Advertisment

‘ସଞ୍ଜିବନୀ ୨’ରୁ ବିଦାୟ ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଧାରାବାହିକ ‘ସଞ୍ଜିବନୀ ୨’ରୁ ଅଭିନେତ୍ରୀ ଆରତି ବହଲ ବିଦାୟ ନେଇଛନ୍ତି। ସେ ଏଥିରେ ସାମିଲ ହେବାର ତିନି ମାସ ହୋଇ ନଥିବା ବେଳେ ବାହାରି ଯାଇଛନ୍ତି। ଏହି ଧାରାବାହିକର କାହାଣୀର କିଛି ଅଂଶକୁ ବାଦ୍ ଦିଆଯିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। https://www.instagram.com/p/B2KRHVFJRPY/?utm_source=ig_web_copy_link ଆରତି କହିଛନ୍ତି ଯେ ଏହି ଶୋ’ରେ ଡକ୍ଟର ଶଶାଙ୍କ ଗୁପ୍ତା (ମୋହନୀଶ ବହଲ) ଓ ତାଙ୍କର ଏକ ଲଭ୍‌ ଆଙ୍ଗେଲ୍‌ ରହିଥିଲା। ହେଲେ ଏବେ ନିର୍ମାତା ଏହି ଆଙ୍ଗେଲ୍‌କୁ ଶୋ’ରୁ ହଟାଇବାକୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
‘ସଞ୍ଜିବନୀ ୨’ରୁ ବିଦାୟ ନେଲେ ଏହି ଅଭିନେତ୍ରୀ

sanjivani

ମୁମ୍ବାଇ: ଧାରାବାହିକ ‘ସଞ୍ଜିବନୀ ୨’ରୁ ଅଭିନେତ୍ରୀ ଆରତି ବହଲ ବିଦାୟ ନେଇଛନ୍ତି। ସେ ଏଥିରେ ସାମିଲ ହେବାର ତିନି ମାସ ହୋଇ ନଥିବା ବେଳେ ବାହାରି ଯାଇଛନ୍ତି। ଏହି ଧାରାବାହିକର କାହାଣୀର କିଛି ଅଂଶକୁ ବାଦ୍ ଦିଆଯିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

Advertisment

https://www.instagram.com/p/B2KRHVFJRPY/?utm_source=ig_web_copy_link

ଆରତି କହିଛନ୍ତି ଯେ ଏହି ଶୋ’ରେ ଡକ୍ଟର ଶଶାଙ୍କ ଗୁପ୍ତା (ମୋହନୀଶ ବହଲ) ଓ ତାଙ୍କର ଏକ ଲଭ୍‌ ଆଙ୍ଗେଲ୍‌ ରହିଥିଲା। ହେଲେ ଏବେ ନିର୍ମାତା ଏହି ଆଙ୍ଗେଲ୍‌କୁ ଶୋ’ରୁ ହଟାଇବାକୁ ଚାହୁଁଛନ୍ତି। କାରଣ ଏହା ସିରିଏଲ୍‌ର କାହାଣୀକୁ ରୋମାଞ୍ଚକ କରିବାରେ ବିଶେଷ କିଛି କାମ ଦେଉନାହିଁ ବୋଲି ସେ ଅନୁଭବ କରୁଛନ୍ତି। ତେଣୁ ଯେତେବେଳେ ସେ ଏ ସମ୍ପର୍କରେ ଜାଣିଲେ ଶୋ’ ଛାଡ଼ି ଦେବା ପାଇଁ ନିଷ୍ପତ୍ତି ନେଲେ।

ସେ ଆହୁରି କହିଛନ୍ତି ଯେ ତାଙ୍କ ପେସାରେ ଏମିତି ହୁଏ। ଏହା ସାଧାରଣ କଥା। ଏଥିରେ କିଛି ନୂଆ ନାହିଁ।

Advertisment

https://www.instagram.com/p/B1YG4-aFER2/?utm_source=ig_web_copy_link

ଏ ସମ୍ପର୍କରେ ନିର୍ମାତା ସିଦ୍ଧାର୍ଥ ମଲହୋତ୍ରା କହିଛନ୍ତି, “ଏହା ଦୁର୍ଭାଗ୍ୟପୂର୍ଣ୍ଣ। କିନ୍ତୁ ସମସ୍ତେ ଜାଣନ୍ତି ଯେ ଟିଭି ସିରିଏଲ୍‌ରେ ପ୍ରାୟ ଏଭଳି ପରିବର୍ତ୍ତନ ହୋଇଥାଏ। ଏହା କିଛି ବଡ଼ କଥା ନୁହେଁ। ମୁଁ ଆରତିଙ୍କ ପରିଶ୍ରମ ଓ ଯୋଗ୍ୟତାକୁ ଅଯଥା ଏହି ରୋଲ୍‌ରେ ବରବାଦ୍ କରିବାକୁ ଚାହୁଁ ନଥିଲି।”

https://www.instagram.com/p/B1f8MnVJUNj/?utm_source=ig_web_copy_link

ସୂଚନା ଅନୁଯାୟୀ, ଆରତିଙ୍କ ସ୍ଥାନରେ ସୀମା ପଣ୍ଡିତ ପୁଣି ଥରେ ଏହି ଭୂମିକାରେ ଅଭିନୟ କରିବେ। ବର୍ତ୍ତମାନ ସେ କେବଳ ଡକ୍ଟର ସିଡ୍‌ଙ୍କ ମା'ଙ୍କ ରୋଲ୍‌ରେ ହିଁ ଅଭିନୟ କରିବେ। ଜଣାଇଦେବାକୁ ଚାହୁଁ ଯେ ସିରିଏଲ୍‌ ଆରମ୍ଭରୁ ଏହି ରୋଲ୍‌ରେ ସୀମା ହିଁ ଅଭିନୟ କରୁଥିଲେ। ପରେ ଶୋ’ରେ ଡକ୍ଟର ଶଶାଙ୍କ (ମୋହନୀଶ ବହଲ୍) ଓ ତାଙ୍କର ଏକ ଲଭ୍‌ ଆଙ୍ଗେଲ୍‌ ଆରମ୍ଭ ହୋଇଥିଲେ। ଏଥିପାଇଁ ନିର୍ମାତା ମୋହନୀଶଙ୍କ ରିୟଲ୍‌ ଲାଇଫ୍‌ ପତ୍ନୀ ଆରତି ବହଲ୍‌ଙ୍କୁ ସୀମାଙ୍କ ବଦଳରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଏହି ଲଭ୍‌ ଆଙ୍ଗେଲ୍‌କୁ ହଟାଇ ଦିଆଯାଇଛି। ତେଣୁ ପୁଣିଥରେ ସୀମା ଏହି ଶୋ’କୁ ଫେରିଛନ୍ତି।