Advertisment

ଆସିଲା ଶେହନାଜ୍ ଗିଲ୍‌ଙ୍କ ନୂଆ ଗୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ରିୟାଲିଟ୍ ଶୋ ‘ବିଗ୍‌ବସ୍‌ ୧୩’ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ପଞ୍ଜାବର ଶେହନାଜ୍ ଗିଲ୍‌। ତାଙ୍କୁ ପଞ୍ଜାବର କ୍ୟାଟ୍ରିନା କୈଫ ମଧ୍ୟ କୁହାଯାଏ। ବିବି ହାଉସରେ ଶେହନାଜ୍ ଓରଫ ସନାଙ୍କ କ୍ୟୁଟ୍ ଓ ଚୁଲବୁଲି ଅନ୍ଦାଜ ଦର୍ଶକଙ୍କ ମନକୁ ଜିତି ନେଇଥିଲା। ବିଗ୍‌ ବସ୍ ସରିବା ପରେ ଫ୍ୟାନ୍‌ମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ କେବେଠୁ ଚାହିଁ ବସିଛନ୍ତି। ତେବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେହନାଜ୍‌ଙ୍କର ଏକ ନୂଆ ଗୀତ […]

ଅଦ୍ୟତନ ହୋଇଛି
ଆସିଲା ଶେହନାଜ୍ ଗିଲ୍‌ଙ୍କ ନୂଆ ଗୀତ

sana

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ରିୟାଲିଟ୍ ଶୋ ‘ବିଗ୍‌ବସ୍‌ ୧୩’ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ପଞ୍ଜାବର ଶେହନାଜ୍ ଗିଲ୍‌। ତାଙ୍କୁ ପଞ୍ଜାବର କ୍ୟାଟ୍ରିନା କୈଫ ମଧ୍ୟ କୁହାଯାଏ। ବିବି ହାଉସରେ ଶେହନାଜ୍ ଓରଫ ସନାଙ୍କ କ୍ୟୁଟ୍ ଓ ଚୁଲବୁଲି ଅନ୍ଦାଜ ଦର୍ଶକଙ୍କ ମନକୁ ଜିତି ନେଇଥିଲା। ବିଗ୍‌ ବସ୍ ସରିବା ପରେ ଫ୍ୟାନ୍‌ମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ କେବେଠୁ ଚାହିଁ ବସିଛନ୍ତି। ତେବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେହନାଜ୍‌ଙ୍କର ଏକ ନୂଆ ଗୀତ ‘ୱାଦା ହୈ’ ଆସିଛି଼, ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି। ୟୁଟ୍ୟୁବ୍‌ରେ ଗୀତଟି ଟ୍ରେଣ୍ଡିଂରେ ରହିଛି।

Advertisment

VYRL ଅରିଜିନାଲ୍ସ ପ୍ରୟୋଜନାରେ ପ୍ରସ୍ତୁତ ଏହି ମ୍ୟୁଜିକ୍ ଭିଡିଓରେ ଶେହନାଜ୍‌ଙ୍କ ସହ ଅର୍ଜୁନ କାନୁନଗୋ ନଜର ଆସିଛନ୍ତି। ଅର୍ଜୁନ ଏଥିରେ ଅଭିନୟ କରିବା ବ୍ୟତୀତ ଗୀତଟିକୁ ଗାଇଛନ୍ତି ଓ କମ୍ପୋଜ ମଧ୍ୟ କରିଛନ୍ତି। ମନୋଜ ମୁନ୍ତାଶିର ଏହାର ଲିରିକ୍ସ ଲେଖିଛନ୍ତି। ଭିଡିଓରେ ବର୍ତ୍ତମାନର ଯୁବପିଢ଼ିଙ୍କ ରିଲେଶନସିପ୍‌ ଉପରେ ତିଆରି ହୋଇଛି। କିପରି ସେମାନଙ୍କ ପାଇଁ ପ୍ରେମ ସମ୍ପର୍କରେ ରହିବା ପରେ ବି ବାହାଘର ଏକ ବଡ଼ ଓ ସବୁଠୁ କଠିନ ନିଷ୍ପତ୍ତି ହୋଇଯାଏ। ଏବଂ ଶେଷରେ କିପରି ପ୍ରେମ ସବୁବେଳେ ଏକ ବାଟ ଖୋଜିନିଏ ତାହା ବର୍ଣ୍ଣନା କରାଯାଇଛି।

Advertisment

ଗୀତଟିକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ଅର୍ଜୁନ ଓ ଶନାଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଏକଦମ୍ ଜବରଦସ୍ତ ରହିଛି। ଏଥିସହ ଅର୍ଜୁନଙ୍କ ରୋମାଣ୍ଟିକ୍ କଣ୍ଠର ଯାଦୁ ଏହି ଗୀତରେ ଚାର ଚାନ୍ଦ ଲଗାଇଦେଇଛି। ଦର୍ଶକଙ୍କୁ ଉଭୟଙ୍କ ଯୋଡ଼ି ମଧ୍ୟ ବେଶ୍ ପସନ୍ଦ ଆସୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe