/odisha-reporter/media/post_attachments/uploads/2020/04/devoleena.jpg)
devoleena
ମୁମ୍ବାଇ: ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀଙ୍କୁ ଜଣେ ମହିଳା ହତ୍ୟା ଧମକ ଦେଇଛନ୍ତି। ତାଙ୍କ ସହ ମହିଳା ଜଣକ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବଂ ରଶ୍ମୀ ଦେଶାଇଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି। ଦେବଲିନା ମୁମ୍ବାଇ ପୁଲିସକୁ ଟ୍ୟାଗ୍ କରି ଟ୍ୱିଟ୍ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ମହିଳା ଜଣକ ହେଉଛନ୍ତି ବିଗ୍ ବସ୍ ୧୩ର ପ୍ରତିଯୋଗୀ ଅରହାନ ଖାନଙ୍କ ଜଣେ ପ୍ରଶଂସକ।
https://twitter.com/Devoleena_23/status/1252468045106122752?s=20
ଦେବୋଲିନା ଟ୍ୱିଟ୍ କରି ଲେଖିଛନ୍ତି, ‘ମୁମ୍ବାଇ ପୁଲିସ୍ ଏବଂ ମହାରାଷ୍ଟ୍ର ସାଇବର ସେଲ୍ ଦୟାକରି ମେସେଜ୍ ଦେଖନ୍ତୁ, ଯେଉଁଥିରେ ମୋତେ ହତ୍ୟା ଧମକ ଦିଆଯାଉଛି। ମୁଁ ଅନୁରୋଧ କରୁଛି ଯଥାଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।’ ଏହା ସହିତ ସେ ମେସେଜର ଏକ ସ୍କ୍ରିନ୍ ସଟ୍ ମଧ୍ୟ ଶେଆର୍ କରିଛନ୍ତି। ଏଥିରେ ଶବିହା ଅମନ ନାମକ ଜଣେ ମହିଳା ତାଙ୍କୁ ଧମକ ଦେଇ ଲେଖିଛନ୍ତି, ‘ଆପଣ ବାରମ୍ବାର ଅରହାନଙ୍କୁ ଅପମାନ କରୁଛନ୍ତି। ଗୋଟିଏ କଥା ମନେରଖ, ଆପଣଙ୍କର ଏବଂ ତାଙ୍କ ଦୁଇଜଣଙ୍କ ଶବ ଶବ ବି ମିଳିବନି। ମୁଁ ରଶ୍ମୀ ଏବଂ ସିଦ୍ଧାର୍ଥଙ୍କ ବିଷୟରେ କହୁଛି, ଆଜି ପରଠୁ ନିଜ ମୁହଁ ବନ୍ଦ ରଖ। ଆଉ ଯଦି କେବେ ଅରହାନଙ୍କ ବିରୋଧରେ କିଛି କହିଛ, ତେବେ ତାହା ତୁମର ଶେଷ ଦିନ ହେବ।’ ଦେବୋଲିନାଙ୍କ ଏହି ଟ୍ୱି୍ଟ୍ ପରେ ମୁମ୍ବାଇ ପୁଲିସ୍ ମଧ୍ୟ ଏହି ମାମଲାରେ ଧ୍ୟାନ ଦେବେ ବୋଲି କହିଛନ୍ତି ଏବଂ ତାଙ୍କୁ ନିଜର କଣ୍ଟାକ୍ଟ ଡିଟେଲ୍ସ ଇ-ମେଲ୍ କରିବାକୁ କହିଛନ୍ତି।
https://twitter.com/MumbaiPolice/status/1252469967661887488?s=20
ସୂଚନାଯୋଗ୍ୟ, ଦେବୋଲିନାଙ୍କୁ ଅରହାନଙ୍କ ପ୍ରଶଂସକ ଧମକ ଦେବାର କାରଣ ହେଉଛି, ସେ ରଶ୍ମି ଦେଶାଇଙ୍କ ସମର୍ଥନରେ ଅଛନ୍ତି। ‘ବିଗ ବସ୍ ୧୩’ରେ ସଲମାନ୍ ଅରହାନ ଖାନଙ୍କ ବିଷୟରେ ବହୁତ ବଡ଼ ଖୁଲାସା କରିଥିଲେ, ଯାହା ପରେ ରଶ୍ମି ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଘରୁ ବାହାରିବା ପରେ ଅରହାନଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗିଥିଲେ। ସତ ଜାଣିବା ପରେ ଦେବୋଲିନା ରାଗିଯାଇ ଅରହାନଙ୍କ ବିରୋଧରେ ବହୁତ କିଛି କହିଥିଲେ ଓ ରଶ୍ମିଙ୍କୁ ସମର୍ଥନ କରିଥିଲେ। ସେ ରଶ୍ମିଙ୍କୁ ଅରହାନଠାରୁ ଦୂରରେ ରହିବାକୁ ମଧ୍ୟ କହିଥିଲେ। ‘ବିଗ ବସ୍’ ଘରୁ ବାହାରିବା ପରେ ମଧ୍ୟ ଅରହାନଙ୍କୁ ନେଇ ଦେବୋଲିନା ବହୁତ କିଛି କହିଥିଲେ। ଏହା ଅରହାନଙ୍କ ଏହି ମହିଳା ଫ୍ୟାନଙ୍କୁ ଆଦୌ ପସନ୍ଦ ଆସିନଥିଲା। ତେଣୁ ସେ ଏଭଳି ହତ୍ୟା ଧମକ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
