Advertisment

ଷ୍ଟୁଡିଓ ଭିତରେ ଆର୍ଟ ଡାଇରେକ୍ଟର ନିତିନ ଦେସାଇଙ୍କ ଆତ୍ମହତ୍ୟା

ବଲିଉଡର ଲୋକପ୍ରିୟ ଆର୍ଟ ଡାଇରେକ୍ଟରଙ୍କ ମୃତ୍ୟୁ। ନିଜ ଷ୍ଟୁଡିଓରେ ଆତ୍ମହତ୍ୟା କରିଛନ୍ତି ନିତିନ ଦେସାଇ।

author-image
Debibandita Barick
ଅଦ୍ୟତନ ହୋଇଛି
Art Director Nitin Deshai

Art Director Nitin Deshai

ଷ୍ଟୁଡିଓରେ ଆତ୍ମହତ୍ୟା କଲେ ଆର୍ଟ ଡାଇରେକ୍ଟର। 'ଲଗନ୍' ଏବଂ 'ଯୋଦ୍ଧା ଆକବର' ଭଳି ଲୋକପ୍ରିୟ ସିନେମାରେ କଳା ନିର୍ଦ୍ଦେଶନା ଦେଇଥିବା ନିତିନ ଦେସାଇ ଷ୍ଟୁଡିଓରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇର ରାୟଗଡ଼ କରଜାତରେ ଥିବା ତାଙ୍କ ଏନଡି ଷ୍ଟୁଡିଓରୁ ମୃତଦେହ ଉଦ୍ଧାର କରାଯାଇଛି। ଅଗଷ୍ଟ ୯ରେ ୫୮ତମ ଜନ୍ମଦିବସ ପାଳନ କରିଥାନ୍ତେ, ମାତ୍ର ଏହା ପୂର୍ବରୁ ନିଜ ଜୀବନକୁ ନିଜେ ହାରି ଦେଇଛନ୍ତି ନିତିନ।

Advertisment

କରଜାତର ସ୍ଥାନୀୟ ବିଧାୟକ ମହେଶ ବାଲଦିଙ୍କ କହିବା ଅନୁସାରେ, 'ନିତିନ ଆର୍ଥିକ ସଙ୍କଟ କାରଣରୁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଏନଡି ଷ୍ଟୁଡିଓ ମୋ ବିଧାନସଭା ମଣ୍ଡଳୀ ଅଧୀନରେ ଆସୁଛି। ସେ ବହୁଦିନ ଧରି ଆର୍ଥିକ ସଙ୍କଟରେ ଥିଲେ ଏବଂ ଏହି କାରଣରୁ ସେ ଆଜି ସକାଳେ ଏନଡି ଷ୍ଟୁଡିଓରେ ଆତ୍ମହତ୍ୟା କରିଛନ୍ତି।' ଅନ୍ୟପଟେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ସବୁ ଦିଗକୁ ଗୁରୁତର ସହ ନିଆଯାଇ କଦନ୍ତ କରାଯାଉଛି ବୋଲି ପୁଲିସ ଅଧିକ୍ଷକ ସୋମନାଥ ଗର୍ଗ କହିଛନ୍ତି।

ଇଣ୍ଡଷ୍ଟ୍ରିରେ ୨୦ ବର୍ଷ ଧରି କାମ କରିଛନ୍ତି ନିତିନ ଦେସାଇ। ତାଙ୍କ କ୍ୟାରିଅରରେ ସେ ଆଶୁତୋଷ ଗୋୱାରିକର, ବିଧୁ ବିନୋଦ ଚୋପ୍ରା, ରାଜକୁମାର ହିରାନୀ ଏବଂ ସଞ୍ଜୟ ଲୀଲା ବଂନସାଲୀଙ୍କ ଭଳି ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ୨୦୦୨ରେ ସେ ଚନ୍ଦ୍ରକାନ୍ତ ପ୍ରଡକ୍ସନ୍ସର 'ଦେଶ ଦେବୀ'ରେ ଚଳଚ୍ଚିତ୍ର ନିର୍ମାତା ଭାବେ କାର୍ଯ୍ୟ କରିଥିଲେ। ୨୦୦୫ରେ ମୁମ୍ବାଇ ନିକଟ କରଜାତରେ ୫୨ ଏକରରୁ ଅଧିକ ଜମିରେ ND ଷ୍ଟୁଡିଓ ଖୋଲିଥିଲେ, ଯେଉଁଠାରେ 'ଯୋଦ୍ଧା ଆକବର', 'ଟ୍ରାଫିକ୍ ସିଗନାଲ୍' ଏବଂ କଲର୍ସର ରିଆଲିଟି ଶୋ' 'ବିଗ୍ ବସ୍' ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। 

Advertisment

ନିତିନ ଦେସାଇ 'ହମ୍ ଦିଲ୍ ଦେ ଚୁକେ ସାନମ୍', 'ଦେବଦାସ', 'ଯୋଦ୍ଧା ଆକବର' ଏବଂ 'ଲଗନ୍' ଭଳି କେତେକ ବ୍ଲକବଷ୍ଟର ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ ପାଇଁ ମଧ୍ୟ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ବଲିଉଡ୍ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଏପରି ଅଚାନକ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।