Advertisment

କରୀନାଙ୍କ ଭାଇ ବାହାଘରରେ ବଲିଉଡ୍‌ ସେଲେବ୍ରିଟିଙ୍କ ଭିଡ଼

ମୁମ୍ବାଇ: କରୀନା ଓ କରିସ୍ମା କପୁରଙ୍କ ଭାଇ ଅର୍ମାନ୍ ଜୈନ୍‌ଙ୍କର ବାହାଘର ହୋଇଯାଇଛି। ଅର୍ମାନ ହେଉଛନ୍ତି କରୀନା ଓ କରିସ୍ମାଙ୍କ ପିଉସୀ ରିମା ଜୈନ୍‌ଙ୍କ ପୁଅ। ସେ ତାଙ୍କ ଗର୍ଲଫ୍ରେଣ୍ଡ ଅନୀସା ମଲହୋତ୍ରାଙ୍କୁ ବିବାହ କରିଛନ୍ତି। ତାଙ୍କ ବାହାଘରରେ ବଲିଉଡ୍‌ର ଅନେକ ବଡ଼ ବଡ଼ ଷ୍ଟାର୍‌ ସାମିଲ ହୋଇଥିଲେ। ଆଉ ତାଙ୍କ ବାହାଘରର ଫଟୋ ମଧ୍ୟ ସାମ୍ନାକୁ ଆସିଯାଇଛି। ଏହି ଫଟୋରେ ଅର୍ମାନ୍ ଓ ଅନୀସା ଦୁହେଁ ହ୍ୱାଇଟ୍‌ ଓ ରେଡ୍ ଆଉଟ୍‌ଫିଟ୍‌ରେ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। […]

author-image
Chinmayee Roy
ଅଦ୍ୟତନ ହୋଇଛି
କରୀନାଙ୍କ ଭାଇ ବାହାଘରରେ ବଲିଉଡ୍‌ ସେଲେବ୍ରିଟିଙ୍କ ଭିଡ଼

arman

ମୁମ୍ବାଇ: କରୀନା ଓ କରିସ୍ମା କପୁରଙ୍କ ଭାଇ ଅର୍ମାନ୍ ଜୈନ୍‌ଙ୍କର ବାହାଘର ହୋଇଯାଇଛି। ଅର୍ମାନ ହେଉଛନ୍ତି କରୀନା ଓ କରିସ୍ମାଙ୍କ ପିଉସୀ ରିମା ଜୈନ୍‌ଙ୍କ ପୁଅ। ସେ ତାଙ୍କ ଗର୍ଲଫ୍ରେଣ୍ଡ ଅନୀସା ମଲହୋତ୍ରାଙ୍କୁ ବିବାହ କରିଛନ୍ତି। ତାଙ୍କ ବାହାଘରରେ ବଲିଉଡ୍‌ର ଅନେକ ବଡ଼ ବଡ଼ ଷ୍ଟାର୍‌ ସାମିଲ ହୋଇଥିଲେ। ଆଉ ତାଙ୍କ ବାହାଘରର ଫଟୋ ମଧ୍ୟ ସାମ୍ନାକୁ ଆସିଯାଇଛି।

Advertisment

publive-imagepublive-imageଏହି ଫଟୋରେ ଅର୍ମାନ୍ ଓ ଅନୀସା ଦୁହେଁ ହ୍ୱାଇଟ୍‌ ଓ ରେଡ୍ ଆଉଟ୍‌ଫିଟ୍‌ରେ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ତେବେ ଭାଇ ବାହାଘରେ କରିସ୍ମା ଓ କରୀନା ମଧ୍ୟ କିଛି କମ୍‌ ସୁନ୍ଦର ଲାଗୁ ନଥିଲେ। କରିସ୍ମା ପିଙ୍କ୍ କଲର୍‌ର ଶାଢ଼ି ପିନ୍ଧି ପୂରା ଟ୍ରାଡିସ୍‌ନାଲ୍‌ ଲୁକ୍‌ରେ ଯୋଗ ଦେଇଥିବା ବେଳେ କରୀନା ୟେଲୋ ଶାଢ଼ିରେ ଏକଦମ୍‌ ଷ୍ଟନିଂ ଲାଗୁଥିଲେ। ଦୁହେଁ ବରଯାତ୍ରୀରେ ଡ୍ୟାନ୍ସ କରି ଭାଇ ବାହାଘରକୁ ମନଭରି ଉପଭୋଗ କରିଥିବା ଫଟୋରୁ ଦେଖିବାକୁ ମିଳିଛି।

publive-imageବାହାଘର ପରେ ସୋମବାର ଦିନ ଗ୍ରାଣ୍ଡ୍ ରିସେପ୍‌ସନ୍‌ ପାର୍ଟି ଦିଆଯାଇଥିଲା। ଏହି ପାର୍ଟିରେ ବଲିଉଡ୍‌ର ଅନେକ ସେଲେବ୍ରିଟି ସାମିଲ୍‌ ହୋଇଥିଲେ। ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପରିବାର, ଅନୀଲ୍‌ କପୁର, କିୟାରା ଆଡଭାନି, ଡିମ୍ପଲ କପାଡ଼ିଆ, ଟ୍ୱିଙ୍କଲ ଖନ୍ନା, ସୋନାଲି ବେନ୍ଦ୍ରେ, ଚଙ୍କି ପାଣ୍ଡେ, ଅନନ୍ୟା ପାଣ୍ଡେ, କରଣ ଜୋହର, ସୋହିଲ୍‌ ଖାନ୍‌, ଅରବାଜ୍‌ ଖାନ୍‌ ଓ ତାଙ୍କ ପରିବାର, ମନୀଷ ମଲହୋତ୍ରା, ଅର୍ଜୁନ୍ କପୁର ଓ ନୀଲ୍ ନୀତିନ୍ ମୁକେଶ ଏବଂ ତାଙ୍କ ପୂରା ପରିବାର ସାମିଲ୍‌ ହୋଇଥିଲେ। ଏମାନଙ୍କ ବ୍ୟତୀତ ଆହୁରି ଅନେକ ସେଲେବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇଥିଲେ। publive-image

Advertisment

publive-image