Advertisment

ରଶ୍ମିଙ୍କୁ ନେଇ ଆରହାନ୍‌ଙ୍କ ‌ଆଶ୍ଚର୍ଯ୍ୟକର ବୟାନ୍

ମୁମ୍ବାଇ: ‘ବିଗ୍‌ବସ୍‌ ୧୩’ରେ ଏବେ ସମସ୍ତଙ୍କ ନଜର ଅରହାନ୍‌ ଓ ରଶ୍ମିଙ୍କ ଲଭ୍‌ଷ୍ଟୋରୀ ଉପରେ ରହିଛି। ଗତ ‘ୱିକେଣ୍ଡ୍ କା ବାର୍‌’ ଏପିସେଡ୍‌ରେ ଯେବେଠୁ ସଲ୍‌ମାନ୍‌ ଆରହାନ୍‌ଙ୍କର ପର୍ଦ୍ଦାଫାସ୍‌ କରିଲେଣି ସେବେଠୁ ଏହି ଦୁଇଜଣଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଆଉ ଏବେ ପୁଣି ଆରହାନ୍‌ ଏମିତି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସଲ୍‌ମାନ୍‌ ଗତ ଏପିସୋଡ୍‌ରେ ରଶ୍ମିଙ୍କ ଆଗରେ ଖୁଲାସା କରିଥିଲେ ଯେ ଆରହାନ୍‌ ପୂର୍ବରୁ ବିବାହିତ ଓ ତାଙ୍କର ଏକ ପିଲା ମଧ୍ୟ […]

author-image
Chinmayee Roy
ରଶ୍ମିଙ୍କୁ ନେଇ ଆରହାନ୍‌ଙ୍କ ‌ଆଶ୍ଚର୍ଯ୍ୟକର ବୟାନ୍

arhaan

ମୁମ୍ବାଇ: ‘ବିଗ୍‌ବସ୍‌ ୧୩’ରେ ଏବେ ସମସ୍ତଙ୍କ ନଜର ଅରହାନ୍‌ ଓ ରଶ୍ମିଙ୍କ ଲଭ୍‌ଷ୍ଟୋରୀ ଉପରେ ରହିଛି। ଗତ ‘ୱିକେଣ୍ଡ୍ କା ବାର୍‌’ ଏପିସେଡ୍‌ରେ ଯେବେଠୁ ସଲ୍‌ମାନ୍‌ ଆରହାନ୍‌ଙ୍କର ପର୍ଦ୍ଦାଫାସ୍‌ କରିଲେଣି ସେବେଠୁ ଏହି ଦୁଇଜଣଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଆଉ ଏବେ ପୁଣି ଆରହାନ୍‌ ଏମିତି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Advertisment

ସଲ୍‌ମାନ୍‌ ଗତ ଏପିସୋଡ୍‌ରେ ରଶ୍ମିଙ୍କ ଆଗରେ ଖୁଲାସା କରିଥିଲେ ଯେ ଆରହାନ୍‌ ପୂର୍ବରୁ ବିବାହିତ ଓ ତାଙ୍କର ଏକ ପିଲା ମଧ୍ୟ ଅଛି। ଯାହାପରେ ବିବି-ହାଉସ୍‌ରେ ସମସ୍ତଙ୍କୁ ଏକ ଝଟକା ଲାଗିଥିଲା। ସୋଶାଲ୍‌ ମିଡିଆରେ ସମସ୍ତେ ଏମାନଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଥିଲେ ଓ ରଶ୍ମିଙ୍କ ସପକ୍ଷରେ ଅନେକ ପୋଷ୍ଟ କରିଥିଲେ। ଏବେ ପୁଣି ଅରହାନ୍‌ ଦେଇଥିବା ବୟାନ୍‌ ଯୋଗୁ ତାଙ୍କୁ ପୁଣିଥରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

https://www.instagram.com/p/B5w_K-sADfB/?utm_source=ig_web_copy_link

ବିଗ୍‌ବସ୍‌ ତରଫରୁ ଜାରି ହୋଇଥିବା ଏକ ପ୍ରୋମୋରେ ଦେଖିବାକୁ ମିଳିଛି ଯେ ରଶ୍ମି କିଚେନ୍‌ରେ କାମ କରୁଥିବାବେଳେ ଅରହାନ୍‌ ଓ ଶେଫାଳି ଜରିୱାଲା ଲିଭିଂ ଏରିଆରେ ବସି କଥା ହେଉଛନ୍ତି।  ଅରହାନ୍‌ ତାଙ୍କୁ କହୁଛନ୍ତି ଯେ ତାଙ୍କୁ ଯଦି ‘ବିଗ୍‌ବସ୍‌ ୧୩’ର ଟ୍ରଫି ମିଳେ ତେବେ ସେ ତାକୁ ରଶ୍ମିଙ୍କ ଖୁସି ପାଇଁ ତାଙ୍କୁ ଦେଇଦେବେ। ହେଲେ ତା ପରେ ସେ ଯାହା କହୁଛନ୍ତି ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅରହାନ୍‌ ଶେଫାଳିଙ୍କୁ କହୁଛନ୍ତି, ‘ଶେଷ ହୋଇଯାଇଥିଲେ ରଶ୍ମି ଦେଶାଇ। ରାସ୍ତାକୁ ପଳେଇ ଆସିଥିଲେ। ବ୍ୟାଙ୍କ ବାଲାନ୍ସ ଶୂନ୍‌ ହୋଇଯାଇଥିଲା। ସେବେଠୁ ତାଙ୍କୁ ଏ ଜାଗା ପର୍ଯ୍ୟନ୍ତ ମୁଁ କେମିତି ନେଇକି ଆସିଛି, ଏହା କେବଳ ମୋ ହୃଦୟ ଜାଣିଛି।’

Advertisment

https://www.instagram.com/p/B5107iWgqjy/?utm_source=ig_web_copy_link

ଏ ସମସ୍ତ କଥା ସିକ୍ରେଟ୍‌ ରୁମ୍‌ରେ ରହି ଶୁଣୁଛନ୍ତି ସିଦ୍ଧାର୍ଥ ଶୁକ୍ଲା ଓ ପାରସ ଛାବ୍ରା। ଆଉ ପାରସ୍‌ ଏସବୁ ଶୁଣି ଏ କଥା ରଶ୍ମିଙ୍କୁ କହିଦେବେ ବୋଲି ମଧ୍ୟ କହୁଛନ୍ତି। ଏବେ  ରଶ୍ମି ଏସବୁ ଜାଣି କେମିତି ରିଆକ୍ଟ କରୁଛନ୍ତି ତାହା ଦେଖିବା ମଜାଦାର ହେବ।