Advertisment

ଏନ୍‌ସିବିରେ ହାଜର ହେବେ ଅର୍ଜୁନ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଏହି ଫାଶରେ ଛନ୍ଦି ହୋଇଯାଇଛନ୍ତି ଅଭିନେତା ଅର୍ଜୁନ ରାମପାଲ। ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ସୋମବାର ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ଅଫିସରେ ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା। ଆଉ ଏବେ ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଶୁକ୍ରବାର ଦିନ ହାଜର ହେବାକୁ କୁହାଯାଇଛି। ଅନ୍ୟପଟେ ଅର୍ଜୁନଙ୍କ ଲିଭ୍‌ଇନ୍ […]

ଅଦ୍ୟତନ ହୋଇଛି
ଏନ୍‌ସିବିରେ ହାଜର ହେବେ ଅର୍ଜୁନ

arjun

Advertisment

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଏହି ଫାଶରେ ଛନ୍ଦି ହୋଇଯାଇଛନ୍ତି ଅଭିନେତା ଅର୍ଜୁନ ରାମପାଲ। ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ସୋମବାର ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ଅଫିସରେ ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା। ଆଉ ଏବେ ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଶୁକ୍ରବାର ଦିନ ହାଜର ହେବାକୁ କୁହାଯାଇଛି।

Advertisment

ଅନ୍ୟପଟେ ଅର୍ଜୁନଙ୍କ ଲିଭ୍‌ଇନ୍ ପାର୍ଟନର ତଥା ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ଏନସିବି ଦ୍ୱିତୀୟ ଥର ପଚରାଉଚରା ପାଇଁ ଡାକିଛି। ଏ ନେଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡ଼େ ସୂଚନା ଦେଇଛନ୍ତି। ସେ କହିଛନ୍ତି କହିଛନ୍ତି, "ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ପୁନର୍ବାର ଗାବ୍ରିଏଲାଙ୍କୁ ଡକାଯାଇଛି। ଆମେ ବର୍ତ୍ତମାନ ଅର୍ଜୁନ ରାମପାଲଙ୍କୁ ଶୁକ୍ରବାର ଦିନ ଏନସିବିରେ ହାଜର ହେବାକୁ କହିଛୁ।” ଜଣାଇଦେବାକୁ ଛାହୁଁ ଯେ ପୂର୍ବରୁ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ୍ ଡେମେଟ୍ରିଏଡସ୍‌ଙ୍କୁ କୋକିନ୍ ସପ୍ଲାୟର ଓମେଗା ଗଡଓ୍ୱିନଙ୍କ ସହ ଲିଙ୍କ ଥିବା ନେଇ ଏନସିବି ଗିରଫ କରିଛି। ତେବେ ଏହି ମାମଲାରେ ବର୍ତ୍ତମାନ ଗାବ୍ରିଏଲାଙ୍କୁ ପଚରାଉଚରା କରାଯାଉଛି।

publive-imageଏହା ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଫିଲ୍ମ ନିର୍ମାତା ଫିରୋଜ ନାଦିଆଡୱାଲାଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା, ଯେଉଁଥିରେ ତାଙ୍କ ପତ୍ନୀ ଶାନା ସଇଦ ଗିରଫ ହୋଇଥିଲେ। ଫିରୋଜ ନାଡିଆଡୱାଲାଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଥିଲା। ତଦନ୍ତକାରୀ ସଂସ୍ଥା ତରଫରୁ ତାଙ୍କୁ ଏବେ ବି କ୍ଲିନ୍ ଚିଟ୍ ଦିଆଯାଇନାହିଁ। ଏ ନେଇ ସମୀର ୱାଙ୍ଖେଡ଼େ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ବି କ୍ଲିନ୍ ଚିଟ୍ ଦିଆଯାଇ ନାହିଁ ଏବଂ ଯଦି ଆମେ କିଛି ପାଇଥାଉ ତେବେ ଏହା ଚାର୍ଜସିଟ୍‌ର ଅନ୍ତର୍ଭୁକ୍ତ ହେବ।”

Advertisment

ସୂଚନାଯୋଗ୍ୟ, ପଶ୍ଚିମ ମୁମ୍ବାଇ ଓ ନଭି ମୁମ୍ବାଇରୁ ଏନସିବି ବିପୁଳ ପରିମାଣରେ ଭିନ୍ନ ଭିନ୍ନ ପ୍ରକାରର ଡ୍ରଗ୍ସ ଜବତ କରିଛି। ଏହାସହ ୫ଜଣ ଡ୍ରଗ ପେଡେଲର ମଧ୍ୟ ଧରାପଡ଼ିଛନ୍ତି। ଏବଂ ସୂଚନା ମୁତାବକ ଏମାନେ ବଲିଉଡ୍ ଓ ଟିଭି ଅଭିନେତା, ଅଭିନେତ୍ରୀ ତଥା ମଡେଲମାନଙ୍କୁ ଡ୍ରଗ ଯୋଗାଇଥାନ୍ତି। ତେବେ ଏହି ସଂକ୍ରାନ୍ତରେ ଏନସିବି ବର୍ତ୍ତମାନ ତଦନ୍ତ ଚଲାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe