ମୁମ୍ୱାଇ: ବଲିଉଡ୍ର ବର୍ତ୍ତମାନ ଅର୍ଜୁନ୍ କପୁର୍ ଓ ମଲାଇକା ଅରୋରାଙ୍କ ଆଫାୟାର୍ ବିଷୟରେ ଖୁବ୍ ଚର୍ଚ୍ଚା ହେଉଛି। ଶୁଣିବାକୁ ଏହା ମଧ୍ୟ ମିଳୁଛି ଯେ, ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ହେଲେ ଅର୍ଜୁନ୍ କ୍ୟାମେରାକୁ ମୁହାଁଉ ନାହାନ୍ତି। ମୁହଁ ଘୋଡାଇ ଗାଡ଼ିରେ ଚଢୁଛନ୍ତି ଆଉ ଓହ୍ଲାଉଛନ୍ତି। ଯାହାକୁ ଦେଖି ଫ୍ୟାନ୍ମାନଙ୍କର ଏବେ ବଡ଼ ପ୍ରଶ୍ନ କ’ଣ ପାଇଁ ଅର୍ଜୁନ୍ କ୍ୟାମେରାକୁ ଲୁଚୁଛନ୍ତି, ଏମିତି କି ସରମ ତାଙ୍କୁ ଖାଉଛି କି ?
ହେଲେ କଥାଟା ସରମ ନୁହେଁ, ପ୍ରତିବନ୍ଧକ । ଅସଲ କଥାଟା ଏମିତି।
ରବିବାର ଅର୍ଜୁନ୍ଙ୍କୁ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ଅଫିସ୍ ସାମ୍ନାରେ ଦେଖିବାକୁ ମିଳିଥିଲା। କ୍ୟାମେରାକୁ ଦେଖୁ ଦେଖୁ ଅର୍ଜୁନ୍ ମୁହଁରେ କଳା ମାସ୍କ ଓ କଳା ଚଷମା ପିନ୍ଧି କାର୍ରେ ବସି ଚାଲି ଯାଇଥିଲେ। ଏହି ଫଟୋ ଭାଇରାଲ ହେବା ପରେ ଶୁଣିବାକୁ ମିଳିଥିଲା ଯେ, ବୋଧହୁଏ ଅର୍ଜୁନ୍ ଓ ମଲାଇକା ଡେଟ୍ରେ ଯାଉଛନ୍ତି, ସେଥିପାଇଁ ଅର୍ଜୁନ୍ ନିଜ ଚେହେରାକୁ ଲୁଚାଇ ଦେଲେ।
ଏହି ଫିଲ୍ମରେ ଅର୍ଜୁନଙ୍କୁ ଦର୍ଶକ ଏକ ଅଲଗା ରୂପରେ ଦେଖିବାକୁ ପାଇବେ। ଉଭୟ ଅଭିନେତା ଓ ଦର୍ଶକ ଏହି ନିଷ୍ପତି ନେଇଛନ୍ତି ଯେ, ଅର୍ଜୁନ୍ଙ୍କ ଚେହେରାକୁ ଲୁଚାଇ ରଖାଯିବ। ତେବେ ଅର୍ଜୁନ୍ କେତେ ଦିନ ପର୍ଯ୍ୟନ୍ତ ନିଜ ଚେହେରାକୁ ଲୁଚାଇ ରଖିବେ, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।