Advertisment

ଅର୍ଜୁନ ବିଜଲାନୀ ହସ୍ପିଟାଲରେ ଭର୍ତ୍ତି, ହେଲା ସର୍ଜରୀ

ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅର୍ଜୁନଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଆଜି ସକାଳେ ତାଙ୍କର ଏକ ସର୍ଜରୀ ହୋଇଥିବା ଜଣାଯାଇଛି।

author-image
Niharika Rout
Arjun Bijlani

Arjun Bijlani

ଛୋଟ ପରଦାର ପପୁଲାର ଆକ୍ଟର ତଥା ହୋଷ୍ଟ ଅର୍ଜୁନ ବିଜଲାନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର । ନିଜ ଦମଦାର ଆକ୍ଟିଂ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅର୍ଜୁନଙ୍କ ସ୍ୱାସ୍ଥ୍ୟ ଏବେ ଠିକ୍‌ ନାହିଁ।

Advertisment

ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଆଜି ସକାଳେ ତାଙ୍କର ଏକ ସର୍ଜରୀ ହୋଇଥିବା ଜଣାଯାଇଛି।

ଏନେଇ ସୂଚନା ଦେଇ ଅର୍ଜୁନ କହିଛନ୍ତି, ମୋ’ ପେଟରେ ଖୁବ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଆଜି ସକାଳେ ମୋର ଏକ ସର୍ଜରୀ ହୋଇଛି।

Advertisment

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅର୍ଜୁନ ବିଜଲାନୀ ହସ୍ପିଟାଲ ବେଡରୁ ଇଞ୍ଜେକସନ ନେଇଥିବା ହାତର ଫଟୋ ପୋଷ୍ଟ କରିଛନ୍ତି। ଏଥିସହ କ୍ୟାପସନରେ ସେ ଲେଖିଛନ୍ତି, ଯାହା ହୋଇଥାଏ ଭଲ ପାଇଁ ହୋଇଥାଏ।

ଅର୍ଜୁନ ଏବେ ‘ପ୍ୟାର କା ପହଲା ଅଧ୍ୟାୟ’ ଓ ‘ଶିବ ଶକ୍ତି’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Mumbai Entertainment TV