Advertisment

ରଣବୀରଙ୍କୁ ବିଗାଡ଼ି ଦେଲେ ଦୀପିକା

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତରେ ୨୧ଦିନ ଲକଡାଉନ୍ କରାଯାଇଛି। ଦେଶରେ ଏହି ବିଶ୍ୱ ମହାମାରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ଭଳି ବଲିଉଡ୍ ତାରକାମାନେ ମଧ୍ୟ ସରକାରଙ୍କ ନିୟମକୁ ମାନି ଘରେ ରହୁଛନ୍ତି। ହେଲେ ଏହାରି ଭିତରେ ଦୀପିକା ପାଦୁକୋନଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି ରଣବୀର ସିଂ। ଲକଡାଉନ୍ ବେଳେ ମୋ ସ୍ତ୍ରୀ ଦୀପିକା ମୋତେ ବିଗାଡି ଦେଉଛନ୍ତି ବୋଲି କହିଛନ୍ତି ରଣବୀର। ନିକଟରେ ଏକ ଲାଇଭ ଚାଟ୍ କରୁଥିବା ସମୟରେ […]

author-image
Biswobandita Swain
ରଣବୀରଙ୍କୁ ବିଗାଡ଼ି ଦେଲେ ଦୀପିକା

deepveer

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତରେ ୨୧ଦିନ ଲକଡାଉନ୍ କରାଯାଇଛି। ଦେଶରେ ଏହି ବିଶ୍ୱ ମହାମାରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ଭଳି ବଲିଉଡ୍ ତାରକାମାନେ ମଧ୍ୟ ସରକାରଙ୍କ ନିୟମକୁ ମାନି ଘରେ ରହୁଛନ୍ତି। ହେଲେ ଏହାରି ଭିତରେ ଦୀପିକା ପାଦୁକୋନଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି ରଣବୀର ସିଂ।

Advertisment

ଲକଡାଉନ୍ ବେଳେ ମୋ ସ୍ତ୍ରୀ ଦୀପିକା ମୋତେ ବିଗାଡି ଦେଉଛନ୍ତି ବୋଲି କହିଛନ୍ତି ରଣବୀର। ନିକଟରେ ଏକ ଲାଇଭ ଚାଟ୍ କରୁଥିବା ସମୟରେ ରଣବୀର ଏପରି କହିଛନ୍ତି। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ବେଶ୍ ଭାଇରଲ ହେଉଛି।

ଭିଡିଓରେ ରଣବୀର କହୁଛନ୍ତି, "ମୋ ସ୍ତ୍ରୀ ମୋତେ ବିଗାଡ଼ି ଦେଲେଣି। ସେ ମୋତେ ବହୁତ ଜଙ୍କ୍ ଫୁଡ୍ ଖାଇବାକୁ ଦେଉଛନ୍ତି। କେକ୍ ଆଇସ୍କ୍ରିମ୍ ଏବଂ ବହୁତ ସୁଆଦିଆ ଖାଦ୍ୟ ସେ ପ୍ରସ୍ତୁତ କରୁଛନ୍ତି। ଆଜି ସେ ପୁଣି ରାନ୍ଧିବା ପାଇଁ ଚିନ୍ତା କରୁଛନ୍ତି। "

Advertisment

ଭିଡିଓଟି ରଣବୀର ସିଂଙ୍କ ଫ୍ୟାନ୍ କ୍ଲବ ପକ୍ଷରୁ ଟ୍ୱିଟରରେ ଶେୟାର କରାଯାଇଛି। ଏଥିରେ ୟୁଜର୍ସ ବହୁତ କମେଣ୍ଟ କରୁଛନ୍ତି ଓ ସେମାନଙ୍କ ମତାମତ ମଧ୍ୟ ଦେଉଛନ୍ତି| ଏହାସହ ରଣବୀର ମଧ୍ୟ ଭିଡିଓରେ ଥିବା ଫ୍ୟାନମାନଙ୍କୁ କରୋନା ଭୂତାଣୁ ପାଇଁ ସାବଧାନ ରହିବାକୁ କହୁଛନ୍ତି।