ବାହାଘରର ୨୧ ବର୍ଷ ପରେ ଅଲଗା ହେଲେ ଅର୍ଜୁନ ଓ ମେହେର୍

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତଲାକ ଦେବା ଏକ ଫ୍ୟାଶନ୍‌ ହୋଇଗଲାଣି। ଗୋଟିଏ ବର୍ଷ ଭିତରେ ଅନେକ ସେଲେବ୍ରିଟି କପଲ୍‌ ପରସ୍ପରଠୁ ଅଲଗା ହୋଇସାରିଲେଣି। ଆଉ ଏବେ ବାହାଘରର ୨୧ ବର୍ଷ ପରେ ଅଲଗା ହୋଇଛନ୍ତି ଅର୍ଜୁନ ରାମପାଲ ଓ ମେହେର୍ ଜେସିଆ। ଅନେକ ଦିନ ହେବ ସେମାନେ ଅଲଗା ରହୁଥିଲେ। ହେଲେ ଏବେ ସେମାନେ ଅନୁଷ୍ଠାନିକ ଭାବେ ପରସ୍ପରକୁ ତଲାକ ଦେଇଛନ୍ତି। https://www.instagram.com/p/BjWvgdKHpCD/?utm_source=ig_web_copy_link ଅର୍ଜୁନ ଓ ମେହେର୍  ୨୦୧୯ ଏପ୍ରିଲ୍‌ରେ ତଲାକ୍ ପାଇଁ ଆବେଦନ କରିଥିଲେ। […]

arjun-meher

Chinmayee Roy
  • Published: Thursday, 21 November 2019
  • , Updated: 21 November 2019, 12:31 PM IST

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତଲାକ ଦେବା ଏକ ଫ୍ୟାଶନ୍‌ ହୋଇଗଲାଣି। ଗୋଟିଏ ବର୍ଷ ଭିତରେ ଅନେକ ସେଲେବ୍ରିଟି କପଲ୍‌ ପରସ୍ପରଠୁ ଅଲଗା ହୋଇସାରିଲେଣି। ଆଉ ଏବେ ବାହାଘରର ୨୧ ବର୍ଷ ପରେ ଅଲଗା ହୋଇଛନ୍ତି ଅର୍ଜୁନ ରାମପାଲ ଓ ମେହେର୍ ଜେସିଆ। ଅନେକ ଦିନ ହେବ ସେମାନେ ଅଲଗା ରହୁଥିଲେ। ହେଲେ ଏବେ ସେମାନେ ଅନୁଷ୍ଠାନିକ ଭାବେ ପରସ୍ପରକୁ ତଲାକ ଦେଇଛନ୍ତି।

https://www.instagram.com/p/BjWvgdKHpCD/?utm_source=ig_web_copy_link

ଅର୍ଜୁନ ଓ ମେହେର୍  ୨୦୧୯ ଏପ୍ରିଲ୍‌ରେ ତଲାକ୍ ପାଇଁ ଆବେଦନ କରିଥିଲେ। ଆବେଦନ କରିବାର ୬ ମାସ ପରେ ସେମାନଙ୍କୁ ତଲାକ୍ ମିଳିଯାଇଛି। ଦୁଇ ଝିଅ ମେହେରଙ୍କ ସହ ରହିବେ।

ଅର୍ଜୁନ ଓ ମେହେରଙ୍କ ବାହାଘର ୧୯୯୮ରେ ହୋଇଥିଲା। ସେମାନଙ୍କ ସମ୍ପର୍କରେ ୨୦୧୧ରୁ ଫାଟ ସୃଷ୍ଟି ହୋଇଥିଲା।  ୨୦୧୮ରେ ଅର୍ଜୁନ ଘର ଛାଡ଼ି ଏକ ଭଡ଼ା ଘର ନେଇ ରହିଥିଲେ।

https://www.instagram.com/p/B0K7gQtBrdQ/?utm_source=ig_web_copy_link

ଏବେ ଅର୍ଜୁନ୍‌ ଗର୍ଲଫ୍ରେଣ୍ଡ ଗ୍ୟାବ୍ରିଏଲାଙ୍କ ସହ ଲିଭ୍‌ ଇନ୍‌ରେ ରହୁଛନ୍ତି। କିଛିଦିନ ତଳେ ସେମାନଙ୍କର ଏକ ପୁଅ ମଧ୍ୟ ହୋଇଛି। ଚର୍ଚ୍ଚା ହେଉଛି ଯେ ଦୁହେଁ ଖୁବ୍‌ଶୀଘ୍ର ବାହା ହେବେ।

ଅର୍ଜୁନ ଓ ଗ୍ୟାବ୍ରିଏଲା ୨୦୦୯ର ଆଇପିଏଲ୍‌ ଆଫ୍ଟର ପାର୍ଟିରରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ। ଏହାର କିଛିଦିନ ପରେ ସେମାନେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଦେଇଥିଲେ।

Related story