Advertisment

ରିଲ୍ ନୁହେଁ ରିଅଲ୍: ୪୭ ବର୍ଷରେ ମା’ ହେଲେ ଅଭିନେତ୍ରୀଙ୍କ ମା’

୪୭ ବର୍ଷ ବୟସରେ ଏକ ଝିଅକୁ ଜନ୍ମ ଦେଇଛନ୍ତି ୨୩ ବର୍ଷୀୟ ଅଭିନେତ୍ରୀ ଆର୍ଯ୍ୟା ପାର୍ବତୀଙ୍କ ମାଆ।

Arya Parvathi Mother Delivered a baby Girl

Arya Parvathi Mother Delivered a baby Girl

Advertisment

ଆୟୁକ୍ଷ୍ମାନ ଖୁରାନାଙ୍କ ଅଭୀନିତ ଫିଲ୍ମ ବଧାଇ ହୋ’। ବଲିଉଡର ଏକ ସଫଳ ଫିଲ୍ମ। ପ୍ରାୟ ସମସ୍ତେ ଏହି ଫିଲ୍ମ ଦେଖିଛନ୍ତି। ଫିଲ୍ମରେ ଆୟୁଷ୍ମାନଙ୍କ ମାଆ ଚରିତ୍ରରେ ଅଭିନୟ କରିଥିବା ନୀନା ଗୁପ୍ତା ୫୦ ବର୍ଷ ବୟସରେ ସେ ମା ବନିଥିଲେ ଏବଂ ଏକ ଝିଅକୁ ଜନ୍ମ ଦେଇଥିଲେ। ହେଲେ ପରଦାର ଏହି କାହାଣୀ ସତସତିକା ଘଟିଛି ଜଣେ ଅଭିନେତ୍ରୀଙ୍କ ଜୀବନରେ। ୪୭ ବର୍ଷ ବୟସରେ ଏକ ଝିଅକୁ ଜନ୍ମ ଦେଇଛନ୍ତି ୨୩ ବର୍ଷୀୟ ଅଭିନେତ୍ରୀ ଆର୍ଯ୍ୟା ପାର୍ବତୀଙ୍କ ମାଆ। 

Advertisment

ମାଲୟାଲମ୍ ଅଭିନେତ୍ରୀ ଆର୍ଯ୍ୟା ପାର୍ବତୀଙ୍କ ଖୁସି କହିଲେ ନସରେ। ୨୩ ବର୍ଷୀୟ ଏହି ଅଭିନେତ୍ରୀ ଏବେ ବନିଛନ୍ତି ବଡ ଭଉଣୀ। ନାନୀ ତଥା ଅକ୍କା ଡାକିବାକୁ ଘରେ ଜନ୍ମ ନେଇଛି କୁନି ଝିଅ। ତେବେ ଚର୍ଚ୍ଚା ଏଥିପାଇଁ ହେଉଛି ଯେ, ୪୭ ବର୍ଷ ବୟସରେ ମାଆ ବନିଛନ୍ତି ଆର୍ଯ୍ୟାଙ୍କ ମାଆ। ଏହାକୁ ନେଇ ପ୍ରଶଂସକ ଆଶ୍ଚର‌୍ୟ୍ୟ ହେବା ସହ ନାନା କଥା ହେଉଥିବା ବେଳେ ଭଉଣୀ ଆସିବା ଖୁସିରେ ଉତ୍ସବ ମନାଉଛନ୍ତି ଅଭିନେତ୍ରୀ ଆର୍ଯ୍ୟା ପାର୍ବତୀ।

ପିଲାଦିନୁ ହିଁ ଆର୍ଯ୍ୟା ଏକ ଭଉଣୀ ଚାହୁଁଥିଲେ। ଯାହା ସହ ସେ ଖେଳିପାରିବେ, ତାଙ୍କ ମନ କଥା କହିପାରିବେ। ତେବେ ଘରକୁ କୁନି ଭଉଣୀ ଆସୁଥିବା ଖବର ଆର୍ଯ୍ୟା ଠାରୁ ଲୁଚାଇ ରଖିଥିଲେ ତାଙ୍କ ପରିବାର। କାରଣ, ଆର୍ଯ୍ୟା ଏହି ଖବରକୁ ବର୍ତ୍ତମାନ କିଭଳି ଗ୍ରହଣ କରିବେ ସେ ନେଇ ଆଶଙ୍କାରେ ଥିଲେ ବାପା-ମାଆ।

Advertisment

ତେବେ କିଛି ଦିନ ପରେ ତାଙ୍କ ବାପା ଆର୍ଯ୍ୟାଙ୍କୁ ସବୁ କଥା କହିଥିଲେ। ଆଉ ଯେତେବେଳେ ଆର୍ଯ୍ୟା ଘରକୁ ଯାଇଥିଲେ, ମାଆଙ୍କୁ ଦେଖି ଅତି ଭାବବିହ୍ୱଳ ହୋଇପଡିଥିଲେ। ମାଆଙ୍କୁ କୁଣ୍ଢାଇ ଧରି ବେଶ୍ ସମୟ କାନ୍ଦିଥିଲେ। ତେବେ ତାହା ଖୁସିର ଲୁହ ଥିଲା ବୋଲି କହିଛନ୍ତି ଅଭିନେତ୍ରୀ ଆର୍ଯ୍ୟା ପାର୍ବତୀ। 

Tollywood Arya Parvathi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe