ମୁମ୍ବାଇ: ଖୁବ୍ ଶୀଘ୍ର ବଡ ପରଦାରେ ଦେଓଲ ପରିବାରର ୩ ପିଢ଼ିଙ୍କୁ ଏକାଠି ଦେଖିବାକୁ ମିଳିବ । ଗୋଟିଏ ଫିଲ୍ମରେ ନଜର ଆସିବେ ଧର୍ମେନ୍ଦ୍ର, ସନ୍ନି ଦେଓଲ, ବବି ଦେଓଲ ଏବଂ କରଣ ଦେଓଲ । ଏନେଇ ବଲିଉଡର ହି ମ୍ୟାନ୍ ଧର୍ମେନ୍ଦ୍ର ଘୋଷଣା କରିଛନ୍ତି ।
ପାରିବାରିକ ଡ୍ରାମା ଉପରେ ଆଧାରିତ ଫିଲ୍ମ ‘ଅପନେ’ର ଆସିବ ସିକ୍ୱେଲ । ନିର୍ମାଣ ହେବ ‘ଅପନେ-୨’। ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଆଧୁନିକ ଯୁଗର ଯୁବପିଢ଼ି ଉପରେ ଫିଲ୍ମଟି ଆଧାରିତ ହେବ । ଆସନ୍ତା ବର୍ଷ ଦୀପାବଳିରେ ଫିଲ୍ମ ରିଲିଜ ହେବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।
On the auspicious day of #GuruNanakJayanti, elated to announce #Apne2! Releasing Diwali 2021! This ones going to be extra special @aapkadharam @iamsunnydeol @iambobbydeol
Thank you so much @anilsharma_dir sir and @deepakmukut sir for making this possible pic.twitter.com/vBS6l1exEb
— Karan Deol (@aapkakarandeol) November 30, 2020
ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ଏହି ବିଗ୍ ବଜେଟ୍ ଫିଲ୍ମ ତିଆରି ହେବ । ଏଥିରେ ବବି, ସନ୍ନି ଏବଂ ଧର୍ମେନ୍ଦ୍ରଙ୍କ ସମେତ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ’ରୁ କରନ ବଲିଉଡରେ ଡେବ୍ୟୁ କରିଥିଲେ ।
ସୂଚନାଯୋଗ୍ୟ ଯେ, ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଅପନେ’ରେ ଧର୍ମେନ୍ଦ୍ରଙ୍କ ସମେତ ବବି ଦେଓଲ ଓ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସେହି ସମୟରେ ଫିଲ୍ମଟି ହିଟ୍ ହେବା ସହ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା ।