Advertisment

ରାତିରେ ରିସେପ୍ସନ ଭୋଜି, ଦିନରେ ଗରିବ ଲୋକଙ୍କୁ ଖାଇବାକୁ ଦେଲେ ଅର୍ଦ୍ଧେନ୍ଦୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଡାକ୍ତରୀ ଝିଅ ପଲ୍ଲବୀଙ୍କ ହାତ ଧରିଛନ୍ତି ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ। ଫେବୃଆରୀ୨୬ ତାରିଖ ଦିନ ଉଭୟ ବୈଦିକ ରୀତିରେ ବିବାହ କରିଛନ୍ତି। ଫେବୃଆରୀ ୨୮ ତାରିଖରେ ନୟାପଲ୍ଲୀ ଇଡ୍‌କଲ୍‌ ଗ୍ରାଉଣ୍ଡରେ ଦୁହିଁଙ୍କର ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରାଯାଇଥିଲା। ବିବାହରେ ଯେମିତି ବଡ଼ବଡ଼ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ରିସେପସନ୍‌ରେ ମଧ୍ୟ ସେମିତି କିଛି ଲୋକଙ୍କ ଦେଖିବାକୁ ମିଳିଲା। ଗତକାଲି ଅର୍ଦ୍ଧେନ୍ଦୁଙ୍କ ରିସେପ୍‌ସନ୍‌ ପାର୍ଟିରେ ଓଲିଉଡ୍‌ର […]

ଅଦ୍ୟତନ ହୋଇଛି
ରାତିରେ ରିସେପ୍ସନ ଭୋଜି, ଦିନରେ ଗରିବ ଲୋକଙ୍କୁ ଖାଇବାକୁ ଦେଲେ ଅର୍ଦ୍ଧେନ୍ଦୁ

pallavi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଡାକ୍ତରୀ ଝିଅ ପଲ୍ଲବୀଙ୍କ ହାତ ଧରିଛନ୍ତି ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ। ଫେବୃଆରୀ୨୬ ତାରିଖ ଦିନ ଉଭୟ ବୈଦିକ ରୀତିରେ ବିବାହ କରିଛନ୍ତି। ଫେବୃଆରୀ ୨୮ ତାରିଖରେ ନୟାପଲ୍ଲୀ ଇଡ୍‌କଲ୍‌ ଗ୍ରାଉଣ୍ଡରେ ଦୁହିଁଙ୍କର ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରାଯାଇଥିଲା। ବିବାହରେ ଯେମିତି ବଡ଼ବଡ଼ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ରିସେପସନ୍‌ରେ ମଧ୍ୟ ସେମିତି କିଛି ଲୋକଙ୍କ ଦେଖିବାକୁ ମିଳିଲା। ଗତକାଲି ଅର୍ଦ୍ଧେନ୍ଦୁଙ୍କ ରିସେପ୍‌ସନ୍‌ ପାର୍ଟିରେ ଓଲିଉଡ୍‌ର ଆଗଧାଡିର କଳାକରମାନଙ୍କୁ ଦେଖିବାକୁ ମିଳିଥିଲା।

Advertisment

ଅର୍ଦ୍ଧେନ୍ଦୁ ଅତିଥିମାନଙ୍କ ଚର୍ଚ୍ଚାରେ କୌଣସି ଅଭାବ ରଖିନଥିଲେ। ରାଜକୀୟ ଢଙ୍ଗରେ ପେଣ୍ଡାଲ୍‌ ସଜାଯାଇଥିଲା। ବାଜା, ବାଣ, ନାଚ ଗୀତରେ ପୂରା ପରିବେଶ କମ୍ପିଯାଇଥିଲା। ଅର୍ଦ୍ଧେନ୍ଦୁ ଏବଂ ପଲ୍ଲବୀଙ୍କ ଫଟୋକୁ ନେଇ ରିସେପ୍‌ସନ୍‌ର ଏକ କୋଣ ସଜ୍ଜା ଯାଇଥିଲା। ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଥିଲା।

publive-imageଯାହା ସୂଚନା ମିଳିଛି, ରାତିରେ ରିସେପସନ୍‌ ପାର୍ଟିର ଆରମ୍ଭ ହେବା ପୂର୍ବରୁ ଅର୍ଦ୍ଧେନ୍ଦୁ ଗରିବ ଲୋକମାନଙ୍କୁ ଖାଇବାକୁ ଦେଇଥିଲେ। ଦିନରେ ଶତାଧିକ ଗରୀବ ଲୋକଙ୍କୁ ଖାଇବାକୁ ଦେଇ ଅର୍ଦ୍ଧେନ୍ଦୁ ତାଙ୍କ ନୂଆ ଜୀବନର ଆରମ୍ଭ କରିଛନ୍ତି।

Advertisment

publive-imageସୂଚନାଯୋଗ୍ୟ, ‘ବ୍ଲାକ୍‌ମେଲ୍‌’, ‘ମୁଁ ପରଦେଶୀ ଚଢେଇ’, ଟପୋରୀ ଆଦି ଫିଲ୍ମରେ କାମ କରିଛନ୍ତି ଅର୍ଦ୍ଧେନ୍ଦୁ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ‘ହାଏ ତୋ ପ୍ରେମର ରଙ୍ଗୋଲି’ ଗୀତରେ ତମନ୍ନାଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରି ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe