Advertisment

ମା’ଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଲେ ଏ ଆର୍ ରହମାନ୍

ମୁମ୍ବାଇ: ବଲିଉଡ ପ୍ରସିଦ୍ଧ ସଙ୍ଗୀତକାର ତଥା ଓସ୍କାର ବିଜେତା ଏ ଆର ରହମାନଙ୍କ ମା କରିମା ବେଗମଙ୍କ ସୋମବାର ପରଲୋକ ହୋଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଆଜି ତାଙ୍କ ଦେହାନ୍ତ ହୋଇଛି। ମା’ଙ୍କ ବିୟୋଗ ପରେ ପୁରାପୁରି ଭାଙ୍ଗି ପଡିଛନ୍ତି ବଲିଉଡର ଏହି ପ୍ରସିଦ୍ଧ ସିଙ୍ଗର।  ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ମା’ଙ୍କ ଏକ ଫଟୋ ଶେଆର କରି ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି। ରିପୋର୍ଟ ମୁତାବକ, ରହମାନ ତାଙ୍କ ମା’ଙ୍କ ଅତି ନିକଟତର ଥିଲେ। […]

author-image
Madhupriya Mistry
ମା’ଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଲେ ଏ ଆର୍ ରହମାନ୍

ar-rahman

ମୁମ୍ବାଇ: ବଲିଉଡ ପ୍ରସିଦ୍ଧ ସଙ୍ଗୀତକାର ତଥା ଓସ୍କାର ବିଜେତା ଏ ଆର ରହମାନଙ୍କ ମା କରିମା ବେଗମଙ୍କ ସୋମବାର ପରଲୋକ ହୋଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଆଜି ତାଙ୍କ ଦେହାନ୍ତ ହୋଇଛି। ମା’ଙ୍କ ବିୟୋଗ ପରେ ପୁରାପୁରି ଭାଙ୍ଗି ପଡିଛନ୍ତି ବଲିଉଡର ଏହି ପ୍ରସିଦ୍ଧ ସିଙ୍ଗର।  ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ମା’ଙ୍କ ଏକ ଫଟୋ ଶେଆର କରି ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି।

Advertisment

ରିପୋର୍ଟ ମୁତାବକ, ରହମାନ ତାଙ୍କ ମା’ଙ୍କ ଅତି ନିକଟତର ଥିଲେ। ମା’ଙ୍କ କଥାରେ ହିଁ ସେ ସଙ୍ଗୀତ ଜଗତରେ ଏଣ୍ଟ୍ରି କରିଥିଲେ। ଏହି କାରଣରୁ ସବୁବେଳେ ଷ୍ଟେଜ୍ ଶୋ’ ଗୁଡିକରେ ତାଙ୍କ ମାଙ୍କୁ ମନେପକାଇଥାନ୍ତି ରହମାନ। ଏ ଆର ରେହମାନ ତାଙ୍କ ଟ୍ୱିଟରରେ ଫଟୋ ସେୟାର କରିବା କ୍ଷଣି ଫ୍ୟାନମାନେ ତାଙ୍କ ଫଟୋରେ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି। ବହୁ ପ୍ରଶଂସକ ରହମାନଙ୍କ ମା’ କରିମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।


ସୂଚନାଯୋଗ୍ୟ ଯେ, ରହମାନଙ୍କ ଜନ୍ମ ଏକ ହିନ୍ଦୁ ପରିବାରରେ ହୋଇଥିଲା । ପିଲାଦିନେ ରହମାନଙ୍କ ନାଁ ଦିଲ୍ଲୀପ କୁମାର ରଖାଯାଇଥିଲା । ୯ ବର୍ଷ ବୟସରେ ସେ ତାଙ୍କ ବାପା ଆରକେ ଶେଖରଙ୍କୁ ହରାଇ ଦେଇଥିଲେ।

Advertisment

ପରିବାରର ଧର୍ମ ପରିବର୍ତ୍ତନକୁ ରହମାନ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେତେବେଳେ ୨୩ ବର୍ଷ ବୟସରେ ତାଙ୍କ ଉଭଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ସେତେବେଳେ ତାଙ୍କ ମଙ୍ଗଳ କାମନା କରି ରହମାନଙ୍କ ପୁରା ପରିବାର ଇସଲାମିକ୍ ଧର୍ମସ୍ଥଳ ଦରଘାରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏହାପରେ ଅଲ୍ଲାଙ୍କ ଉପରେ ବିଶ୍ୱାସ ରଖି ରହମାନଙ୍କ ପୁରା ପରିବାର ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମକୁ ଆପଣାଇଥିଲେ।

Bollywood AR Rahman