Advertisment

ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କଲେ ଅରିନ୍ଦମ

ଦଶହରାରେ ରିଲିଜ୍‌ ହୋଇଥିଲା ଅରିନ୍ଦମଙ୍କ ରାମ। ହେଲେ ସେହି ଫିଲ୍ମକୁ ସମ୍ୱଲପୁରରେ ରିଲିଜ୍‌ କରାଇ ଦିଆଯାଇନଥିଲା। ଯେଉଁଥିପାଇଁ ଦଶହରାରେ ପଶ୍ଚିମ ଓଡ଼ିଶାର ଲୋକେ ରାମ ଫିଲ୍ମ ଦେଖିବାକୁ ପାଇଥିଲା।

Arindam Roy

Arindam Roy

Advertisment

ଓଲିଉଡ୍‌ କଳିକୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତା ଅରିନ୍ଦମ ରାୟ। ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କଲେ। ଆସନ୍ତୁ ବସିକି ଘର ଭିତରେ ଥିବା ବିବାଦର ସମାଧାନ କରିବା। ଆମ ଘର କଥାରେ ରାଜନୀତିର କୌଣସି ସ୍ଥାନ ନାହିଁ। ସାମାନ୍ୟ କଳିକୁ ନେଇ ବିଚ୍ଛିନ୍ନ ହେବା ଆରୋପ ଠିକ ନୁହେଁ। ସାନ ଭାଇ ଭାବେ ଅନୁରୋଧ କରୁଛି ଆସନ୍ତୁ ବସି ସମାଧାନ କରିବା ବୋଲି ଅରିନ୍ଦମ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ଚାହାଁନ୍ତି। ମୁଁ ମଧ୍ୟ ଚାହୁଁଛି। ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି। ଭଲ ନିର୍ମାତା ଆସିଛନ୍ତି, ଆଗକୁ ନେବା। ଟିଭି ଖୋଲିଲେ ଏହି ବିବାଦ ଶୁଭୁଛି, ଭଲ ଲାଗୁନି, କଷ୍ଟ ଲାଗୁଛି ବୋଲି ଅରିନ୍ଦମ କହିଛନ୍ତି।

ଦଶହରାରେ ରିଲିଜ୍‌ ହୋଇଥିଲା ଅରିନ୍ଦମଙ୍କ ରାମ। ହେଲେ ସେହି ଫିଲ୍ମକୁ ସମ୍ୱଲପୁରରେ ରିଲିଜ୍‌ କରାଇ ଦିଆଯାଇନଥିଲା। ଯେଉଁଥିପାଇଁ ଦଶହରାରେ ପଶ୍ଚିମ ଓଡ଼ିଶାର ଲୋକେ ରାମ ଫିଲ୍ମ ଦେଖିବାକୁ ପାଇଥିଲା। ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ ଫିଲ୍ମ ବୟକଟ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଦୁଇ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବାସନ୍ଦ କରାଯାଇଥିଲା। ଏହା ପରେ ବିବାଦ ବଢ଼ିଥିଲା। ରାଜନୀତି ଏଣ୍ଟ୍ରୀ ମାରିଥିଲା।

Advertisment
Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe