ଅରିନ୍ଦମ ଓ ଅର୍ଚ୍ଚିତାଙ୍କ ମଧ୍ୟରେ ପଞ୍ଝା ଲଢ଼େଇ ହେଲେ କିଏ ଜିତିବେ କହିଲେ ? ଦେଖନ୍ତୁ ଏଇ ଭିଡିଓ

ଭୁବନେଶ୍ବର(ଓଡିଶା ରିପୋର୍ଟର): ଜଣେ ହଟ୍ଟାକଟ୍ଟା ପୁରୁଷ ପିଲା , ଆଉଜଣେ ତନୁପାତେଳୀ ସୁନ୍ଦରୀ କନ୍ୟା। ଜଣେ ବାହୁବଳୀ, ଜଣେ ଅଲିଅଳ ରାଜକନ୍ୟା। ଏ କଥା ଶୁଣୁଶୁଣୁ ଆପଣ ଭାବିବେଣି ଯେ ଏ ଦୁହିଁଙ୍କ ଭିତରେ ପ୍ରେମ ଷ୍ଟାର୍ଟ ହେଇଯାଇଛି ବୋଧେ। କିନ୍ତୁ ଆପଣଙ୍କ ଭାବନା ଭୁଲ୍ ।ବାସ୍ତବରେ ଏମାନଙ୍କ ଭିତରେ ଆରମ୍ଭ ହୋଇଯାଇଛି ଲଢ଼େଇ। ତାହା ପୁଣି ପଞ୍ଝା ଲଢ଼େଇ , କହିଲେ ଦେଖି କିଏ ଜିତିବ ?

ଆମେ କହୁଛୁ ଅପକମିଂ ଓଡ଼ିଆ ମୁଭି ଶିବା ନଟ୍ଆଉଟର ହିରୋ ଶିବା ଓରଫ୍ ଅରିନ୍ଦମ ଓ ହିରୋଇନ୍ ଭାବନା ଓରଫ୍ ଅର୍ଚ୍ଚିତାଙ୍କ ବିଷୟରେ । ଏ ଦୁହେଁ ଗୋଟେ ହୋଟେଲରେ ବସି ଲଢ଼େଇ କରୁଥିବା ଦେଖିବାକୁ ମିଳିଥିଲା । ଗୋଟେ ଟେବୁଲର ଦୁଇପଟେ ବସି ପଞ୍ଝା ଲଢ଼େଇ କରୁଥିଲେ ଆଉ ତାଙ୍କୁ ଘେରି ରହିଥିଲେ କିଛି କଲେଜ ପିଲା। ଆପଣ ଭାବୁଥିବେ ଏ ଅନମ୍ୟାଚ୍ ବଡ଼ି ବିଲଡରଙ୍କ ଭିତରେ କେମିତି ଲଢ଼େଇ ସମ୍ଭବ। ଅରିନ୍ଦମ ହଟ୍ଟାକଟ୍ଟା ବାହୁବଳୀ, ଆଉ ଅର୍ଚ୍ଚିତା ତନୁପାତେଳୀ , ଲଢ଼ାଲଢ଼ି ହେଲେ ଅରିନ୍ଦମ ହିଁ ଜିତିବା ନିଶ୍ଚିତ । କିନ୍ତୁ କିଏ ଜିତିବ କିଏ ହାରିବ ସେ କଥା ନ ଭାବି ଅର୍ଚ୍ଚିତା ଆରମ୍ଭ କରି ଦେଇଥିଲେ ପଞ୍ଝା ଲଢ଼େଇ , (ଭିଡିଓ ଦେଖନ୍ତୁ) ବିଚରା ଅର୍ଚ୍ଚିତାଙ୍କ କଷ୍ଟ ଦେଖିଲେ ଆପଣଙ୍କୁ ବି କଷ୍ଟ ଲାଗିବ । ଅରିନ୍ଦମ ମହାଶୟ ହାତ ଦେଖେଇ ବସିଥିଲେ। ଅର୍ଚ୍ଚିତ ମ୍ୟାଡାମ ଏକପ୍ରକାର ଠିଆ ହୋଇ ତାଙ୍କ ହାତକୁ ମାଡ଼ି ଚାଲିଥିଲେ ତଳେ ପକେଇବା ପାଇଁ , କିନ୍ତୁ ପାରୁ ନଥିଲେ । ମଝିରେ ଅରିନ୍ଦମ ବି କହୁଥିଲେ.. ଦୁଇ ହାତ ଲଗେଇ ଦିଅ କାଳେ ଜିତିଯିବ , ତେବେ ସବୁପ୍ରକାର ଚେଷ୍ଟା ପରେ ଶେଷରେ ଅର୍ଚ୍ଚିତା ହିଁ ଜିତିଲେ ।

ଏବେ ଏ ଲଢ଼େଇର ଅସଲ କଥାଟି ପଢ଼ନ୍ତୁ , ଦଶହରାରେ ରିଲିଜ୍ ହେବାକୁ ଯାଉଥିବା ନୂଆ ଓଡ଼ିଆ ଫିଲ୍ମ ଶିବା ନଟ୍ଆଉଟର ସୁଟିଂ ଚାଲିଥିବା ବେଳର ଇଏ ହେଉଛି ଘଟଣା । ଗୋଟିଏ ସିନରେ ଅଛି, ହିରୋ ହିରୋଇନଙ୍କ ଭିତରେ ପଞ୍ଝା ଲଢ଼େଇ , ଯେଉଁଥିରେ ଜିତୁଛନ୍ତି ଅର୍ଚ୍ଚିତା । ପ୍ରକୃତରେ ଏ ଲଢ଼େଇ ରାଗରେ ନା ଗେଲରେ ତାହା ଆମକୁ ଜଣାନାହିଁ , କିନ୍ତୁ ଦେଖିବାକୁ ମିଳିଲା ଯେ ଅର୍ଚ୍ଚିତା ମ୍ୟାଡାମ୍ ଜିତିଗଲେ । ବାସ୍ତବରେ ଅର୍ଚ୍ଚିତାଙ୍କର ଅରିନ୍ଦମଙ୍କଠାରୁ ଅଧିକ ବଳ ନା ଅରିନ୍ଦମ ଜାଣିଜାଣି ନିଜ ବଳ କମେଇ ଅର୍ଚ୍ଚିତାଙ୍କୁ ଜିତେଇ ଦେଲେ।  କେମିତି ଓ କାହିଁକି ଅର୍ଚ୍ଚିତା ଜିତିଲେ ତାହା ଆପଣ ଫିଲ୍ମ ଦେଖିଲେ ହିଁ ଜାଣିବେ। ସେଥିରେ ଆଉ ଆମକୁ ପୂରାନ୍ତୁ ନାହିଁ । କିନ୍ତୁ ସୁଟିଂ ବେଳର ମସ୍ତି ଦେଖିଲେ ମନ ଖୁସି ହେଇଯିବ , ଥରେ ଦେଖିନିଅନ୍ତୁ ।

ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଓ ଅରିନ୍ଦମଙ୍କ ପ୍ରଯୋଜିତ ନୂଆ ଫିଲ୍ମ ଶିବା ନଟ୍ଆଉଟ୍ ଆସନ୍ତା ଦଶହରାରେ ରିଲିଜ୍ ହେବ , ଏହି ଚଳଚ୍ଚିତ୍ରରେ ଅରିନ୍ଦମ ଓ ଅର୍ଚ୍ଚିତାଙ୍କ ସହ ନେଗେଟିଭ କ୍ୟାରେକ୍ଟରରେ ଦେଖିବାକୁ ମିଳିବେ ମନୋଜ ମିଶ୍ର।

Ordigital Desk
• Published: Tuesday, 12 September 2017
• Updated: 12 September 2017, 03:10 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos