/odisha-reporter/media/post_attachments/uploads/2016/02/anuska.jpg)
anuska
ମୁମ୍ବାଇ: ପୁଣି ଏକ ଫିଲ୍ମର ପ୍ରଯୋଜନା କରୁଛନ୍ତି ଅନୁଷ୍କା ଶର୍ମା। ସେ ଏଥିରେ ଅଭିନୟ ମଧ୍ୟ କରିବେ। ଫିଲ୍ମଟିର ନାଁ ‘ଫିଲାଉରୀ’। ଏହା ଏକ ରୋମାଣ୍ଟିକ୍ ଫିଲ୍ମ। ଫକ୍ସ ଷ୍ଟାର ଷ୍ଡୁଡିଓ ସହିତ ମିଶି ଅନୁଷ୍କା ନିର୍ମାଣ କରିବେ ଏହି ଫିଲ୍ମ। ଏଥିରେ ସେ ଦିଲ୍ଜୀତ ଦୋଶନଞ୍ଜ ଓ ସୁରଜ ଶର୍ମାଙ୍କ ସହ ସ୍କ୍ରିନ୍ ସେୟାର କରିବେ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ଅଂଶୀ ଲାଲ। ଏହା ସହିତ ସେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବେ। ଏହି ଫିଲ୍ମଟି ଏପ୍ରିଲ୍ରେ ପରଦାକୁ ଆସିବ।
Advertisment
ଏନ୍ଏଚ୍-୧୦ ହେଉଛି ପ୍ରଯୋଜକ ଭାବେ ଅନୁଷ୍କାଙ୍କ ପ୍ରଥମ ଫିଲ୍ମ। ଗତ ବର୍ଷ ନିଜର କ୍ଲିନ୍ ସ୍ଲେଟ୍ ଫିଲ୍ମସ ମାଧ୍ୟମରେ ସେ ଏହାର ପ୍ରଯୋଜନା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
