Advertisment

ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା। ୧୯୯୦ ମସିହା ଜୁନ୍‌ ୨୯ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଅର୍ଚ୍ଚିତାଙ୍କର ୩୦ତମ ଜନ୍ମଦିନ। ୨୦୦୫ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଓ ମାଇଁ ଲଭ୍‌’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅର୍ଚ୍ଚିତା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ। ୬ବର୍ଷ ବୟସରୁ ଅର୍ଚ୍ଚିତା ଓଡ଼ିଶୀ ଶିଖୁଥିଲେ। ଆଜି ଅର୍ଚ୍ଚିତାଙ୍କ ଜନ୍ମଦିନରେ ଓଲିଉଡ୍‌ର ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଅର୍ଚ୍ଚିତାଙ୍କର […]

ଅଦ୍ୟତନ ହୋଇଛି
ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍

archita

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା। ୧୯୯୦ ମସିହା ଜୁନ୍‌ ୨୯ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଅର୍ଚ୍ଚିତାଙ୍କର ୩୦ତମ ଜନ୍ମଦିନ। ୨୦୦୫ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଓ ମାଇଁ ଲଭ୍‌’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅର୍ଚ୍ଚିତା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ। ୬ବର୍ଷ ବୟସରୁ ଅର୍ଚ୍ଚିତା ଓଡ଼ିଶୀ ଶିଖୁଥିଲେ।

Advertisment

ଆଜି ଅର୍ଚ୍ଚିତାଙ୍କ ଜନ୍ମଦିନରେ ଓଲିଉଡ୍‌ର ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଅର୍ଚ୍ଚିତାଙ୍କର କିଛି ପ୍ରଶଂସକ ଆଜି ତାଙ୍କୁ ହାତରେ ହାପି ବର୍ଥଡେ ଲେଖା ପୋଷ୍ଟର ଧରି ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି। ଯାହାର ଫଟୋ ଅର୍ଚ୍ଚିତା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଏଥିସହ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ପ୍ରଶଂସକ ଆଜି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅର୍ଚ୍ଚିତାଙ୍କ ଫଟୋ ଡିସ୍‌ପ୍ଲେ ପିକ୍‌ଚର୍‌ ଭାବେ ଲଗାଇଥିବା ଦେଖି ଅର୍ଚ୍ଚିତା ବେଶ୍‌ ଖୁସି ହୋଇଯାଇଛନ୍ତି ଏବଂ ଏତେ ଭଲ ପାଇବା ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisment

publive-imageଏଥିସହ ଅର୍ଚ୍ଚିତାଙ୍କ ପାଇଁ ଅଭିନେତ୍ରୀ ଭୂମିକା ଏକ ସୁନ୍ଦର ପୋଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଭୂମିକା ଅର୍ଚ୍ଚିତାଙ୍କର ଏକ ଫଟୋ ଶେଆର କରି ଲେଖିଛନ୍ତି, ସତରେ ତୁମେ ଜଣେ ସୁପରଷ୍ଟାର୍‌, ତୁମ ଜୀବନଶୈଳୀରୁ ବହୁତ କିଛି ଶିଖିବାକୁ ମିଳିଛି।  ମୁଁ ସବୁବେଳେ ତୁମର ଜଣେ ବଡ ପ୍ରଶଂସକ ହୋଇ ରହିବି।
ସୂଚନାଯୋଗ୍ୟ, ‘ବାଏ ବାଏ ଦୁବାଇ’, ‘ପିଲାଟା ବିଗିଡି ଗଲା’, ‘ମୁଁ ଏକା ତୁମର’, ‘ଅଜବ ସଞ୍ଜୁର ଗଜବ ଲଭ୍‌’, ‘ଲୋଫର୍‌’, ‘ଜଷ୍ଟ ମହୋବ୍ବତ’, ‘ସ୍ମାଇଲ୍‌ ପ୍ଲିଜ୍‌’, ‘ବାବୁ ଆଇ ଲଭ୍‌ ୟୁ’ ଆଦି ଫିଲ୍ମରେ କାମ କରିଛନ୍ତି ଅର୍ଚ୍ଚିତା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe