ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା। ୧୯୯୦ ମସିହା ଜୁନ୍‌ ୨୯ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଅର୍ଚ୍ଚିତାଙ୍କର ୩୦ତମ ଜନ୍ମଦିନ। ୨୦୦୫ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଓ ମାଇଁ ଲଭ୍‌’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅର୍ଚ୍ଚିତା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ। ୬ବର୍ଷ ବୟସରୁ ଅର୍ଚ୍ଚିତା ଓଡ଼ିଶୀ ଶିଖୁଥିଲେ।

ଆଜି ଅର୍ଚ୍ଚିତାଙ୍କ ଜନ୍ମଦିନରେ ଓଲିଉଡ୍‌ର ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଅର୍ଚ୍ଚିତାଙ୍କର କିଛି ପ୍ରଶଂସକ ଆଜି ତାଙ୍କୁ ହାତରେ ହାପି ବର୍ଥଡେ ଲେଖା ପୋଷ୍ଟର ଧରି ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି। ଯାହାର ଫଟୋ ଅର୍ଚ୍ଚିତା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଏଥିସହ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ପ୍ରଶଂସକ ଆଜି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅର୍ଚ୍ଚିତାଙ୍କ ଫଟୋ ଡିସ୍‌ପ୍ଲେ ପିକ୍‌ଚର୍‌ ଭାବେ ଲଗାଇଥିବା ଦେଖି ଅର୍ଚ୍ଚିତା ବେଶ୍‌ ଖୁସି ହୋଇଯାଇଛନ୍ତି ଏବଂ ଏତେ ଭଲ ପାଇବା ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏଥିସହ ଅର୍ଚ୍ଚିତାଙ୍କ ପାଇଁ ଅଭିନେତ୍ରୀ ଭୂମିକା ଏକ ସୁନ୍ଦର ପୋଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଭୂମିକା ଅର୍ଚ୍ଚିତାଙ୍କର ଏକ ଫଟୋ ଶେଆର କରି ଲେଖିଛନ୍ତି, ସତରେ ତୁମେ ଜଣେ ସୁପରଷ୍ଟାର୍‌, ତୁମ ଜୀବନଶୈଳୀରୁ ବହୁତ କିଛି ଶିଖିବାକୁ ମିଳିଛି।  ମୁଁ ସବୁବେଳେ ତୁମର ଜଣେ ବଡ ପ୍ରଶଂସକ ହୋଇ ରହିବି।
ସୂଚନାଯୋଗ୍ୟ, ‘ବାଏ ବାଏ ଦୁବାଇ’, ‘ପିଲାଟା ବିଗିଡି ଗଲା’, ‘ମୁଁ ଏକା ତୁମର’, ‘ଅଜବ ସଞ୍ଜୁର ଗଜବ ଲଭ୍‌’, ‘ଲୋଫର୍‌’, ‘ଜଷ୍ଟ ମହୋବ୍ବତ’, ‘ସ୍ମାଇଲ୍‌ ପ୍ଲିଜ୍‌’, ‘ବାବୁ ଆଇ ଲଭ୍‌ ୟୁ’ ଆଦି ଫିଲ୍ମରେ କାମ କରିଛନ୍ତି ଅର୍ଚ୍ଚିତା।

 

 

ଆହୁରି ପଢ଼ନ୍ତୁ

ତିଆରି ହେବ ସୁଶାନ୍ତଙ୍କ ଫିଲ୍ମ ‘ପାଣି’, ନିର୍ଦ୍ଦେଶକ ଦେଲେ ଇସାରା

ଶୁଟିଂ ସେଟ୍‌କୁ ଯାଇପାରିବେ ବରିଷ୍ଠ କଳାକାର

ବର୍ଷାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପ୍ରଶଂସନୀୟ କାମ

ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍ ଲାଇଭ୍‌ରେ ଏମିତି କଥା କହିଥିଲେ ଏହି ଅଭିନେତ୍ରୀ

କ୍ଷମା ମାଗିଲେ ବିଗ୍ ବି’

ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ…

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….