Advertisment

ପରିବେଶ ପ୍ରେମରେ ରହମାନ୍‌; ସଂଗୀତରେ କରିବେ ସଚେତନ

ନୂଆଦିଲ୍ଲୀ: ଓସ୍କାର ବିଜେତା ତଥା ଭାରତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌ ରହମାନ୍‌ ହଲିଉଡ୍‌ ସିଙ୍ଗର୍‌ କେନ୍‌ କ୍ରାଗେନ୍‌ଙ୍କ ଜଳବାୟୁ ପରିବର୍ତ୍ତନ ସଂପର୍କିତ ସଚେତନତା ଅଭିଯାନରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଅନ୍ୟ କିଛି ଅନ୍ତର୍ଜାତୀୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ମିଶି ସେ ‘ହ୍ୟାଣ୍ଡ୍‌ ଇନ୍‌ ହ୍ୟାଣ୍ଡ୍‌’ ନାଁରେ ଏକ ଟ୍ରାକ୍ ବି ପ୍ରସ୍ତୁତ କରିବେ। ହଲିଉଡ୍‌ ସିଙ୍ଗର୍‌ କ୍ରେନ୍ କ୍ରାଗେନ୍‌ଙ୍କୁ  ଐତିହାସିକ ଚ୍ୟାରିଟି ଆନ୍ଥେମ୍‌ ‘ୱି ଆର୍‌ ଦ ୱାର୍ଲଡ୍‌’ ପାଇଁ ୧୯୮୫ […]

ଅଦ୍ୟତନ ହୋଇଛି
ପରିବେଶ ପ୍ରେମରେ ରହମାନ୍‌; ସଂଗୀତରେ କରିବେ ସଚେତନ

arrr

Advertisment

ନୂଆଦିଲ୍ଲୀ: ଓସ୍କାର ବିଜେତା ତଥା ଭାରତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌ ରହମାନ୍‌ ହଲିଉଡ୍‌ ସିଙ୍ଗର୍‌ କେନ୍‌ କ୍ରାଗେନ୍‌ଙ୍କ ଜଳବାୟୁ ପରିବର୍ତ୍ତନ ସଂପର୍କିତ ସଚେତନତା ଅଭିଯାନରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଅନ୍ୟ କିଛି ଅନ୍ତର୍ଜାତୀୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ମିଶି ସେ ‘ହ୍ୟାଣ୍ଡ୍‌ ଇନ୍‌ ହ୍ୟାଣ୍ଡ୍‌’ ନାଁରେ ଏକ ଟ୍ରାକ୍ ବି ପ୍ରସ୍ତୁତ କରିବେ।

Advertisment

ହଲିଉଡ୍‌ ସିଙ୍ଗର୍‌ କ୍ରେନ୍ କ୍ରାଗେନ୍‌ଙ୍କୁ  ଐତିହାସିକ ଚ୍ୟାରିଟି ଆନ୍ଥେମ୍‌ ‘ୱି ଆର୍‌ ଦ ୱାର୍ଲଡ୍‌’ ପାଇଁ ୧୯୮୫ ମସିହାରେ ଜାତି ସଂଘ ଶାନ୍ତି ପଦକ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ୍‌ ସେ ‘ହ୍ୟାଣ୍ଡସ ଆରାଉଣ୍ଡ ଦ ୱାର୍ଲଡ୍‌’ ପ୍ରୋଜେକ୍ଟରେ କାମ କରିବା ପାଇଁ ଉଦ୍ୟୋଗପତି ନେଲ୍‌ ମୋର୍ଗାନ୍‌ଙ୍କ ସହିତ ହାତ ମିଳାଇଛନ୍ତି। ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକୁ ଏକତ୍ର କରି ଲୋକଙ୍କୁ ସଚେତନ କରିବା ଓ ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପାଣ୍ଠି ଠୁଳ କରିବା ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ।

https://twitter.com/arrahman/status/1204426798236233728

ଆସନ୍ତାବର୍ଷ ଏପ୍ରିଲରେ ୨୨ ତାରିଖରେ ପୃଥିବୀ ଦିବସର ୫୦ତମ ଜୟନ୍ତୀ ପାଳନ ଅବସରରେ ଏହି ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ। ଅନ୍ୟପକ୍ଷରେ ରହମାନଙ୍କ ଟ୍ରାକ୍ ସମ୍ପର୍କରେ ସବିଶେଷ ସୂଚନା ମିଳିପାରି ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe