାଇଁ ବିବାଦ ଘେରରେ ଅନୁଷ୍କା

anushka

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ଆମାଜନ ପ୍ରାଇମରେ ଆସୁଥିବା ନିଜ ୱେବ୍ ସିରିଜ୍ ‘ପାତାଲ୍ ଲୋକ୍’ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି। ଏହି ସିରିଜ୍ ଦର୍ଶକଙ୍କ ଜିତିବାରେ ସଫଳ ହୋଇଛି। ତେବେ ଗୋଟେପଟେ ସିରିଜ୍ କୁ ଭଲ ପ୍ରତିକ୍ରିୟା ମିଳୁଥିବାବେଳେ ଅନ୍ୟପଟେ ଏହାର ନିର୍ମାତା ଅନୁଷ୍କା ଶର୍ମା ବିବାଦରେ ଫସିଯାଇଛନ୍ତି। ତାଙ୍କ ବିରୁଦ୍ଧରେ ଏହି ସିରିଜରେ ଜାତିଭିତ୍ତିକ ଗାଳି କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଏକ ଲିଗାଲ୍ ନୋଟିସ୍ ମଧ୍ୟ ପଠାଯାଇଛି।

Advertisment

https://twitter.com/BhaGoYuP/status/1263112574083661825?s=20

ନ୍ୟାସନାଲ୍ ଲୟର୍ ଗିଲ୍ଡର ସଦସ୍ୟ ଆଡଭୋକେଟ୍ ବିରେନ ସିଂ ଗୁରୁଙ୍ଗ ଅନୁଷ୍କା ଶର୍ମାଙ୍କୁ ଏହି ନୋଟିସ୍ ପଠାଇଛନ୍ତି। ଏହି ନୋଟିସରେ ଅଭିଯୋଗ ହୋଇଛି ଯେ ସୁଦୀପ ଶର୍ମାଙ୍କ ଦ୍ୱାରା ଲିଖିତ ଏହି ୱେବ୍ ସିରିଜ୍ ଜାତିବାଦୀ ଶବ୍ଦ ବ୍ୟବହାର କରିଛି ଯାହା ନେପାଳର ଗୋରଖା ସମ୍ପ୍ରଦାୟକୁ ଅପମାନିତ କରିଛି। ଆଡଭୋକେଟ୍ ବୀରେନ କହିଛନ୍ତି ଯେ 'ପାତାଲ ଲୋକ'ର ଦ୍ୱିତୀୟ ଏପିସୋଡରେ ପଚରାଉଚରା ବେଳେ ମହିଳା ପୁଲିସ୍ ଶୋ’ରେ ନେପାଳୀ ଚରିତ୍ର ଉପରେ ଜାତିଆଣ ଗାଳି ବ୍ୟବହାର କରିଥିଲେ। ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା ଅନୁଷ୍କାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

https://www.instagram.com/p/CALcqFYpAYg/?utm_source=ig_web_copy_link

ଆଡଭୋକେଟ୍ ବୀରେନ୍ ଏହି ଶବ୍ଦକୁ ମ୍ୟୁଟ୍ କରାଯାଇ ଏହାର ସବଟାଇଟଲ୍ ଗୁଡ଼ିକୁ ବ୍ଲର୍ କରିବା ପରେ ଏଡିଟେଡ୍ ଭିଡିଓକୁ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହା ବ୍ୟତୀତ  ଗୋରଖା ସମ୍ପ୍ରଦାୟ ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ଦାବି କରିଛି। ଏହା ବ୍ୟତୀତ ସେ ଏକ ଅନଲାଇନ୍ ପିଟିସନ୍ ମଧ୍ୟ ଆରମ୍ଭ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ରଚନାତ୍ମକ ସ୍ୱାଧୀନତା ନାମରେ ଜାତିବାଦୀ ଆକ୍ରମଣକୁ ଗ୍ରହଣ କରିପାରିବ ନାହିଁ । ତେଣୁ ସେ ଏହି ପ୍ରସଙ୍ଗରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ହସ୍ତକ୍ଷେପ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।

Advertisment