Advertisment

ସଲମାନ ଓ ଲୁଲିଆଙ୍କ ନିର୍ବନ୍ଧ ଶେଷ, ଆସନ୍ତାବର୍ଷ ବାହାଘର!

ମୁମ୍ବାଇ: ଖୁବଶୀଘ୍ର ସଲମାନ ଖାନଙ୍କ ପଛରେ ଲାଗିଥିବା ବ୍ୟାଚଲର୍ ଟ୍ୟାଗ୍ ଉଠିବାକୁ ଯାଉଛି। ନିର୍ବନ୍ଧ ଶେଷ ହୋଇ ଯାଇଛି, ଆସନ୍ତାବର୍ଷ ପ୍ରାରମ୍ଭରେ ହେବ ବାହାଘର। ବି-ଟାଉନରେ ଜୋର ଧରିଛି ଏହି ଚର୍ଚ୍ଚା। ଆଲୋଚନା ହେଉଛି ରୋମାନିଆ ଟିଭି ଆଙ୍କର ଲୁଲୁଆ ଭନ୍ତୁରଙ୍କ ସହି ସଲ୍ଲୁଙ୍କ ନିର୍ବନ୍ଧ ଏଇ ନିକଟରେ ଶେଷ ହୋଇଯାଇଛି। ମୁମ୍ବାଇରେ ନୁହେଁ, ଲୁଲିଆଙ୍କ ହୋମଟାଉନରେ ଅନୁଷ୍ଠିତ ହୋଇଛି ନିର୍ବନ୍ଧ। ଏକ ବଡ଼ ହୋଟେଲରେ ହୋଇଥିଲା ନିର୍ବନ୍ଧ। ଏଥିପାଇଁ ବଡ଼ ଧରଣର ଭୋଜିଭାତର ବି ଆୟୋଜନ […]

author-image
Rakesh Mallick
ସଲମାନ ଓ ଲୁଲିଆଙ୍କ ନିର୍ବନ୍ଧ ଶେଷ, ଆସନ୍ତାବର୍ଷ ବାହାଘର!

salman-khan

ମୁମ୍ବାଇ: ଖୁବଶୀଘ୍ର ସଲମାନ ଖାନଙ୍କ ପଛରେ ଲାଗିଥିବା ବ୍ୟାଚଲର୍ ଟ୍ୟାଗ୍ ଉଠିବାକୁ ଯାଉଛି। ନିର୍ବନ୍ଧ ଶେଷ ହୋଇ ଯାଇଛି, ଆସନ୍ତାବର୍ଷ ପ୍ରାରମ୍ଭରେ ହେବ ବାହାଘର। ବି-ଟାଉନରେ ଜୋର ଧରିଛି ଏହି ଚର୍ଚ୍ଚା। ଆଲୋଚନା ହେଉଛି ରୋମାନିଆ ଟିଭି ଆଙ୍କର ଲୁଲୁଆ ଭନ୍ତୁରଙ୍କ ସହି ସଲ୍ଲୁଙ୍କ ନିର୍ବନ୍ଧ ଏଇ ନିକଟରେ ଶେଷ ହୋଇଯାଇଛି। ମୁମ୍ବାଇରେ ନୁହେଁ, ଲୁଲିଆଙ୍କ ହୋମଟାଉନରେ ଅନୁଷ୍ଠିତ ହୋଇଛି ନିର୍ବନ୍ଧ। ଏକ ବଡ଼ ହୋଟେଲରେ ହୋଇଥିଲା ନିର୍ବନ୍ଧ। ଏଥିପାଇଁ ବଡ଼ ଧରଣର ଭୋଜିଭାତର ବି ଆୟୋଜନ କରାଯାଇଥିଲା। ତେବେ ବି-ଟାଉନରେ ଚାଲିଥିବା ଏହି ଚର୍ଚ୍ଚାକୁ  ଖଣ୍ଡନ କରିଛନ୍ତି ସଲମାନ ଭାଇଜାନଙ୍କ ଅଲିଅଳି ଭଉଣୀ ଅର୍ପିତା ଖାନ୍। ସେ କହିଛନ୍ତି, ସଲ୍ଲୁ-ଲୁଲିଆ ନିର୍ବନ୍ଧ ଏକ ଗୁଜବ। ଏହାକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଭିତ୍ତିହୀନ। ଟ୍ୱିଟ କରି ସେ ଏକଥା କହିଛନ୍ତି। ଏହି ଗୁଜବକୁ ବିଶ୍ୱାସ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Advertisment