ବଢ଼ିଲା ଅର୍ଜୁନଙ୍କ ଅଡୁଆ, ହୋଇପାରନ୍ତି ଗିରଫ

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଅଡୁଆ । ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲ ଆଜି ପୁଣି ଏନସିବିରେ ହାଜର ହୋଇଛନ୍ତି । ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରଲୋ ବ୍ୟୁରୋ ତାଙ୍କୁ ପଚରାଉଚରା କରିଛି । ସେପେଟ ଧାରା ୧୬୪ ଆଧାରରେ ଦିଲ୍ଲୀର ଜଣେ ଡାକ୍ତରଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରିଛି ଏନସିବି । ବୟାନ ଆଧାରରେ ଅର୍ଜୁନଙ୍କୁ ଏନସିବି ଗିରଫ କରିପାରେ ବୋଲି ସୂଚନା ମିଳିଛି । ସୂତ୍ର ଅନୁଯାୟୀ, ଅର୍ଜୁନ ରାମପାଲ […]

Arjun-rampal

Arjun-rampal

Madhupriya Mistry
  • Published: Monday, 21 December 2020
  • Updated: 21 December 2020, 04:52 PM IST

Sports

Latest News

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଅଡୁଆ । ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲ ଆଜି ପୁଣି ଏନସିବିରେ ହାଜର ହୋଇଛନ୍ତି । ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରଲୋ ବ୍ୟୁରୋ ତାଙ୍କୁ ପଚରାଉଚରା କରିଛି । ସେପେଟ ଧାରା ୧୬୪ ଆଧାରରେ ଦିଲ୍ଲୀର ଜଣେ ଡାକ୍ତରଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରିଛି ଏନସିବି । ବୟାନ ଆଧାରରେ ଅର୍ଜୁନଙ୍କୁ ଏନସିବି ଗିରଫ କରିପାରେ ବୋଲି ସୂଚନା ମିଳିଛି ।

ସୂତ୍ର ଅନୁଯାୟୀ, ଅର୍ଜୁନ ରାମପାଲ ଏନସିବିକୁ ଯେଉଁ ମେଡିସିନ ପ୍ରେସକିପସନ ଦେଇଥିଲେ ତା’ର ତାରିଖରେ କିଛି ହେରଫେର କରିଥିବା ଜଣାପଡିଛି ।  ଅର୍ଜୁନ ତାଙ୍କର ଜଣେ ନିକଟତର ଦିଲ୍ଲୀ ଡାକ୍ତରଙ୍କ ଉପରେ ଚାପ ପକାଇ ପ୍ରେସକିପସନର ତାରିଖ ବଦଳାଇ ଦେଇଥିବା ତଦନ୍ତରୁ ଜଣାପଡିଛି ।

ଏନସିବିର ତଦନ୍ତରୁ ବଞ୍ଚିବା ପାଇଁ ଅର୍ଜୁନ ଏଭଳି କରିଥାଇପାରନ୍ତି ବୋଲି କୁହାଯାଉଛି ।  ଦିଲ୍ଲୀର ଡାକ୍ତର ଜଣକ ଦେଇଥିବା ବୟାନ ଅନୁଯାୟୀ, ଅର୍ଜୁନ ମାନସିକ ଚିନ୍ତାରେ ପୀଡିତ ଥିବା କହି ତାଙ୍କୁ ଭୁଲ ପ୍ରେସକିପସ ଲେଖିବା ପାଇଁ ଚାପ ପକାଇଥିଲେ ।  କିନ୍ତୁ ଏନସିବି କଥା କିଛି କହିନଥିଲେ। ଏଥିପାଇଁ ମୁଁ ପ୍ରେସକିପସନ ଲେଖିଥିଲି ବୋଲି ଡାକ୍ତର ଜଣକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଏହି ମାମଲା ବିଚାରଧୀନ ରହିଛି । ତେଣୁ ମୁଁ ଏନସିବିକୁ ପୂର୍ଣ୍ଣ ରୂପେ ସହଯୋଗ କରିବି ।

ନଭେମ୍ବର ୯ ତାରିଖରେ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢ଼ାଉ କରି ଛାନଭିନ କରିଥିଲା । ଛାନଭିନ୍ ବେଳେ ତାଙ୍କ ଘରୁ ଟ୍ରେମାଡୋଲ ଟାବଲେଟ୍ ଜବତ କରାଯାଇଥିଲା । ଏହାପରେ ଅର୍ଜୁନ ରାମପାଲଙ୍କ ଲିଭ୍ ଇନ୍ ପାର୍ଟନର ଗାବ୍ରିଏଲା ଡିମିଟ୍ରିଏଡସଙ୍କୁ ୨ଥର ଜେରା କରିଥିଲା ଏନସିବି ।  ପରେ ଅର୍ଜୁନ ରାମପାଲ ନଭେମ୍ବର ୧୩ ତାରିଖରେ ଏନସିବିରେ ହାଜର ହୋଇଥିଲେ । ଆଜି ପୁଣି ଏହି ମାମଲାରେ ଏନସିବିରେ ହାଜର ହୋଇଛନ୍ତି ଅର୍ଜୁନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos